ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖୁଡୁଖୁଡି ଖେଳ ଉପରେ ଚଢାଉ , ୨ ଗିରଫ

 ଡାବୁଗାଁ, ୨୯/୩ (ମ.ନି.ସ.)- ମଙ୍ଗଳବାର ରାତ୍ର ପ୍ରାୟ ୪ ଘ. ସମୟରେ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ହଳଦୀ ଗ୍ରାମରେ ଖୁଡୁଖୁଡି ଖେଳ ଉପରେ ପୋଲିସ ଚଢାଉ କରି ୨ ଜଣଙ୍କୁ ଗିରଫ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ହଳଦୀ ଗ୍ରାମରେ ବାଲିଯାତ୍ରା ଚାଲିଥିଲା | ସେଠାରେ ଖୁଡୁଖୁଡି ଖେଳ ଚାଲିଥିବା ଖବର ପାଇ ଡାବୁଗାଁ ଥାନା ପୋଲିସ ଚଢାଉ କରିଥିଲା | ଏଥିରେ ସମ୍ପୃକ୍ତ ଡାବୁଗାଁ ଥାନା ଅଧୀନ ଚାରଗାଁ ଗ୍ରାମର ବଳଦେବ ବିନ୍ଧାଣି (୨୩) ଓ ମାନସିଂ ବିନ୍ଧାଣି (୨୮) ଙ୍କୁ ଗିରଫ କରିଛି | ଏହାସହ ଖୁଡୁଖୁଡି ଖେଳରେ ବ୍ୟବହୃତ ସାମଗ୍ରୀ ପାଲି -୧ଟି, ୬ଟି ଗୋଟି ଏବଂ ୬୨୦୫ ଟଙ୍କା ଜବତ କରାଯାଇଛି | ଏହି ଚଢାଉରେ ଡାବୁଗାଁ ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ, ଏଏସଆଇ ପୁଷ୍ପଲତା ସୁନାନୀ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ | ଏନେଇ ଥାନା କେସ ନଂ ୫୮/୨୩ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମଦୁଆକୁ ବାନ୍ଧି,ପୋଲିସ ଜିମାରେ ଦେଲେ ମହିଳା

ପ୍ରଧାନ ବିଚାରପତିଙ୍କୁ ଜୋତା ଫୋପାଡ଼ ଘଟଣାରେ ଏଫଆଇଆର ଦେଲା ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ

Sunil Chandra Nayak

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା :ଦୁଇ ଜଣ ଗିରଫ : ଦୁଇ ଦେଶୀ ବନ୍ଧୁକ ଜବତ

Leave a Comment

error: Content is protected !!