ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରାଡିହି ସରକାରୀ ଉଚ୍ଚ ବିଦ୍ୟାଳୟର ବାଷିକ ମହୋସବ ପାଳିତ

  ମୟୂରଭଞ୍ଜ- ୨୬/୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଲକ ଝରାଡିହି ସରକାରୀ ଉଚ୍ଚ ବିଦ୍ୟାଳୟରେ ବାଷିକ ମହୋତ୍ସବ ପ୍ରଧାନ ଶିକ୍ଷକ ସ୍ମୃତି ରଞ୍ଜନ ପାଣିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛିIଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡ଼ ସରୋଜ ନାୟକ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ବଡ଼ ବଡ଼ ଆଶା ରଖିବା ପାଇଁ ମତବ୍ୟକ୍ତ ରଖିଥିଲେ I ମୁଖ୍ୟ ବ୍ୟକ୍ତା ଭାବେ କଣ୍ଟାପାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମିତାଭ ମିଶ୍ର ଯୋଗ ଦେଇ ମୟୁରଭଞ୍ଜର ଐତିହ୍ୟ ସମ୍ପର୍କରେ ଅବଗତ କରାଇଥିଲେI ସମ୍ମାନୀୟ ଅତିଥି ଭାବେ ଝରାଡିହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ଆୟୂସ ଡାକ୍ତର ସ୍ଵପ୍ନେଶ୍ବର ପୋଥାଳ,ଝରାଡିହି ହୃର୍ଷିକେଶ ବାଳିକା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷୟତ୍ରୀ ରେଖାରାଣି ସିଂ,ଇଂଜିନିୟର ସୌରଭ ତ୍ରିପାଠି, ବହଳଦା ବ୍ଲକ ୨୫ ନମ୍ବର ଜୋନର ଜିଲ୍ଲା ପରିଷଦ ଭଗବତୀ ମିଶ୍ର,ରାଇରଙ୍ଗପୁର ବ୍ଲକ ୪୫ ନମ୍ବର ଜିଲ୍ଲା ପରିଷଧ ସଚିଦାନନ୍ଦ ମହାନ୍ତ,ତାରାଣା ଫାତୁ ମେମୋରିଆଲ ଏକାଡେମ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ। ଉପସ୍ଥିତ ସମସ୍ତ ମଞ୍ଚାସିନ ଅତିଥୀ ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଝରାଡିହି ପରି ଆଦିବାସୀ ଅଧୁଷିତ ଅଞ୍ଚଳରେ ଖୁବ୍ କମ ଦିନରେ ଝରାଡିହି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ମୃତିରଂଜନ ପାଣି ସମସ୍ତ ପୁରାତନ ଛାତ୍ର ସଂଘ କ୍ରମକତ୍ତା ମାନଙ୍କୁ,ପାଖା ପାଖି ସମସ୍ତ ଉଚ୍ଚ ବିଦ୍ୟାଳୟ,ଉଚ୍ଚ ପ୍ରଥମିକ ବିଦ୍ୟାଳୟ ତଥା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ମାନଙ୍କୁ ଏବଂ ଜନ ସାଧାରଣମାନଙ୍କୁ ଏକତ୍ରିତ କରି ଝରାଡିହି ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବିଶାଳ ଜିଲ୍ଲା ସ୍ତରୀୟ ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ତାଲିମ ଶିବିରକୁ ସୁଚାରୁ ରୁପେ ଆୟୋଜନ କରିପାରିଥିବାରୁ ସଭାରେ ଉପସ୍ଥିତ ଅତିଥୀ ମାନେ ସମସ୍ତ ଦର୍ଶକ,ଛାତ୍ରଛାତ୍ରି,ଅଭିଭାବକ ତଥା ଶିକ୍ଷକ ଶିକ୍ଷୟତ୍ରି ମାନଙ୍କ ଉପସ୍ଥିତରେ ପ୍ରଧାନ ଶିକ୍ଷକ ସ୍ମୃତିରଂଜନ ପାଣିଙ୍କୁ ଉତ୍ତରୀୟ ଦେଇ ଡ଼ ନୀଳକଣ୍ଠ ମିଶ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରେ ବିଦ୍ୟାଳୟର ଛାତ୍ର ଛାତ୍ରି ମାନଙ୍କୁ ନେଇ ସାଂସ୍କୃତିକ କାଯ୍ୟକ୍ରମ ହୋଇଥିଲା। ବିଦ୍ୟାଳୟର ଶିକ୍ଷକ ରଘୁନାଥ ମାଝି ମଞ୍ଚ ପରିଚାଳନା କରିଥିଲା ବେଳେ ଶିକ୍ଷକ ସୁବ୍ରତ କୁମାର ପଲେଇ ଅତିଥୀ ପରିଚୟ ଓ ବିବରଣୀ ପାଠ କରିଥିଲେ।ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ମୃତିରଂଜନ ପାଣି ଜିଲ୍ଲା ସ୍ତରୀୟ ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ତାଲିମ ଶିବିରରେ ସହଯୋଗ ହାତ ବଢାଇଥିବା ,ପୁରାତନ ଛାତ୍ର ସଂଘ,ପାଖା ପାଖି ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରି ,ଅଭିଭାବକ,ଜନସାଧାରଣ,ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ,,ସାମ୍ବାଦିକ ବନ୍ଦୁ,ପୋଲିସ ବିଭାଗ ,ଡାକ୍ତର ବିଭାଗ, ବାଦ୍ୟ ଯନ୍ତ୍ର ତଥା ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସି ବିଭିନ୍ନ କାଯ୍ୟରେ ସହଯୋଗ କରିଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଧନ୍ୟବାଦ ଜଣାଇ ଥିଲେ।ଉକ୍ତ ବାଷିକ ମହୋସବରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଧରିତ୍ରୀ ବେହେରା, ନିରଞ୍ଜନ ଗିରି ବିଶେଶ୍ବରୀ ବେହେରା,ଦେଓଲା ମାଝି,ମିତା ହାଁସଦାଃ,ସପ୍ନା ବେହେରା,ପଦ୍ମିନୀମାର୍ଣ୍ଡି ,ମଧୁସ୍ମିତା ମହାନ୍ତ,ଗିତାଞ୍ଜଳି ମହାନ୍ତ,ସାଗିନ ମାଝି,ବୁଧୁରାମ ଦଳେଇ,ସନାତନ ସାଇଁ,ମୁତ୍ୟୁଞ୍ଜୟ ସେନ,ଶିବାନି ଶଙ୍କର ଦାଶ,ଅଭିଜିତ ଜେନା,ଉତ୍ତମ ସାହୁ,ଦେବରାଜ ଦାସ,ସୁରେନ୍ଦ୍ର କୁମ୍ଭକାର,ଜତିନ୍ଦ୍ର ମହାନ୍ତ,ଅନନ୍ତ ସରେନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମିଳିତ ଶିକ୍ଷକ ସଂଘର ବୈଠକ 

Sunil Chandra Nayak

ବି.ଜେ.ବି. ୭୪ର ସାଧାରଣ ଅଧିବେଶନ

Sunil Chandra Nayak

କାର୍ଯ୍ୟାଦେଶ ତଥା ବ୍ୟାଙ୍କ ରେଟଙ୍କା ଜମା ମେସେଜ ପାଇଛନ୍ତି କିନ୍ତୁ ଆକାଉଣ୍ଟ ଖାଲି :ପ୍ରଧାନମନ୍ତ୍ରୀ ଆବାସ ରେ ଚଞ୍ଚକତା 

masiha

Leave a Comment

error: Content is protected !!