ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବରାଜପୁର ଲ୍ୟାମ୍ପ ତରଫରୁ ମହୁଲ ପାଟଣା ଠାରେ ଋଣ ମେଳା ଅନୁଷ୍ଠିତ

ଥୁଆମୂଳ ରାମପୁର:୨୭/୩ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ମହୁଲ ପାଟଣା ଠାରେ ଯୁବରାଜ ପୁର ସେବା ସମବାୟ ସମିତି ପକ୍ଷରୁ ସମିତି ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ ମେଳା ଶ୍ରୀ ଲକ୍ଷ୍ମଣ ମାଝୀ ଙ୍କ ନେତୃତ୍ୱରେ ମହୁଲ ପାଟଣା ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହେଇଯାଇଛିl ଏହି ଋଣ ମେଳା କାର୍ଯ୍ୟକ୍ରମରେ , ଭବାନୀପାଟଣା ମଣ୍ଡଳର ମୂଖ୍ୟ ଅତିଥି ଭାବେ A ,R,C H ର ସହକାରୀ ନିବନ୍ଧକ ମଧୁସୂଦନ ମେହେର, ସମ୍ମାନିତ ଅଥିତି ଭାବେ ପାଡେପଦର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଶ୍ରୀଯୁକ୍ତ ମୋହନ କୁମାର ସାଗର, ଗୋପୀନାଥପୁର ସରପଞ୍ଚ ଧନସିଂ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ସମବାୟ ସମିତି ପକ୍ଷରୁ ସମବାୟ ବ୍ୟାଙ୍କର ନିରୀକ୍ଷକ ରାଜେଶ୍ ପ୍ରଧାନ , ମଙ୍ଗଳପୁର ଫେକ୍ସ ସେକ୍ରେଟାରୀ ରାଧାମୋହନ ସାହୁ , ବାନେର ଫେକ୍ସ୍ ର ସେକ୍ରେଟାରୀ ଉଦ୍ଦିତ ନାରାୟଣ ରାଉତ, ଯୁବରାଜପୁର ଲ୍ୟାମ୍ପ୍ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ମାଝୀ, ଓ DEO ବିଜୟ ନାୟକ ଉପସ୍ଥିତ ରହିଥିଲେl ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କ ସେବା ଓ ଋଣ କର୍ମଶାଳାରେ ନିବନ୍ଧକ ଶ୍ରୀ ମେହେର ଉପସ୍ଥିତ ଜନସାଧାରଣ ଙ୍କୁ ରାଜ୍ୟ ସରକାରଙ୍କ ତରଫରୁ କ୍ଷୁଦ୍ର ଚାଷୀ ମାନଙ୍କୁ ଏକ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯିବା ସହିତ ବୃହତ ଚାଷୀ ମାନଙ୍କୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁଇ ପ୍ରତିଶତ ମଧ୍ୟରେ ଋଣ ଦେବା କୁ ସରକାର ନିପତ୍ତି ନେଇଥିବା ବିଷୟରେ ଚାଷୀମାନଙ୍କୁ ଅବଗତ କରାଇଥିଲେ ଓ ଛେଳି ଚାଷ, କୁକୁଡ଼ା ଚାଷ,ଗୋପାଳନ, ଆମ୍ବ ବଗିଚା, କଦଳୀ ଚାଷ, ଏବଂ ଦୋକାନ ଋଣ ସହିତ ଅନ୍ୟାନ୍ୟ ଋଣ ମଧ୍ୟ ଦେବା ପାଇଁ ବ୍ୟବସ୍ଥା ରହିଛି ବୋଲି ଅବଗତ କରାଇଥିଲେl ସମବାୟ ସମିତି ଋଣ କର୍ମଶାଳା ମେଳାରେ ୮ ଗୋଟି ଗ୍ରାମପଞ୍ଚାୟତ ରୁ ଶତାଧିକ ଲୋକ ମାନେ ଯୋଗ ଦେଇଥିଲେ, ଋଣ ମେଳାର ମଞ୍ଚ ପରିଚାଳନା କରିଥିଲେ ଉଦ୍ଦିତ ନାରାୟଣ ରାଉତ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଅମୃତ ଭାରତ ଯୋଜନାରେ ସାମିଲ ହେଲା ଭବାନୀପାଟଣା ରେଳ ଷ୍ଟେସନ l ଭିଡିଓ କନଫରେନସିଂ ଜରିଆରେ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ

Sunil Chandra Nayak

ପାଖରେ ନଥିଲା ସମ୍ୱଳ…୪୦ କିଲୋମିଟର ମୃତଦେହ ଧରି ଚାଲିଲେ ସ୍ୱାମୀ

Sunil Chandra Nayak

ରାୟଗଡ଼ା ଚାନ୍ଦିଲି ଉପସ୍ଵାସ୍ଥ୍ୟ କେନ୍ଦ୍ର ର ସ୍ଵାସ୍ଥ୍ୟ କର୍ମୀ ବିରୋଧରେ ଦାବି ପତ୍ର ପ୍ରଦାନ

masiha

Leave a Comment

error: Content is protected !!