ବନ୍ଧୁଗାଁ ତା,୨୮/୩/୨୩, କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଆଲମଣ୍ଡା ଗ୍ରାମ ନିକଟ ଦେଇ ବହି ଯାଉଥିବା ଝଞ୍ଜାବତି ନଦୀ ପୋଲ କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଥିବାର ଦେଖିବାକୁ ମିଳିଛି I ଏହି ବ୍ରିଜର ଚାରି ପୋଲ ବିଶିଷ୍ଟ ଗୋଟିଏ ସ୍ଲାପ ୨୫.୩୦୦ ମିଟରର ହୋଇଥିବା ବେଳେ ପାଞ୍ଚଗୋଟି ସ୍ଲାପର ୧୨୬.୩୦୦ ମିଟର, ଓସାର ୧୨.୯୦୦ ମିଟର ଅଟେ I ଚାରୋଟି ସ୍ଲାପ ପଡି ସାରିଥିବା ବେଳେ ଅଡିନିଆ ବର୍ଷା ଯୋଗୁଁ ଗୋଟିଏ ସ୍ଲାପ ପଡିବାର ବାକି ରହିଛି I ଏହାର ଅଟକଳ ମୂଲ୍ୟ ୮ କୋଟି ୭୦ ଲକ୍ଷ ଟଙ୍କାରେ ବନ୍ଧୁଗାଁରୁ ଆନ୍ଦ୍ରର ପାର୍ବତିପୁରମକୁ ସଂଯୋଗ କରୁଥିବା ବ୍ରିଜ କାମ ପାଇଁ ୨୦୧୭-୧୮ ରେ ଟେଣ୍ଡର ମାଧ୍ୟମରେ କରାଯିବା ନିର୍ଧାରିତ କରାଯାଇଥିଲା I ଏହି ବ୍ରିଜ କାମକୁ ଅନ୍ୟ ଜଣେ ଠିକାଦାର କିଛି କାମ କରି ଦୁଇ ବର୍ଷ ବନ୍ଦ କରିଥିବାରୁ ଉକ୍ତ କାମକୁ ଅନ୍ୟ ଏକ ଠିକାଦାରଙ୍କୁ ଚାରିବର୍ଷ ପୂର୍ବେ ଦିଆ ଯାଇଛି I ଉକ୍ତ ଠିକାଦାର ୨୦୧୮-୧୯ ବର୍ଷର ନିୟମ ଓ ରଡ଼, ସିମେଣ୍ଟ, ଦୈନିକ ମଜୁରିଆଙ୍କ କୁଲି ଟଙ୍କା, ଏପରି ବ୍ରିଜ କାମରେ ଲାଗିଥିବା ଅନ୍ୟାନ୍ୟ ସାମଗ୍ରୀ ପୁରୁଣା ନିର୍ଦ୍ଧାରିତ ଦର ରେ ଟଙ୍କା ପାଇ ବର୍ତ୍ତମାନ ଦରରେ ଆନ୍ଦ୍ରରୁ କିଣି ବ୍ରିଜ କାମକୁ କରୁଥିବାର ଠିକାଦାର କହିଛନ୍ତି I ପୁରୁଣା ଦରରେ ମୋତେ ବିଲ ହଉଛି କାମ ଅନୁଯାଇ, କିନ୍ତୁ ବର୍ତ୍ତମାନ ନୂଆ ଦର ସହ ଜି. ଏସ. ଟି. ବିଲ ମାଧ୍ୟମରେ କାମ କରି ବହୁତ କ୍ଷତି ସହିଥିବାର ସେ ପ୍ରକାଶ କରିଛନ୍ତି I ଏପରିକି ଏହି ବ୍ରିଜ କାମ କରିବା ପାଇଁ ଆଲମଣ୍ଡା ଅଞ୍ଚଳରୁ ମଜୁରିଆ ନ ମିଳୁଥିବାରୁ ସେ ଆନ୍ଦ୍ର, ପଶ୍ଚିମ ବଙ୍ଗ, ଓ ବିହାରରୁ ମିସ୍ତ୍ରୀ ମାନଙ୍କୁ ଆଣି କାମ କରାଉଛନ୍ତି , ତା ବାବଦେ କାମ ସାଇଡ଼ରେ ବିଜୁଳିର ସମସ୍ୟା ବହୁତ ହେଉଥିବାରୁ କିରୋସିନି ଜେନେରେଟର ମାଧ୍ୟମରେ ଲୁହା ପାଇପ ଯୋଡ଼ା କାମ ହଉଛି I ଏହି ବ୍ରିଜ କାମ ପାଇଁ ଦିନରାତି କାମ ସାଇଡ଼ରେ ଯୋଗି ରହିବାକୁ ପଡୁଛି କାରଣ ପାଇପ କିମ୍ଭା ଲୁହା ରଡ଼ ଓ ଅନ୍ୟାନ୍ୟ ଜିନିଷ ଚୋରି ହଉଛି ବୋଲି କହିଛନ୍ତି I ବ୍ରିଜ ସ୍ଲାପ ପକାଯିବା ପାଇଁ ସେଣ୍ଟରିଙ୍ଗ କରାଯାଉଛି କିନ୍ତୁ ନଦୀ ପାଣି ଫୁଲିବାରୁ ସେଣ୍ଟ୍ରିଙ୍ଗ ଦବିଯାଉଛି, ପୁନର୍ବାର ସେଣ୍ଟ୍ରିଙ୍ଗ କରିବା ପାଇଁ ସାଠିଏ. ସତୁରି ହଜାର ଟଙ୍କା କ୍ଷତି ହଉଛି I ଏପରି ଭାବରେ କାମ ଚାଲୁଚି କି କାମ କଲେ ସୁଧା ଠିକ ଭାବରେ ବିଲ ପୈଠ ପାଇ ପାରିନାହିଁ I ମଜୁରିଆଙ୍କୁ ଟଙ୍କା ଦେବା ପାଇଁ ନିଜ ଗାଁର ଚାଷ ଜମି ଦୁଇ ଏକର ବିକ୍ରି କରି ଟଙ୍କା ପୈଠ କରିଛି ଓ କାମ ଅନୁଯାଇ ବର୍ତ୍ତମାନ ଜିନିଷ ପତ୍ରର ଦର ଅନୁଯାଇ ଜି. ଏସ. ଟି. ମାଧ୍ୟମରେ ବିଲ କରାଯାଉ ଓ ମୋର କାମରେ ଇ. ୟୁ. ଟି. ଟଙ୍କା ଯାହା ରହିଛି ତା ମୋତେ ଦିଆଯାଉ ଓ ଫାଇନାଲ ଡ଼ାଇଭର୍ସନ ହବା ଉଚିତ ଓ ପୂର୍ବ ଦର ଅନୁସାରେ ବିଲ ନ କରି ବର୍ତ୍ତମାନ ଦରରେ ବିଲ କରାଯାଉ ବୋଲି ଠିକାଦାର କହିଥିଲେ I ପୂର୍ବ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ କାମ ହଉଛି ସମସ୍ତ କାମରେ ଡିପାର୍ଟମେଣ୍ଟର ଅଧିକାରୀଙ୍କ ଉପସ୍ଥିତରେ ହିଁ କାମ ଚାଲୁଛି I ଏହି ବ୍ରିଜ କାମ ମେ ମାସର ଶେଷ ସୁଧା ପୁରାପୁରି ସମ୍ଫୁର୍ଣ ଭାବରେ ଶେଷ ହୋଇଯିବ ବୋଲି ଠିକାଦାର ଏହା ମଧ୍ୟ କହିଥିଲେ I ଏଁଣୁ ଉକ୍ତ କାର୍ଯ୍ୟ ଅନୁଯାଇ ଟଙ୍କା ବିଲ କରାଯାଉ ବୋଲି ଠିକାଦାର ଜିଲ୍ଲା ଅଧିକାରୀ ଓ ସରକାରଙ୍କୁ ଗୁହାରି କରିଛନ୍ତି I ଏହି ବ୍ରିଜ କାମ ଯେତେ ଶୀଘ୍ର ଶେଷ ହବ ବନ୍ଧୁଗାଁ ବ୍ଲକର ଅଞ୍ଚଳ ବାସୀଙ୍କ ପାଇଁ ଆନ୍ଦ୍ରକୁ ଯାଇ ବେପାର ବାଣୀଜ ଓ ସ୍ୱାସ୍ତ୍ୟ ପ୍ରତି ମେଡିକାଲ କାମରେ ଯାଇ ପାରନ୍ତି ବୋଲି ଆଶା ରଖିଛନ୍ତି I
previous post