ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମଧୁ ମାଧବ ତୀର୍ଥରେ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଅଧିବାସ

କୋକସରା,୨୯/୩- କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକରୀଚଞ୍ଚରାରେ ଥିବା ମଧୁ ମାଧବ ତୀର୍ଥରେ ଶ୍ରୀରାମ ନବମୀ ମହୋତ୍ସବ ୫୧ ବର୍ଷରେ ପହଞ୍ଚିଥିବା ବେଳେ ଆଜି ବୁଧବାର ଠାରୁ ୬ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେଉଛି । ବୁଧବାର ଅପରାହ୍ନରେ ଅଧିବାସ ସହ ମହୋତ୍ସବ ଆରମ୍ଭ ହୋଇଛି। ଗୁରୁବାର ସକାଳ ଠାରୁ ଶ୍ରୀରାମ ନବମୀ ଉତ୍ସଵ ପାଳନ ସହ ଶ୍ରୀରାମଙ୍କ ପୂଜାର୍ଚ୍ଚନା ରୀତିନୀତି ଅନୁସାରେ ଅନୁଷ୍ଠିତ ହେବ। ଅଧିବାସ ଅବସରରେ ଗୁଡାହାଣ୍ଡି ଉନ୍ନୟନ କମିଟି ପକ୍ଷରୁ ଚଳିତ ବର୍ଷ ପୁଜାକର୍ତ୍ତା ଭାବେ ସୂର୍ଯ୍ୟ ନାରାୟଣ ପାତ୍ର ସପତ୍ନୀକ ଦାୟିତ୍ୱ ତୁଲାଉଛନ୍ତି। ମୁଖ୍ୟ ପୂଜକ ଦିଲୀପ କୁମାର ଯୋଷୀ, ପ୍ରତାପ କିଶୋର ପଣ୍ଡା ପୂଜାକାର୍ଯ୍ୟ ତୁଲାଉଛନ୍ତି। ଆଜି ଅପରାହ୍ନରେ ମଧୁ ମାଧବ ତୀର୍ଥରେ ଥିବା ପୂଣ୍ୟକୁଣ୍ଡରୁ ପବିତ୍ର ଜଳ ଆଣି ମନ୍ଦିରରେ ସ୍ଥାପନ କରାଯାଇଛି। ଉନ୍ନୟନ କମିଟିର ସଭାପତି ଭଦ୍ରେଶ୍ୱର ପାତ୍ର, ଉପ ସଭାପତି ଘନଶ୍ୟାମ ନାଏକ, ଅଇରୀ ନାସନ ଚିନ୍ଦା, ସୁଧୀର ପାତ୍ର, ସମ୍ପାଦକ ନିଳାମ୍ବର ନାଏକ, ସହ ସମ୍ପାଦକ ଆଦିତ୍ୟ ପଣ୍ଡା, ଅଜିତ କୁମାର ପଟ୍ଟନାୟକ, ଦୁଷ୍ମନ୍ତ ପାଟ୍ଟଯୋଷୀ, ମହେନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଗୁରୁବାର ଶ୍ରୀରାମ ନବମୀ ପୂଜା, ରାମ ଚରିତ ମାନସ ପଠନ, ପୂଣ୍ୟକୁଣ୍ଡ ସ୍ନାନ କାର୍ଯ୍ୟକ୍ରମ ରହିଥିବା ନେଇ କମିଟି ପକ୍ଷରୁ ସୁଚନା ମିଲିଛି।

ମସିହା ନିଉଜ ସର୍ଭିସ୍ 

Related posts

ସାଇବାବାଙ୍କ ପ୍ରଥମ ବାର୍ଷିକୋତ୍ସବ ଉପଲକ୍ଷେ କଳସଯାତ୍ରା

Sunil Chandra Nayak

ଜୁନାଗଡ଼ ରେ ପବିତ୍ର ଘୋଷ ଯାତ୍ରା ସମାରୋହରେ ପାଳିତ

Sunil Chandra Nayak

ମହିମା ଗ୍ରାମରେ ଚୈତ୍ର ଯାତ୍ରା, ଘଟ ରୁପରେ ଦର୍ଶନ ଦେଲେ ତିନି ଦେବୀ

Sunil Chandra Nayak

Leave a Comment

error: Content is protected !!