ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଣପୁର ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ : ଦୁଇ ଗିରଫ ୧୦୦ ଲିଟର ଦେଶୀମଦ ସମେତ ଦୁଇ ବାଇକ୍ ଜବତ !!!

ବାଲୁଗାଁ:- ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ,ବାଣପୁର, ଚିଲିକା ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ବଢିବାରେ ଲାଗିଛି। ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଚଢାଉ କରି ଗିରଫ କରିଲେ ମଧ୍ୟ ସୁଧୁରିବାର ନାଁ ଧରୁ ନାହାନ୍ତି ଚୋରା ଦେଶୀମଦ ବେବସାୟୀ । ଆଜି ସକାଳୁ ବାଲୁଗାଁ ଅବକାରୀ ବିଭାଗ ବାଣପୁର ଥାନା ଅଞ୍ଚଳରେ ଚଢାଉ କରି ଦୁଇଜଣ ଚୋରା ଦେଶୀ ମଦ ବେବସାୟୀ ଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୧୦୦ ଲିଟର ଦେଶୀମଦ ସମେତ ଦୁଇଟି ବାଇକ୍ ଜବତ କରିଛି ଅବକାରୀ ବିଭାଗ। ସୂଚନା ମୁତାବକ ଆଜି ସକାଳୁ କୌଣସି ସୂତ୍ରରୁ ଚୋରା ଦେଶୀମଦ କାରବାର ହେଉଥିବାର ଖବର ପାଇ ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ରୋହିତ ଦଣ୍ଡସେନାଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ବାଣପୁର ଥାନା ଅନ୍ତର୍ଗତ ଭାଗିରଥିପୁର ଗ୍ରାମର ସୁଶାନ୍ତ ଦାସ (୨୦) ଙ୍କ ନିକଟରୁ ୬୦ ଲିଟର ଓ ଭେଟେଶ୍ୱର ଗ୍ରାମର ମନୁ ପ୍ରଦାନ (୪୯) ଙ୍କ ନିକଟରୁ ୪୦ ଲିଟର ଚୋରା ଦେଶୀ ମଦ ସମେତ ଦୁଇଜଣ ନିକଟରୁ ଦୁଇଟି ବାଇକ୍ ଜବତ କରିବା ସହିତ ତାଙ୍କ ବିରୁଦ୍ଧରେ ପିଆର କେସ ନମ୍ବର ୧୮୭ ଓ ୧୦୭/ ୨୨-୨୩ ରେ ଦୁଇଗୋଟି ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଥିବାର ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ରୋହିତ ଦଣ୍ଡସେନା ସୂଚନା ଦେଇଛନ୍ତି । ଏହି ଚଢାଉରେ ଟାଙ୍ଗୀ ଅବକାରୀ ଅଧିକାରୀ ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ରୋହିତ ଦଣ୍ଡସେନା,ଅବକାରୀ କର୍ମଚାରି ଓ ଜିଲ୍ଲା ମୋବାଇଲ ଷ୍ଟାଫ୍ ପ୍ରମୁଖ ଏହି ଚଢାଉରେ ସାମିଲ ହୋଇଥିଲେ।

ବାଲୁଗାଁ ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଶଶୁର ଗାଁରେ ଜୋଇଁ ର ଆତ୍ମହତ୍ୟା

masiha

ଚାଷ ଜମି ରୁ ଯୁବକ ଙ୍କ ଶବ ଉଦ୍ଧାର,ଆତ୍ମହତ୍ୟା ସୂଚନା, ମୃତ୍ୟୁ ର କାରଣ ଅସ୍ପଷ୍ଟ

masiha

ରାଜନୈତିକ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ମରଣାତ୍ମକ ଆକ୍ରମଣ: ଛଅ ଆହତ

Sunil Chandra Nayak

Leave a Comment

error: Content is protected !!