ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଏମ ଏମ ସି ସି ନକ ଆଉଟ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ,  ସୁନ୍ଦିରିଜୋର ଚମ୍ପିୟାନ

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସୀଗାଁ ଗ୍ରାମ ପଞ୍ଚାୟତ ର ତାଳପଦର ଗ୍ରାମରେ ଏମ ଏମ ସି ସି ନକ ଆଉଟ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ଉଦଯାପିତ ଫାଇ ନାଲ ଖେଳ ପରୁଆ ଗୁଡା କ୍ରିକେଟ ଦଳ ଏବଂ ସୁନ୍ଦିରିଜୋର କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ପରୁଆଗୁଡା ଦଳ ପ୍ରଥମେ ଟଚ ଜିତି ବ୍ୟାଟିଂ କରିଥିଲା ।ନିର୍ଦ୍ଧାରିତ ୧୨ ଓଭରରେ ପରୁଆ ଗୁଡା ଦଳ ୮୬ ରନ କରିଥିଲା ।ଜବାବରେ ସୁନ୍ଦିରିଜୋର ଦଳ ୧୧ ଓଭର ରେ ବିଜୟ ଲାଭ କରି ଚମ୍ପିୟାନ ହୋଇଥିଲେ । ଏଥିରେ ଆୟୋଜକ କମିଟିର ସଭାପତି ଦୀପକ ବାଗ ମୁଖ୍ୟ ଦାୟିତ୍ୱ ଗ୍ରହଣ କରି ଥିବା ବେଳେ ଖେଳ ପରିଚାଳନା କରିଥିଲେ ନୀଳକଣ୍ଠ ବାଗ ଏବଂ ଧର୍ମେନ୍ଦ୍ର ବାଗ ରହିଥିଲେ ।ଉଦଯାପିତ ପୁରସ୍କାର ବିତରଣ ଉତ୍ସବ ରେ ଜୁନାଗଡ଼ ବ୍ଲକ ଅଧକ୍ଷା ସବିତା ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବ୍ଲକ ଉପାଧକ୍ଷ ପ୍ରମୋଦ କୁମାର ବେହେରା ,ସମ୍ମାନିତ ଅତିଥି ରୂପେ ଜୁନାଗଡ଼ ବ୍ଲକ ସରପଞ୍ଚ ସଂଘ ସଭାପତି ତାରା ଶଙ୍କର ରାୟଗୁରୁ ,ଦାସୀଗାଁ ସମିତି ସଭ୍ୟ ଶୈଳେନ୍ଦ୍ର ମୁଣ୍ଡ ,ଯୁବନେତା ଗୌର ହରି ବାଗ ,ଅକ୍ରୁର ବାଗ , ପ୍ରମୋଦ ବେହେରା ,ବାରୁ ସୁନାନୀ ,ପବନ ନିଆଲ ଏବଂ ଦୁଷ୍ମନ୍ତ ମାଝି ପ୍ରମୁଖ ଯୋଗଦାନ କରି କ୍ରୀଡା ପ୍ରେମୀ ମାନଙ୍କୁ ଉତ୍ସ।ହିତ କରିଥିଲେ ଏବଂ ବିଜେତା ଓ ଉପ ବିଜେତା ଦଳକୁ ପୁରସ୍କୃତ କରିଥିଲେ ।କାର୍ଯ୍ୟକ୍ରମ ରେ ସୌରଭ କୁମାର ଏବଂ ଶଙ୍କର ନିଆଲ ଧାରା ବିବରଣୀ ପ୍ରଦାନ କରିଥିଲେ ।ଧନ୍ୟବାଦ ଅର୍ପଣ କରିଥିଲେ ଟିକେଶ୍ୱର ନିଆଲ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ରାଇରଙ୍ଗପୁରରେ ଏସଡିଏସ କପ୍ ଫୁଟବଲ ମହାକୁମ୍ଭ ଉଦଘାଟିତ

masiha

ରାଇରଙ୍ଗପୁର: ଆନ୍ତଃ ରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରାଉରକେଲା ଚମ୍ପିୟାନ 

masiha

କଳିଙ୍ଗ ଷ୍ଟାଡିୟମ୍‌ରେ ରାଜ୍ୟସ୍ତରୀୟ ସମ୍ମିଳିତ ସ୍ପିଡ୍ ସ୍କେଟିଂ ଚାମ୍ପିଅନ୍‌ଶିପ୍‌ ୨୦୨୬ ରେ ଜଳେଶ୍ଵର କ୍ରୀଡ଼ାବିତଙ୍କ କାମାଲ

Sunil Chandra Nayak

Leave a Comment

error: Content is protected !!