ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶେଷ ପର୍ଯ୍ୟାୟରେ ପହଞ୍ଚିଲା ଆଲମଣ୍ଡା ବ୍ରିଜ କାମ , ଆନ୍ଧ୍ର କୁ ରାସ୍ତା ଖୋଲିବ , ସ୍ବାସ୍ଥ୍ୟ ସେବା ଓ ବାଣିଜ୍ୟ ର ସୁଯୋଗ ପାଇବେ ଅଞ୍ଚଳବାସୀ

ବନ୍ଧୁଗାଁ ତା,୨୮/୩/୨୩, କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଆଲମଣ୍ଡା ଗ୍ରାମ ନିକଟ ଦେଇ ବହି ଯାଉଥିବା ଝଞ୍ଜାବତି ନଦୀ ପୋଲ କାମ ଅନ୍ତିମ ପର୍ଯ୍ୟାୟରେ  ପହଞ୍ଚି ଥିବାର ଦେଖିବାକୁ ମିଳିଛି I ଏହି ବ୍ରିଜର ଚାରି ପୋଲ ବିଶିଷ୍ଟ ଗୋଟିଏ ସ୍ଲାପ ୨୫.୩୦୦ ମିଟରର ହୋଇଥିବା ବେଳେ ପାଞ୍ଚଗୋଟି ସ୍ଲାପର ୧୨୬.୩୦୦ ମିଟର, ଓସାର ୧୨.୯୦୦ ମିଟର ଅଟେ I ଚାରୋଟି ସ୍ଲାପ ପଡି ସାରିଥିବା ବେଳେ ଅଡିନିଆ ବର୍ଷା ଯୋଗୁଁ ଗୋଟିଏ ସ୍ଲାପ ପଡିବାର ବାକି ରହିଛି I ଏହାର ଅଟକଳ ମୂଲ୍ୟ ୮ କୋଟି ୭୦ ଲକ୍ଷ ଟଙ୍କାରେ ବନ୍ଧୁଗାଁରୁ ଆନ୍ଦ୍ରର ପାର୍ବତିପୁରମକୁ ସଂଯୋଗ କରୁଥିବା ବ୍ରିଜ କାମ ପାଇଁ ୨୦୧୭-୧୮ ରେ ଟେଣ୍ଡର ମାଧ୍ୟମରେ କରାଯିବା ନିର୍ଧାରିତ କରାଯାଇଥିଲା I ଏହି ବ୍ରିଜ କାମକୁ ଅନ୍ୟ ଜଣେ ଠିକାଦାର କିଛି କାମ କରି ଦୁଇ ବର୍ଷ ବନ୍ଦ କରିଥିବାରୁ ଉକ୍ତ କାମକୁ ଅନ୍ୟ ଏକ ଠିକାଦାରଙ୍କୁ ଚାରିବର୍ଷ ପୂର୍ବେ ଦିଆ ଯାଇଛି I ଉକ୍ତ ଠିକାଦାର ୨୦୧୮-୧୯ ବର୍ଷର ନିୟମ ଓ ରଡ଼, ସିମେଣ୍ଟ, ଦୈନିକ ମଜୁରିଆଙ୍କ କୁଲି ଟଙ୍କା, ଏପରି ବ୍ରିଜ  କାମରେ ଲାଗିଥିବା ଅନ୍ୟାନ୍ୟ ସାମଗ୍ରୀ ପୁରୁଣା ନିର୍ଦ୍ଧାରିତ ଦର ରେ ଟଙ୍କା ପାଇ ବର୍ତ୍ତମାନ ଦରରେ ଆନ୍ଦ୍ରରୁ କିଣି ବ୍ରିଜ କାମକୁ କରୁଥିବାର ଠିକାଦାର କହିଛନ୍ତି I ପୁରୁଣା ଦରରେ ମୋତେ ବିଲ ହଉଛି କାମ ଅନୁଯାଇ, କିନ୍ତୁ ବର୍ତ୍ତମାନ ନୂଆ ଦର ସହ ଜି. ଏସ. ଟି. ବିଲ ମାଧ୍ୟମରେ କାମ କରି ବହୁତ କ୍ଷତି ସହିଥିବାର ସେ ପ୍ରକାଶ କରିଛନ୍ତି I ଏପରିକି ଏହି ବ୍ରିଜ କାମ କରିବା ପାଇଁ ଆଲମଣ୍ଡା ଅଞ୍ଚଳରୁ ମଜୁରିଆ ନ ମିଳୁଥିବାରୁ ସେ ଆନ୍ଦ୍ର, ପଶ୍ଚିମ ବଙ୍ଗ, ଓ ବିହାରରୁ ମିସ୍ତ୍ରୀ ମାନଙ୍କୁ ଆଣି କାମ କରାଉଛନ୍ତି , ତା ବାବଦେ କାମ ସାଇଡ଼ରେ ବିଜୁଳିର ସମସ୍ୟା ବହୁତ ହେଉଥିବାରୁ କିରୋସିନି ଜେନେରେଟର ମାଧ୍ୟମରେ ଲୁହା ପାଇପ ଯୋଡ଼ା କାମ ହଉଛି I ଏହି ବ୍ରିଜ କାମ ପାଇଁ ଦିନରାତି କାମ ସାଇଡ଼ରେ ଯୋଗି ରହିବାକୁ ପଡୁଛି କାରଣ ପାଇପ କିମ୍ଭା ଲୁହା ରଡ଼ ଓ ଅନ୍ୟାନ୍ୟ ଜିନିଷ ଚୋରି ହଉଛି ବୋଲି କହିଛନ୍ତି I ବ୍ରିଜ ସ୍ଲାପ ପକାଯିବା ପାଇଁ ସେଣ୍ଟରିଙ୍ଗ କରାଯାଉଛି କିନ୍ତୁ ନଦୀ ପାଣି ଫୁଲିବାରୁ ସେଣ୍ଟ୍ରିଙ୍ଗ ଦବିଯାଉଛି, ପୁନର୍ବାର ସେଣ୍ଟ୍ରିଙ୍ଗ କରିବା ପାଇଁ ସାଠିଏ. ସତୁରି ହଜାର ଟଙ୍କା କ୍ଷତି ହଉଛି I ଏପରି ଭାବରେ କାମ ଚାଲୁଚି କି କାମ କଲେ ସୁଧା ଠିକ ଭାବରେ ବିଲ ପୈଠ ପାଇ ପାରିନାହିଁ I ମଜୁରିଆଙ୍କୁ ଟଙ୍କା ଦେବା ପାଇଁ ନିଜ ଗାଁର ଚାଷ ଜମି ଦୁଇ ଏକର ବିକ୍ରି କରି ଟଙ୍କା ପୈଠ କରିଛି ଓ  କାମ ଅନୁଯାଇ ବର୍ତ୍ତମାନ ଜିନିଷ ପତ୍ରର ଦର ଅନୁଯାଇ ଜି. ଏସ. ଟି. ମାଧ୍ୟମରେ ବିଲ କରାଯାଉ ଓ ମୋର କାମରେ ଇ. ୟୁ. ଟି. ଟଙ୍କା ଯାହା ରହିଛି ତା ମୋତେ ଦିଆଯାଉ ଓ ଫାଇନାଲ ଡ଼ାଇଭର୍ସନ ହବା ଉଚିତ ଓ ପୂର୍ବ ଦର ଅନୁସାରେ ବିଲ ନ କରି ବର୍ତ୍ତମାନ ଦରରେ ବିଲ କରାଯାଉ ବୋଲି ଠିକାଦାର କହିଥିଲେ I ପୂର୍ବ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ କାମ ହଉଛି ସମସ୍ତ କାମରେ ଡିପାର୍ଟମେଣ୍ଟର ଅଧିକାରୀଙ୍କ ଉପସ୍ଥିତରେ ହିଁ କାମ ଚାଲୁଛି I ଏହି ବ୍ରିଜ କାମ ମେ ମାସର ଶେଷ ସୁଧା ପୁରାପୁରି ସମ୍ଫୁର୍ଣ ଭାବରେ ଶେଷ ହୋଇଯିବ ବୋଲି ଠିକାଦାର ଏହା ମଧ୍ୟ କହିଥିଲେ I ଏଁଣୁ ଉକ୍ତ କାର୍ଯ୍ୟ ଅନୁଯାଇ ଟଙ୍କା ବିଲ କରାଯାଉ ବୋଲି ଠିକାଦାର ଜିଲ୍ଲା ଅଧିକାରୀ ଓ ସରକାରଙ୍କୁ ଗୁହାରି କରିଛନ୍ତି   I ଏହି ବ୍ରିଜ କାମ ଯେତେ ଶୀଘ୍ର ଶେଷ ହବ ବନ୍ଧୁଗାଁ ବ୍ଲକର ଅଞ୍ଚଳ ବାସୀଙ୍କ ପାଇଁ ଆନ୍ଦ୍ରକୁ ଯାଇ ବେପାର ବାଣୀଜ ଓ ସ୍ୱାସ୍ତ୍ୟ ପ୍ରତି ମେଡିକାଲ କାମରେ ଯାଇ ପାରନ୍ତି ବୋଲି ଆଶା ରଖିଛନ୍ତି I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଭୁବନକୁ ସବଡିଭିଜନ୍ କରିବାକୁ ଦାବି

Sunil Chandra Nayak

ଓଡ଼ିଶା ରାଷ୍ଟ୍ରବାଦୀ ସଂଘ (ଓଆରଏସ) ପକ୍ଷରୁ ସଡ଼କ ସୁରକ୍ଷା ଅଭିଯାନ ମାସ ପାଳନ 

Sunil Chandra Nayak

ଚନ୍ଦାହାଣ୍ଡି ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!