ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୂଳପତି ନିର୍ବାଚନ ପାଇଁ କାଶିପଳା ଠାରେ ଆସନ୍ତା ଅପ୍ରିଲ ୩ ତାରିଖ ମହାସଭା

ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର ନିଜସ୍ଵ ଭବନ ପରିସରରେ ଏକ ଜରୁରୀ କେନ୍ଦ୍ର ବୈଠକ କୁଳପତୀ ବିଜୟ ତାତାପ ସିଂ ମହାରଥା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୁର୍ବତନ କୂଳପତି ଜୀତେନ୍ଦ୍ର ସିଂ ବାରିକ, ଜ୍ଞାନ ପ୍ରକାଶ, ପରାମର୍ଶ ଦାତା କେତନ ସିଂ ବାରିକ, ମହେଶ୍ବର ପ୍ରସାଦ ବାରିକ, ହରିଶ୍ଚନ୍ଦ୍ର ବାରିକ, ନନ୍ଦଲାଲ ବାରିକ ,ଅଶ୍ବିନୀ ପ୍ରଧାନୀ, ବିଦ୍ୟାଧର ବିଶି, ଖରତଚନ୍ଦ୍ର ବାରିକ, ବରିଷ୍ଠ ଶିଳ୍ପପତି ରଶ୍ମିରଜଂନ ଚଳାନ, ଉପ କୁଳପତି ଡିଜଲେଶ୍ବର ବାରିକ, ସହ ସମ୍ପାଦକ ସହଦେବ ରାଉତ, କୋଷାଧକ୍ଷ ଶ୍ରୀ ଲୋକନାଥ ବାରିକ, ସଂଙ୍ଗଠକ ଅନିଲ ଦଣ୍ଡସେନା ପ୍ରମୁଖ ମଂଚାସୀନ ଥିଲେ । ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର ମୁଖ୍ୟ ସମ୍ପାଦକ ବୃନ୍ଦାବନ ବାରିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏ ଅବସରରେ କୂଳପତି ବିଜୟ ସିଂ ମହାରଥା ଙ୍କ କାର୍ଯ୍ୟକାଳ ୫ ବର୍ଷ ଶେଷ ହୋଇ ଯାଇଥିବାରୁ ନୂତନ କୁଳପତି ଓ ପରିଷଦ ପରାମର୍ଶ ଦାତା ନିର୍ବାଚନ ପାଇଁ ମହାସଭା କରିବା ପାଇଁ ଆଲୋଚନା ହୋଇଥିଲା। ଆସନ୍ତା ଏପ୍ରିଲ ୩ ତାରିଖ ଦିନ ଖଡ଼ିଆଳ ସ୍ମିତ କାଶିପଲା ଗ୍ରାମ ଠାରେ ମହାସଭା କରିବା ପାଇଁ ସ୍ଥାନ ନିରୂପଣ କରାଯାଇଥିଲା । କୁଳପତି ନିର୍ବାଚନ ପୁର୍ବରୁ ଆସନ୍ତା ମାର୍ଚ୍ଚ ୫ ତାରିଖ ଠାରୁ ୮ ତାରିଖ ମଧ୍ୟରେ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର ପରିସରରେ ଥିବା ୩୦ ଗୋଟି ଅଂଚଳରୁ ସଭାପତି, ସମ୍ପାଦକ ଓ କେନ୍ଦ୍ର ସଦସ୍ୟ ଗଠନ କରିବା ଚୁଡାନ୍ତ ହୋଇଥିଲା । ନୂତନ ଭାବରେ ନିର୍ବାଚିତ ହୋଇଥିବା ଅଂଚଳ ସଭାପତି , ସମ୍ପାଦକ ଓ କେନ୍ଦ୍ର ସଦସ୍ୟ ମାନେ ନୂତନ କୁଳପତି ନିର୍ବାଚନ ରେ ଭାଗ ନେବେ । କୂଲପତି ନିର୍ବାଚନ କୁ ପରିଚାଳନା କରିବା ପାଇଁ ବରିଷ୍ଠ ଆଇନଜିବୀ ବିଭୁଦତ ଚଳାନ ଓ ସହ ଯୋଗୀ ଅଧିକାରୀ ଭାବେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ର ବରିଷ୍ଠ ପରାମର୍ଶ ଦାତା କେତନ ସିଂ ବାରିକ ଓ ବରିଷ୍ଠ କର୍ମକର୍ତ୍ତା ହେମନ୍ତ କୁମାର ଦଣ୍ଡସେନା ଙ୍କୁ ଚୟନ କରାଯାଇଥିଲା । ଏହି ବୈଠକରେ ୩୦ ଗୋଟି ଅଂଚଳରୁ ପ୍ରାୟ ୨୦୦ ଜଣ କର୍ମକର୍ତା ଭାଗ ନେଇଥିଲେ । ଏ ଅବସରେ କ୍ଷତ୍ରୀୟ ସମାଜ ର ଚିତରଞ୍ଜନ ବେହେରା ଜିଲ୍ଲାପରିଷଦ ସଭ୍ୟ ଭାବରେ ବିଜୟ ଲାଭ କରିଥିବାରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଗୋବିନ୍ଦପୁର ସାପ୍ତାହିକ ହାଟ ଠାରେ ଜଳଛତ୍ର ର ଶୁଭାରମ୍ଭ

Sunil Chandra Nayak

ଆଇ ଟି ଆଇ ଓ ବନଦୁର୍ଗା ହାଇସ୍କୁଲ ରେ ବୃକ୍ଷ ରୋପଣ

Sunil Chandra Nayak

ମିନତି ଦାଶ ଙ୍କ କବିତା ବଂଶୀ

Sunil Chandra Nayak

Leave a Comment

error: Content is protected !!