ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ମତ୍ସ୍ୟ ଗନ୍ଧା

ମତ୍ସ୍ୟ ଗନ୍ଧା____

ଦେଖିଛ କି କେବେ ସାଗର ଭିତରେ,
ମତ୍ସ୍ୟ ଗନ୍ଧାର ରୂପ?
ମୁଁ ଦେଖିଛି ତହିଁ ଅତି ନିକଟରୁ ,
ସ୍ୱର୍ଗୀୟ ସୁଷମା ଛାପ ।।
ନିମିଷକେ ସିଏ ଉଭା ହୋଇ ପୁଣି,
ନିମିଷକେ ଛପିଯାଏ,
ସୁନେଲୀ ବୈଭବ କାୟାରେ ତାହାର,
ପରିସ୍ଫୁଟ ହେଉଥାଏ ।।
ଧରିବା ପାଇଁକି ଯିବାକୁ ଚାହିଁଲେ,
ଅତଳ ଗହ୍ୱରେ ଯାଏ,
ମିଛେ ସିନା ମରେ ଦରାଣ୍ଡି ଦାରାଣ୍ଡି
ପ୍ରାଣକୁ ବାଜି ଲଗାଏ ।।

___ଚିତ୍ରା ରାଣୀ ପାତ୍ର।____

            ବାଲେଶ୍ଵର

 

Related posts

ପୁରୁଷୋତ୍ତମ ପରିଡ଼ା ଙ୍କ କବିତା ନବ ଯୌବନ 

Sunil Chandra Nayak

ତୃପ୍ତି ରାଣୀ ପାତ୍ର ଙ୍କ କବିତା l l ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମଦିନ

Sunil Chandra Nayak

ଆଦର ମଣି ପ୍ରଧାନ ଙ୍କ କବିତା = ବନ୍ଧକ

Leave a Comment

error: Content is protected !!