ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତେନ୍ତୁଳିଖୁଣ୍ଟି ପୋଲିସ : କୁକୁଡ଼ା ଗାଲି ଚଢ଼ାଉ ତିନି ଗିରଫ 2100 ଟଙ୍କା ଓ 5 ସେଟ ଗୋଟି ଓ ତିନି ରସିଦ ଜବତ

ତେନ୍ତୁଳିଖୁଣ୍ଟି ୨୫/୦୩/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପୋଲିସ ଆଜି କୁକୁଡ଼ା ଗାଲି ହେଉଥିବା ଖବର ପାଇ କୂର୍ମକୋଟ କାଜୁ ବାଡ଼ରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ କୁକୁଡ଼ା ଗାଲି କରୁଥିବା ବ୍ୟକ୍ତି କୁକୁଡ଼ା ଧରି ଫେରାର ହୋଇଯାଇଥିଲେ,ଉକ୍ତ ସ୍ଥାନରେ ଗୁଡ଼ ଗୁଡୁ ପାଲି ଖେଳକରୁଥିବା ତିନି ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ। ସେମାନଙ୍କ ନିକଟରୁ 2100 ଟଙ୍କା,ପାଞ୍ଚ ଟି ଗୋଟି, ତିନିଟି ପ୍ରିଣ୍ଟଡ଼ ରସିଦ ଜବତ କରିଛି। କେଶ ନମ୍ବର 64/23ରେ ମାମଲା ରୁଜୁ କରିଛି। ଆଇ ଆଇସି ଟଙ୍କ ଗିରି ଭୋଇଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିଲା। ବରଗାଁ ନେତ୍ରକାନ୍ତ ବାଘ ,ମେଣ୍ଟ ରି ର ଦିବାକର ସାହୁ ଓ ଖାତିଗୁଡା ର ତ୍ରିନାଥ ହରିଜନ ଙ୍କୁ ଅଟକ ରଖିଛି ପୋଲିସ।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ବଡ଼ ସରପୋଲୀ ଅସ୍ଥାୟୀ ପଞ୍ଚାୟତରୁ ଚୋରି 

masiha

ପୂର୍ବତନ ସମିତିସଭ୍ୟଙ୍କୁ ହତ୍ୟା

Sunil Chandra Nayak

କୁକୁଡ଼ାଖଣ୍ଡିରେ ଗ୍ୟାଙ୍ଗ ହିଂସା ଏବଂ ବୋମାମାଡ଼ ଘଟଣାରେ ପୁଣି ୩ ଅଭିଯୁକ୍ତ ସହ, ୨ ନାବାଳକ ଗିରଫ

Sunil Chandra Nayak

Leave a Comment

error: Content is protected !!