ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାବୀର ଶାନ୍ତି ସଂଗଠନର କାର୍ଯ୍ୟକର୍ତ୍ତା ସମ୍ମିଳନୀ

କାମାକ୍ଷାନଗର -(ମନିସ )28/3/23 ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମୁକୁଆ କାଟେଣୀ ଗ୍ରାମ ପଂଚାୟତ ଅନ୍ତର୍ଗତ ତାରାଜଙ୍ଗ ଠାରେ ମହିବୀର ଶାନ୍ତି ସଂଗଠନର ଆବାହକ ସୈନିକ ସୁକାନ୍ତ କୁମାର ପରିଡାଙ୍କ ଆହ୍ୱାନ କ୍ରମେ ଏକ ସମିଳନୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଶିଷ୍ଟ ସମାଜସେବୀ ପ୍ରବୀର କୁମାର ବିଶ୍ୱାଳ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ l କଙ୍କଡାହାଡ ଅଂଚଳ ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ ହୋଇ ଥିବାରୁ ଲୋକଙ୍କ ପାଖରେ କୌଣସି ସୁବିଧା ଠିକରେ ପାଉନାହାନ୍ତି. ବିଶେଷ କରି ମେଡିକାଲରେ କୌଣସି ସୁବିଧା ନଥିବାରୁ ମହାବୀର ଶାନ୍ତି ସଂଗଠନ ସହିତ ଯୋଗଦାନ କରି କଙ୍କଡାହାଡ ଅଂଚଳରେ ମେଡିକାଲ କ୍ୟାମ୍ପ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି. କେମିତି ସରକାରଙ୍କ ସବୁ ସୁବିଧା ପହଂଚିପାରିବ ସେ ବିଷୟରେ ମଧ୍ୟ୍ୟ ଆଲୋଚନା କରିଛନ୍ତି l ସମାଜସେବୀ ପ୍ରବୀର କୁମାର ବିଶ୍ୱାଳଙ୍କୁ ମହାବୀର ଶାନ୍ତି ସଂଗଠନ, ତାରାଜଙ୍ଗ ଗ୍ରାମବାସୀ ଓ ବିଭିନ୍ନ ପଂଚାୟତରୁ ଆସିଥିବା ଲୋକମାନେ ଏପରି ମହତ କାର୍ଯ୍ୟକ୍ରମ କରିବା ପାଇଁ ଇଚ୍ଛାପ୍ରକାଶ କରିଥିବାରୁ କୃତଜ୍ଞତା ସହିତ ସାଧୁବାଦ ଜଣାଇଥିଲେ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନିଆରା ଢଙ୍ଗରେ ସାଂସଦଙ୍କ ଜନ୍ମଦିନ ପାଳନ କଲା ସୁଜିତ କୁମାର ଫ୍ୟାନ କ୍ଳବ

Sunil Chandra Nayak

ଲାହାନ୍ତି ଯୁବକ ସଂଘ ତରଫରୁ ୧୫ ତମ ବିପିଏଲ୍ କ୍ରିକେଟ୍ ଟୁର୍ଣ୍ଣାମେଟ୍ ଅନୁଷ୍ଠିତ

masiha

ଆସନ୍ତା ୩୧ ରେ ପ୍ରାନ୍ତୀୟ ବୈଠକ ପାଇଁ ବିଶ୍ବହିନ୍ଦୁ ପରିଷଦର ବୈଠକ

masiha

Leave a Comment

error: Content is protected !!