ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଥୁଆମୁଳ ରାମପୁର:୨୬/୩ – (ମନିସ):- ଆଜି ଯଥା ତା ୨୬/୩/୨୦୨୩-ରିଖ ରବିବାର ଦିନ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଥୁଆମୂଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମର୍ଦିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ନବଘନ ପ୍ରଧାନଙ୍କ ନେତୃତ୍ବରେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ତଥା ସରପଞ୍ଚ ସଂଘ ସଭାପତି ଶ୍ରୀ ବଳଭଦ୍ର ଜାନୀ,ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ଶ୍ରୀମତୀ ରାଣୀ ନାଏକ, ସ୍ଥାନୀୟ ୱାର୍ଡ ମେମ୍ବର ପ୍ରମୁଖ ଯୋଗଦେଇ ଥିବାବେଳ ଉକ୍ତ ସ୍କୁଲ କମିଟିର ସଦସ୍ୟମାନେ ଉପସ୍ଥିତ ରହିଥିଲେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଶ୍ରୀଯୁକ୍ତ ମତିଲାଲ୍ ବାଗ୍। ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ନବଘନ ପ୍ରଧାନ ଅତିଥି ମାନଙ୍କ ପରିଚୟ କରାଇବା ସହିତ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ। ସ୍ଥାନୀୟ ସରପଞ୍ଚଙ୍କୁ ସମ୍ବର୍ଦ୍ଧନା ଅବିଭାଷଣ ପାଇଁ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ଅନୁରୋଧ କରିଥିଲେ।ତେଣୁ ସରପଞ୍ଚ ବଳଭଦ୍ର ଜାନୀ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ କହିଥିଲେ ଯେ ଛାତ୍ରଛାତ୍ରୀ ପାଠପଢି ଆଗକୁ ବଢ଼ିବାରେ ପ୍ରୟାସ ଜାରିରଖି ପାଠପଢା ପ୍ରତି ଧ୍ଯାନ ଦିଅନ୍ତୁ ଭଲ ମାର୍କ ରଖି ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟା କରିବା ଖ୍ଯାତି ଅର୍ଜନ କରି ନାମ କରିବା ପାଇଁ ଆଶ୍ଵାସନା ଦେଇ ଉତ୍ସାହିତ କରି ଥିଲେ।ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସମସ୍ତ ଶିକ୍ଷକ ଏବଂ ସ୍କୁଲ କମିଟିକୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ | 

୧୯୮୬ ରେ ସ୍ଥାପିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀ ଯାଏଁ ରହିଅଛି ଏନେଇ ଅନେକ ଛାତ୍ରଛାତ୍ରୀ ଅଷ୍ଟମ ଶ୍ରେଣୀ ପାଠ ଶେଷ କଲାପରେ ସେମାନେ ଅନ୍ୟ ସ୍କୁଲ ଗୁଡିକରେ ସ୍ଥାନ ପାଇ ପାରୁନ ଥିବାରୁ ପାଠପଢା ମଧ୍ୟ ଅଧାରୁ ଛାଡି ଦେଉଛନ୍ତି ତାହାକୁ ନେଇ ଉଦବେଗ ପ୍ରକାଶ ପାଉଛି। ଏହି ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିବାକୁ କୁହାଯାଇଛି।

ଏହା ପୁର୍ବରୁ ଅନେକ ଥର ବିଧାୟକ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟକାରୀ ପାଇଁ ଉତ୍ତର ନ ମିଳିବା ମଧ୍ୟ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଗୁରୁତ୍ୱ ଦେଇ ଜିଲ୍ଲାପାଳଙ୍କ ପାଖରେ ଏହି ଦାବି ଜଣାଇବା ପାଇଁ ସରପଞ୍ଚ ଶ୍ରୀ ବଳଭଦ୍ର ଜାନୀ ପ୍ରକାଶ କରିଥିଲେ। ଶେଷରେ ଶ୍ରୀମତୀ ବାସନ୍ତୀ ନାଏକ ଅତିଥି ଏବଂ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇ।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର – ତିରିଂ ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ନେଇ ଜନପ୍ରତିନିଧିଙ୍କ ପକ୍ଷରୁ ଉପଜିଲ୍ଲାପାଳ ଏବଂ ଉପଖଣ୍ଡ ପୋଲିସ ପ୍ରଶାସକଙ୍କୁ ଦାବିପତ୍ର ସହ ଆଲୋଚନା 

masiha

ଢୁଷଗୁଡ଼ା ରେତ୍ ଡ୍ୟାମରେ ବୁଡ଼ି କଲେଜ ଛାତ୍ର ନିଖୋଜ ଘଟଣା, ୨୪ ଘଣ୍ଟା ପରେ ଶବ ଉଦ୍ଧାର         

Sunil Chandra Nayak

ୟୁରିଆ ସାର ଯୋଗାଇ ଦେବା ପାଇଁ ରାସ୍ତା ରୋକ ସହ ଝରିଗାଁ ଲ୍ୟାମ୍ପ ଘେରିଲେ ଚାଷୀ

masiha

Leave a Comment

error: Content is protected !!