ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଙ୍ଗଳପୁର ସେବା ସମବାୟ ସମିତି ପକ୍ଷରୁ ବ୍ୟାଙ୍କିଙ୍ଗ ସେବା ଓ ରୁଣ କର୍ମଶାଳା ଅନୁଷ୍ଠିତ

ଭବାନୀପାଟଣା – – କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର କୃଷି ସେବା ସମବାୟ ସମିତି ପକ୍ଷରୁ ପଞ୍ଚାୟତ ସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ରୁଣ କର୍ମଶାଳା ଧନସୁଲି ମଣ୍ଡି ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମିତି ର ସଭାପତି ବସନ୍ତ କୁମାର ନାଏକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟବକ୍ତାଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା ଅଞ୍ଚଳର ଚାଷୀ ମାନଙ୍କ ଗୌରବମୟ ଇତିହାସ ଉପରେ ଆଲୋକପାତ କରିବା ସହ ସରକାରୀ ଯୋଜନା ର ସଦୁପଯୋଗ କରିବାକୁ ଆହ୍ଵାନ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ପୂର୍ବତନ ସଭାପତି ତଥା ଧନସୁଲି ସରପଞ୍ଚ କୈଳାସ ଚନ୍ଦ୍ର ସାହୁ ବୈଦ୍ୟନାଥ କମିଟି ସୁପାରିସ ଉପରେ ବକ୍ତବ୍ୟ ରଖିବା ସହ ଚାଷୀମାନେ ଠିକ୍ ସମୟରେ ରୁଣ ନେବା ପରିଶୋଧ କରିବା ଉଚିତ୍ ବୋଲି ପ୍ରକାଶ କରିଥିଲେ। ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଚାଷୀ ତଥା ସାମ୍ବାଦିକ ଅର୍ଜୁନ ପଟ୍ଟନାୟକ ପୂର୍ବ ପରର ସେବା ସମବାୟ ସମିତି କାର୍ଯ୍ୟକଳାପ ଉପରେ ଗୁରୁତ୍ଵ ଦେବାସହ ପ୍ରଦତ୍ତ ରୁଣ ର ସଦୁପଯୋଗ କରି ମହାଜନୀ କାରବାର ରୁ ମୁକ୍ତ ହେବାପାଇଁ ଚାଷୀ ମାନଙ୍କୁ ଆହ୍ଵାନ ଦେଇଥିଲେ। ଜୟପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ସୁବାଷ ଚନ୍ଦ୍ର ଶତପଥୀ ମଙ୍ଗଳପୁର ସେବା ସମବାୟ ସମିତି ର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭୂୟସୀ ପ୍ରଶଂସା କରିବା ସହ ଚାଷୀ ମାନଙ୍କୁ ସାହାଯ୍ଯ ସହଯୋଗ ପାଇଁ ବ୍ୟାଙ୍କ ଅଙ୍ଗୀକାର ବଦ୍ଧ, କୌଣସି କର୍ମଚାରୀ ଙ୍କ ଦ୍ଵାରା ଚାଷୀ ଅସୁବିଧାର ସମ୍ମୁଖୀନ ହେଲେ ତୁରନ୍ତ ଜଣାଇବା ପାଇଁ ଅନୁରୋଧ କରିଥିଲେ। ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଭାବେ ବାନେର ସମ୍ପାଦକ ଉଦିତ କୁମାର ରାଉତ, ସାମ୍ବାଦିକ ଅଶରଫ୍ ଅଲ୍ଲୀ, ସରପଞ୍ଚ ପ୍ରତିନିଧି ମାର୍କଣ୍ଡ ପଣ୍ଡା, ଅବିନାଶ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ମଙ୍ଗଳପୁର ସେବା ସମବାୟ ସମିତି ସମ୍ପାଦକ ରାଧାକାନ୍ତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅତି ସୁନ୍ଦର ଭାବରେ କର୍ମଶାଳା ଆୟୋଜିତ ହୋଇଥିବା ବେଳେ ବହୁ ଚାଷୀ ସମ୍ପାଦକ ଙ୍କୁ ପ୍ରସଂସା କରୁଥିବା ଦେଖିବାକୁ ମିଳିଥିଲା। ଅମ୍ବୁଜ ଧାଙ୍ଗଡାମାଝି ମଂଚ ପରିଚାଳନା କରିଥିଲେ। ବରିଷ୍ଠ ଚାଷୀ ଚନ୍ଦ୍ର କିଶୋର ନାଏକ, ଡମ୍ବରୁଧର ବେହେରାଙ୍କ ସମେତ ବହୁ ସଂଖ୍ଯାରେ ଚାଷିମାନେ କର୍ମଶାଳା ରେ ଯୋଗ ଦେଇଥିଲେ।

ସହ ସମ୍ପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ

Related posts

ଏସପିସିବି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

masiha

ମାଟ୍ରିକ ପରୀକ୍ଷା ରେ ବ୍ଲକ ଟପର ହେଲେ ଚି଼ଚେଇଗୁଡ଼ା ହାଇସ୍କୁଲ ଛାତ୍ର ରବୀନ୍ଦ୍ର ନାଏକ 

masiha

ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ୭୪ ତମ ବନ ମହୋତ୍ସବ ପାଳିତ

Leave a Comment

error: Content is protected !!