ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

ଜଗଦୀଶ ଶତପଥୀ ଙ୍କ ଗଳ୍ପ = କାଚଘର

        = କାଚଘର =

                                     ଜଗଦୀଶ ଶତପଥୀ

ଫଗୁଣ ଆସିଛି। କେତେ ରଂଗ ଧରି ଏ ଧରା ଆଜି ଉଛୁଳି ପଡୁଛି। ଶ୍ରାବଣର ଲୁହଧାର ଶୁଖି ଆଜି ସମସ୍ତଙ୍କ ମୁଖରେ ଖୁସିର ଜୁଆର। ଓଡ଼ିଆ ସଂସ୍କୃତି ଵଡ ନିଆରା। ଏହାର ପର୍ବପର୍ବାଣୀ ସମସ୍ତଙ୍କୁ ଆକର୍ଷିତ କରେ, ସେଥିପାଇଁ ତ କେହି ରହି ପାରନ୍ତି ନାହିଁ ଦୂର ବିଦେଶ ରେ। କିବା ଧନୀ କିବା ଗରୀବ !ସମସ୍ତେ ମସଗୁଲ୍ ହୋଇ ଉଠନ୍ତି ଏହି ରଂଗର ପର୍ବ ହୋଲି ରେ।

        ସେଦିନ ବି ଫେରି ଆସିଥିଲେ ଶରତ ବାବୁ ନିଜ ଗାଁ କୁ। ପାଖରେ ଥିଲେ ନିଜର ଶିକ୍ଷିତ ପୁଅ ସଂପଦ ଓ ଉଚ୍ଚ ଶିକ୍ଷିତ ଝିଅ ଶାନ୍ତି। ଗାଁ ଆଉ ଆଗ ପରି ନାହିଁ।ସଵୁ ଆଡେ ବିରାଟ ବିରାଟ ଲାଇଟ୍ ପୋଷ୍ଟ ଯେମିତି ସହରୀ ସଭ୍ୟତା କୁ ଖତେଇ ହେଉଛି ଆଉ କହି ଦେଉଛି, ଦେଖରେ ସହରୀ ବାବୁ ଓ ଵାଵୁଆଣୀ ମାନେ ଆମେ ଆଉ କିଛି କମରେ ନାହୁଁ।ସଵୁ ସୁବିଧା ଆମ ହାତ ପାହାନ୍ତାରେ। ଇଣ୍ଟରନେଟ ସେବା ରେ ବର୍ତ୍ତମାନ ସବୁ ସୁବିଧା ମିଳି ଯାଉଛି। ତେଣୁ ଗାଁ ଆଉ ସହର ଭିତରେ ତଫାତ ବହୁତ କମ୍।

      ବହୁତ ଦିନ ପରେ ଗାଁ ଫେରନ୍ତା ଶରତ ବାବୁ। ଦୁଇ ବର୍ଷ ଧରି କରୋନା ଗଲା। କୌଣସି ମେଳା ମଉଛୁକ ହୋଇ ନାହିଁ।

ଏବର୍ଷ ନିର୍ଦ୍ଧାରିତ ସମୟରେ ଆସିଛନ୍ତି ଶରତ ବାବୁ। ଗାଁ ଠାକୁର ଙ୍କ ଘର ଘର ବୁଲି ଭୋଗ ଖିଆ ବେଶ ଖୁସି ଆଣି ଦିଏ। ଗାଁ ମେଲଣ ରେ ଗୋଟିଏ ସ୍ୱତନ୍ତ୍ରତା ଅଛି। ଭଳିକି ଭଳି ମିଠା ଦୋକାନ। ଭଳିକି ଭଳି ମନୋହରୀ, ଖେଳନା ଏମିତି କେତେ କ’ଣ।ସହରୀ ଜୀବନରେ ଏସବୁ ସାତ ସପନ। ଅବଶ୍ୟ କିଛି କିଛି ପଲ୍ଲୀ ମେଳା, ମହୋତ୍ସବ ଏହାର ମାନ ବୃଦ୍ଧି କରୁଛି ହେଲେ ଗାଁ ର ସଂସ୍କୃତି ଓ ପରମ୍ପରା ବଡ଼ ନିଆରା। କେହି ଵିପଦରେ ପଡିଥିଲେ ସାହାଯ୍ୟର ଲମ୍ବା ହାତ ଵଢି ଆସେ ଗାଉଁଲି ଜୀବନରେ।ଏ ଜିନିଷଟା ସହରରେ ଦେଖିବା ଦୁର୍ଲଭ।ଏସି ର ଚାକଚକ୍ୟ କୁକୁର କୁ ବାନ୍ଧି ରଖିପାରେ, ହେଲେ ମଣିଷକୁ ନୁହଁ। କାଚ କାନ୍ଥ ର ଜୀବନ ଆମୋଦ ଦେଇପାରେ ହେଲେ ଗାଁ ର ମମତା ଆତ୍ମତୃପ୍ତି ଦିଏ। ସେଥିପାଇଁ ତ ପ୍ରତିବର୍ଷ ଏଇ ହୋଲି ରେ ଶରତ ବାବୁ ଙ୍କ ପାଦ ପଡ଼େ ଗାଁ ଭୂଇଁ ରେ। କେତେ ଆତ୍ମୀୟତା ସାଙ୍ଗ ସାଥି ମେଳେ ମିଳେ ତାହା କେବଳ ଅନୁଭବୀ ହିଁ ଜାଣେ।ନଈ କୂଳିଆ ଧୀର ପବନ ମନକୁ ଆନ୍ଦୋଳିତ କରେ।

         ଏସନ ପୁଅ ଝିଅ ଙ୍କ ବିବାହ କରିବାକୁ ମନସ୍ଥ କରି ଗାଁ କୁ ଆସିଛନ୍ତି ଶରତ ବାବୁ।ଵହୁ ଦିନର ଵନ୍ଧୁ ଶାଶ୍ଵତ କୁ କଥା ଦେଇଛନ୍ତି ତୋ ଝିଅକୁ ମୋ ପୁଅ,ମୋ ଝିଅକୁ ତୋ ପୁଅ ସାଥିରେ ବାହାଘର କରିବାକୁ।ଦୋଳ ପୂର୍ଣ୍ଣିମା ରେ ଖିଆ ପିଆ ପରେ ପରେ ଏକାଦିନେ ଗୋଟିଏ ବେଦୀରେ ବାହାଘର। ବାହାଘର ନୁହେଁ ତ ରାଧାକୃଷ୍ଣଙ୍କ ଅପୂର୍ବ ମିଳନ ପର୍ବ।

        ମେଲଣ ଚାଲିଛି ଧୁମ୍ ଧାମରେ।ସଵୁ ଲୋକ ହରେକୃଷ୍ଣ ହରେରାମ ନାମ ସଂକୀର୍ତ୍ତନ ରେ ବ୍ୟସ୍ତ।ଦୁଇ ସାଙ୍ଗ ଏକାଠି ବସି ରଂଗ ଵୋଳା ବୋଳି ହେଉଛନ୍ତି, ହଠାତ୍ ଶରତ ବାବୁ ଛାତିରେ ଯନ୍ତ୍ରଣା ଅନୁଭବ କଲେ। ସାଙ୍ଗ ଶାଶ୍ଵତ ଆଶୁ ଚିକିତ୍ସା କଲେ ଵି କିଛି ଲାଭ ହେଲାନାହିଁ। ଶେଷରେ ଆଖି ବୁଜିଲେ ଶରତ ବାବୁ। ହେଲେ କଥା ରକ୍ଷା କରି ସଵୁ ଦାୟିତ୍ଵ ଏବେ ଶାଶ୍ଵତ ବାବୁଙ୍କ ଉପରେ। ଜୀବନ ଏକ କାଚ ଘର। ଥରେ ଭାଙ୍ଗି ଗଲେ ଆଉ ଯୋଡି ହୁଏ ନାହିଁ। ଏହାହିଁ ଶାଶ୍ୱତ ଆଉ ଚିରନ୍ତନ। ଏକଥା ଶାଶ୍ଵତ ବାବୁଙ୍କୁ ସବୁ ବେଳେ ଥଟା କରୁଥିଲା।

            ଧର୍ମଶାଳା। ଯାଜପୁର।

Related posts

କୁମାରୀ ପୁଷ୍ପଲତା ମୁଣ୍ଡା ଙ୍କ ମିନି ଗଳ୍ପ = ଲୋଭି କୁକୁର ଓ ସୁନ୍ଦରୀ ଠେକୁଆ

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ ଗଳ୍ପ = ଶ୍ରୀଲେଖାର ଦୁଃଖ

Sunil Chandra Nayak

ୟୁଜିଆଇ ଆଲୁମିନୀ ଆସୋସିଏସନ ତରଫରୁ ରକ୍ତଦାନ ଶିବିର , ୮୦ ୟୁନିଟ୍ ରକ୍ତ ସଂଗ୍ରହ

Sunil Chandra Nayak

Leave a Comment

error: Content is protected !!