ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ତାଲିମ

ପାପଡାହାଣ୍ଡି,28/3, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକରେ ମୈ।ଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ FLN ତାଲିମ୍ ଶିବିର ପ୍ରାରମ୍ଭ ତିନିଗୋଟି ସ୍ଥାନରେ ଆରମ୍ଭ ହୋଇଛି । ଏଥିରେ ପାପଡାହାଣ୍ଡି ବ୍ଲକର ୨୫୦ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ କରାଯାଉଛି। ପାପଡାହାଣ୍ଡି ସ୍ଥିତ ଲାଲ୍ ବାହାଦୂର ଉଚ୍ଚ ବିଦ୍ୟାଳୟ,ଶିରିଶି ଉଚ୍ଚ ବିଦ୍ୟାଳୟ ଏବଂ ମୈଦଲପୁର ଉଚ୍ଚ ବିଦ୍ୟାଳୟରେ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ପାପଡାହାଣ୍ଡି ବ୍ଲକ ଶିକ୍ଷା ଅଧିକାରୀ ବୀରେନ୍ଦ୍ର କୁମାର ପାଢୀ ସରକାରୀ ଲାଲ୍ ବାହାଦୂର ଉଚ୍ଚ ବିଦ୍ୟାଳୟ ଠାରେ ଉପସ୍ଥିତ ରହି ତାଲିମ୍ କାର୍ଯ୍ୟକ୍ରମଟିକୁ ଉଦଘାଟନ କରିଥିଲେ। ପାପଡାହାଣ୍ଡି ବ୍ଲକର ଅନ୍ୟତମ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ପୂଜାରୀ, ବାଳକଦାସ୍ ରନ୍ଧାରୀ ଏବଂ ସୁଦର୍ଶନ ନାୟକ ବିଭିନ୍ନ ତାଲିମ କେନ୍ଦ୍ରରେ ଉପସ୍ଥିତ ରହି ତାଲିମ୍ କାର୍ଯ୍ୟକ୍ରମଟିକୁ ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ମୈ।ଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ୪ଦିନ ତାଲିମ୍ ପ୍ରଦାନ କରାଯିବ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁ ମୈଦଲପୁର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ତାଲିମ୍ କେନ୍ଦ୍ର ପରିଦର୍ଶନ କରି ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଏହି ତାଲିମର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିଥିଲେ। ଏହି ତାଲିମ୍ କାର୍ଯ୍ୟକ୍ରମରେ ପାପଡାହାଣ୍ଡି ବ୍ଲକର ସମସ୍ତ ସିଆର୍ ସିସି ଉପସ୍ଥିତ ରହି ତାଲିମ୍ ପ୍ରଦାନ କରୁଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଦ୍ୟୁତ ସୁବିଧାକୁ ସମସ୍ତଙ୍କ ପାଖରେ ଉପଲବ୍ଧ କରାଇବା ପାଇଁ ରାଉରକେଲା ସ୍ମାର୍ଟ ସିଟିରେ ଜନ ଶୁଣାଣି

Sunil Chandra Nayak

ନବରଙ୍ଗପୁରଠାରେ ଶିଶୁ ଏବଂ କିଶୋର କିଶୋରୀମାନଙ୍କ ହୃଦରୋଗ ଚିହ୍ନଟୀକରଣ ଶିବିରଅନୁଷ୍ଠିତ 

masiha

ଜିଲ୍ଲା ଆଦିମ ଜନଜାତି ଯୁଆଙ୍ଗ ମହାସଂଘ ର ପରିବାର ତଥ୍ୟ ସାରଣୀ ସଂଗ୍ରହ 

Sunil Chandra Nayak

Leave a Comment

error: Content is protected !!