ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଓଡ଼ିଶା ସରକାରୀ ଆଉଟସୋରସିଂ କର୍ମଚାରୀ ମହାସଙ୍ଘ ର ୧୧ ଦଫା ଦାବି

ତେନ୍ତୁଳିଖୁଣ୍ଟି ୨୭/୩ /୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ଓଡ଼ିଶା ସରକାରୀ ଆଉଟସୋରସିଂ କର୍ମଚାରୀ ମହାସଙ୍ଘ ତରଫରୁ ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ର ୧୧ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ୨୦୨୨ ମସିହା ଜୁଲାଇ ୧୩ ତାରିଖ ପୂର୍ବରୁ କାର୍ଯ୍ୟ ରେ ଯୋଗ ଦେଇଥିବା ସମସ୍ତ ଆଉଟସୋରସିଂ କର୍ମଚାରୀ ଙ୍କୁ ନିୟମିତ କରିବା , ଅପରାଧିକ ମାମଲା ଏବଂ ଆର୍ଥିକ ଅନିୟମିତତା ବ୍ୟତୀତ କର୍ମଚାରୀ ଙ୍କୁ କାର୍ଯ୍ୟ ରୁ ନିବୃତ ନକରିବା ଅର୍ଥାତ କାର୍ଯ୍ୟ ସୁରକ୍ଷା ,ପୂର୍ବରୁ ଯେଉଁ ମାନଙ୍କୁ କର୍ମବିରତ କରାଯାଇଛି ସେମାନଙ୍କୁ ପୁନଃ ସେମାନଙ୍କ ପୂର୍ବ କର୍ମରେ ନିଯୋଜିତ କରିବା ,ନିୟମିତ କରାଯିବା ପରେ ବର୍ତ୍ତମାନ ର ବଜାର ଚାହିଦା ଅନୁଯାଇ ଗ୍ରୁପ ସି କର୍ମଚାରୀ ଙ୍କୁ ମାସିକ ୩୦୦୦୦ ଟଙ୍କା ଏବଂ ଗ୍ରୁପ ଡି କର୍ମଚାରୀ ଙ୍କୁ ୨୧୦୦୦ ଟଙ୍କା ବେତନ ପ୍ରଦାନ ,କର୍ମଚାରୀ ଙ୍କ ବାର୍ଷିକ ପ୍ରଦର୍ଶନ ଅର୍ଥାତ କାର୍ଯ୍ୟ ସମ୍ପାଦନ କୁ ଲକ୍ଷ୍ୟକରି ବାର୍ଷିକ ୧୦ ପ୍ରତିଶତ ଦରମା ଅଭିବୃଦ୍ଧି କରିବା , କର୍ମକ୍ଷେତ୍ର ରେ ବରିଷ୍ଠତା କୁ ଲକ୍ଷ କରି ଦରମା ଅଭିବୃଦ୍ଧି କରିବା ,କର୍ମଚାରୀ ଙ୍କ ଇଏସଆଇ ଏବଂ ଇପିଏଫ ର ଡିଡିଓ ଜମା କରିବା , ୬ ବର୍ଷ କାର୍ଯ୍ୟ କରିବା ପରେ ଦୁର୍ଘଟଣା ଜନିତ ଅକର୍ମଣ୍ୟ ହେଲେ ୬ ଲକ୍ଷ ଏବଂ ମୃତ୍ୟୁବରଣ କଲେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପା ରାଶି ପ୍ରଦାନ ,ମୃତ୍ୟୁ ପରେ ମାନବିକତା ଦୃଷ୍ଟିରୁ କର୍ମଚାରୀ ଙ୍କ ଜଣେ ଉତ୍ତରାଧିକାରୀ ଙ୍କୁ ଆଉଟସୋରସିଂ ଅବା ଦୈନିକ ହାରରେ କର୍ମ ନିଯୋଜନ କରିବା ,ଚାକିରି କାଳ ମଧ୍ୟରେ ମହିଳା କର୍ମଚାରୀ ଙ୍କୁ ଦୁଇଗୋଟି ମାତୃକା ଛୁଟି ପ୍ରଦାନ ଆଦି ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଛି ସଂଘ । ପୂର୍ବରୁ ଏହି ଦାବି ମୁଖ୍ୟମନ୍ତ୍ରୀ ଙ୍କ ସମେତ ମୁଖ୍ୟ ଶାସନ ସଚିବ ଙ୍କୁ ପ୍ରଦାନ କରି ଲିଖିତ ପ୍ରତିଶ୍ରୁତି ପାଇବା ପରେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ କରିଛି ସଂଘ । ଗତ ୨୫ ତାରିଖରୁ ସଂଘ ଭୁବନେଶ୍ଵର ଠାରେ ଧାରଣା ଦେବା ସତ୍ବେ ସେମାନଙ୍କ ଦାବି ପ୍ରତି ଗୁରୁତ୍ଵ ଦିଆଯାଉନଥିବା ଅଭିଯୋଗ କରି ଯଥା ଶୀଘ୍ର ଦାବି ପୂରଣ କରାନଗଲେ ସଂଘ ଆନ୍ଦୋଳନ କୁ ତୀବ୍ରତ୍ତର କରିବା ନେଇ ଚେତାବନୀ ଦେଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷେତ୍ର ପରିଦର୍ଶନ ରେ ଯାଇଥିବା ରୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୃପାସିନ୍ଧୁ ନାୟକ ଙ୍କ ଜରିଆ ରେ ଏହି ଦାବିପତ୍ର ପ୍ରଦାନ କରିଛି ସଂଘ । ଏହି ଦାବି ପତ୍ର ପ୍ରଦାନ ସମୟରେ ଆଉଟସୋରସିଂ କର୍ମଚାରୀ ମହାସଙ୍ଘ ର ତେନ୍ତୁଳିଖୁଣ୍ଟି ବ୍ଲକ ସଭାପତି ପ୍ରକାଶ ସୁନା ,ସମ୍ପାଦକ ଗୀତାଞ୍ଜଳି ଗଣ୍ଡା ,କୋଷାଧକ୍ଷ ଉମା ମାହେଶ୍ଵରୀ ,କୁନେଶ ବିଶ୍ଵାଳ ଙ୍କ ସମେତ ବ୍ଲକ ରେ କାର୍ଯ୍ୟରତ ସମସ୍ତ ଆଉଟସୋରସିଂ କର୍ମଚାରୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବି କୁ ଗୁରୁତର ଶହ ନେଇ ବିଚାର କରିବା ନେଇ ଆଶା ରଖିଛନ୍ତି ତେନ୍ତୁଳିଖୁଣ୍ଟି ଆଉଟସୋରସିଂ କର୍ମଚାରୀ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

Sunil Chandra Nayak

ସଦର ଥାନା ଅଧିକାରୀଙ୍କୁ ଭେଟିଲା ରାଷ୍ଟ୍ରୀୟ ପତ୍ରକାର ସଂଘ 

masiha

Leave a Comment

error: Content is protected !!