ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେପି ହସପିଟାଲ୍ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ରାଉରକେଲା/ ଦାଣ୍ଡିଆପାଲି ସ୍ଥିତ ଜେପି ହସପିଟାଲ ତରଫରୁ ହସପିଟାଲ୍ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷ ଲିଙ୍ଗଗତ ସମାନତା, ପ୍ରଜନନ ଅଧିକାର, ମହିଳାଙ୍କ ଉପରେ ହେଉଥିବା ହିଂସା, ତଥା ନିର୍ଯ୍ଯାତନା ଭଳି ପ୍ରସଙ୍ଗକୁ ନେଇ ଏହି ଦିବସ ପାଳନ କରାଯାଇଛି । ହସପିଟାଲ୍ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ଜିଲ୍ଲା ପରିଷଦର ଅଧ୍ୟକ୍ଷା କୁନ୍ତି ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ରାଜଗାଙ୍ଗପୁର ପୌରପାଳିକା ଅଧ୍ୟକ୍ଷା ମାଧୁରୀ ଲୁଗୁନ, ଉପାଧ୍ୟକ୍ଷା ସୁଶିଲା ଟପ୍ପୋ, ସାମାଜିକ କର୍ମୀ ପଦ୍ମିନୀ ପାଣିଗ୍ରାହୀ, ଡାକ୍ତର ପୂଜା ପତି, ସମାଜସେବୀ ରୀନା ମେହେର ଏବଂ ଇଂ ଆନନ୍ଦିତା ମହାପାତ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ଯ ରଖିବା ସହ ଆନ୍ତର୍ଜାତିକ ମହିଳା ଦିବସ ପାଳିନର ଆଭିମୁଖ୍ଯ, ଲକ୍ଷ୍ୟ ଓ ମହିଳା ଙ୍କ ମଧ୍ୟରେ ଆତ୍ମବିଶ୍ବାସ ସଂପର୍କରେ ଆଲୋଚନା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ହସପିଟାଲର ଅଧ୍ୟକ୍ଷ ସଞ୍ଜୟ ବଂଶଲ, ପରିଚାଳନା ନିର୍ଦ୍ଦେଶକ ଡା ଚନ୍ଦନ ବଂଶଲ ଙ୍କ ସହ ଅନ୍ୟ ଅତିଥିଭାବେ ଡା ସ୍ତୁତି ଖାରେ,ଡା ସୁଜାତା କୁମାରୀ,ଡା ରଜନୀ ଶର୍ମା,ଡା ନିକୁ ବଂଶଲ, ଡା ସମରଜିନୀ ଗାଙ୍ଗୁଲି ଉପସ୍ଥିତ ଥିଲେ । ଶ୍ରୀ ରଂଜନ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜରେ ବିଭିନ୍ନ ସ୍ତରରୁ ଓ ଜେପି ହସପିଟାଲରୁ ବିଶିଷ୍ଟ ମହିଳା ସେମାନଙ୍କର ଗଠନମୂଳକ ଭୂମିକା, ମହିଳାଙ୍କ ଅଧିକାର, ସମାଜରେ ସ୍ଥିତି ଓ ସଚେତନତା କାର୍ଯ୍ୟକ୍ରମ କରୁଥିବା ମହିଳା ସଂଗଠନ ଗୁଡିକୁ ପ୍ରମାଣପତ୍ର ସହ ଉପହାର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ସୁରେଶ ଶର୍ମା,ସ୍ବୟଂପ୍ରଭା ଦାଶ, ବିଜୟିନୀ ପ୍ରଧାନ, ମାନସ ବାରିକ,ପୂର୍ଣ୍ଣିମା ଦାସ,ବିଦ୍ୟାଭାସିନୀ, ଆଫ୍ରିନ ଓ ଲୋକସମ୍ପର୍କ ଅଧିକାରୀ ନମିତା କୁଣ୍ଡୁ ପ୍ରମୁଖ ଉପସ୍ଥିତ ଥିଲେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏହାସହ ମହିଳାମାନଙ୍କ ସହ ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇଥିବା ବେଳେ ପ୍ରାରମ୍ଭରେ ସ୍ନେହଲତା ପାତ୍ର, କେକେ ଓ ପଦ୍ମିନୀ ପାଣିଗ୍ରାହୀ ସ୍ବାଗତ ସଂଗୀତ ଗାନ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

140th FOUNDER’S DAY CELEBRATED IN JK PAPER MILL RAYAGADA

masiha

କୁମଝରିଆ ହାଇସ୍କୁଲରେ ଜଙ୍ଗଲ ସୁରକ୍ଷା ନେଇ ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ହଷ୍ଟେଲ ଫି ପୁଣି ଆଦାୟକୁ ନେଇ ତାତିଲା ଭଞ୍ଜବିହାର : ଛାତ୍ରଛାତ୍ରୀ ଆନ୍ଦୋଳନ ପାଇଁ ହେଉଛନ୍ତି ସଜବାଜ 

Leave a Comment

error: Content is protected !!