ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଝଙ୍କଡବାସିନୀ ମା’ ସାରଳା ଙ୍କ ପୀଠରେ ବାସନ୍ତିକ ନବରାତ୍ର ପୂଜା

ତିର୍ତୋଲ :-30/03/23:- ସର୍ବପୁରାତନ ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ଼ବାସିନୀ ସାରଳାଙ୍କ ମନ୍ଦିରରେ ଅନୁଷ୍ଠିତ ହେଉଛି ବାସନ୍ତିକ ନବରାତ୍ର ପୂଜା ! ଏହି ପୂଜା ର ଉପଚାର ଵିଧି  ଚୈତ୍ରମାସ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ଶୁକ୍ଲପକ୍ଷ ନବମୀ ପର୍ଯ୍ୟନ୍ତ ନବ ଦିନ ବ୍ୟାପି କରାଯାଇ ଥାଏ ! ଏହି ଦିନ ମାନଙ୍କରେ ଷୋଡଶ ପୂଜା, ଚଣ୍ଡୀ ପାଠ, ହୋମଯଜ୍ଞ ଆଦି ନୀତିକାନ୍ତି କରାଯାଇ ମା’ ଙ୍କର ଆରାଧନା ହୁଏ !

କୌଣସି ଭକ୍ତ ନିଜର ମାନସିକ ପୂରଣ ପାଇଁ ଏହି ପୂଜା ଅତି ନିଷ୍ଠାର ସହିତ କଲେ, ନିଶ୍ଚିତ ଫଳପ୍ରାପ୍ତ ହୋଇଥାଏ ବୋଲି ବହୁ ଜନମତ କେଉଁ ଆବାହମାନ କାଳରୁ ରହି ଆସିଛି ! ଆଜିର ନବମୀ ରାମନବମୀ ଭାବେ ମଧ୍ୟ ପ୍ରସିଦ୍ଧ ! ଏହି ପୁଣ୍ୟ ତିଥି ନବମୀ ରେ ବହୁ ଦୂର ଦୁରାନ୍ତରୁ ଭକ୍ତ ମାନେ ଧାଇଁ ଆସିଥାନ୍ତି ! ବେଢା ଭିତରେ ଥିବା ବଉଳ ଗଛରେ ମାନସିକ କରି ଡୋରିଟିଏ ବାନ୍ଧି, ଅପେକ୍ଷା କରିଥାନ୍ତି, କେବେ ପୂରଣ ହେବ ମାନସିକ ! ଅତି ଖୁସିର କଥା ଏହି ଶକ୍ତିପୀଠ କୁ 5T ସରକାର ନୂତନୀକରଣ ପାଇଁ 42 କୋଟି ବ୍ୟୟ ବରାଦ କରି କାର୍ଯ୍ୟ ଆରମ୍ଭ କରିଛନ୍ତି ! କିନ୍ତୁ ଦୁଃଖ ଓ ପରିତାପର କଥା, ଯେତେ ଦୂର କାର୍ଯ୍ୟ ତ୍ୱରାନ୍ୱିତ ପ୍ରକ୍ରିୟାରେ ଚାଲିବା କଥା, ତାହା ଅତି ମନ୍ଥର ଗତିରେ ଚାଲିଛି ! ମନ୍ଦିରର ଚୌହଦି ଭଗ୍ନ ଓ ଆବର୍ଜନା ମୟ ହୋଇ ପଡି ରହିଛି ! ଆଗାମୀ ମହାବିଷୁବ ପଣାସଂକ୍ରାତି ରେ ଝାମୁଯାତ୍ରା ଦେଖିବାକୁ ସାହସ୍ରାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାବେଳେ, ମନ୍ଦିରର ଚାରିପଟେ ଅପରିଷ୍କାର ପରିବେଶ ଘୋର ନକାରାତ୍ମକ ପ୍ରଭାବ ପକାଇବା ଆଶଙ୍କା ରହିଥିବାର ଚର୍ଚ୍ଚା ହେଉଛି ! ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ସେବାୟତ ମାନେ ! ଦେଖିବାକୁ ରହିଲା ଭକ୍ତିକ୍ଷେତ୍ର ଶକ୍ତିପୀଠର କାର୍ଯ୍ୟ କେବେ ଶେଷ ହେଉଛି !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ସାରସଗୁଡାଠାରେ ଷୋହଳ ପ୍ରହର ନାମ ଯଜ୍ଞ ଆୟୋଜିତ

Sunil Chandra Nayak

ଅଖିଳ ଭାରତୀୟ ମାରଓ୍ବାଡୀ ମହିଳା ସମିତି, ରାଇରଙ୍ଗପୁର ଶାଖା ଆନୁକୁଲ୍ୟରେ ଧୂମଧାମରେ ଭଗବାନ ଶାଳୀଗ୍ରାମ ସହିତ ମାତା ତୁଳସୀ ଦେବୀଙ୍କ ଵିଵାହ ସଂପନ୍ନ

masiha

ଶ୍ରୀରାମ ମନ୍ଦିର କଲ୍ୟାଣ ମଣ୍ଡପ ପ୍ରତିଷ୍ଠା ପୂଜା ସମ୍ପନ୍ନ , ଅପ୍ରେଲ ସାତ ତାରିଖ ରୁ ଓଡ଼ିଶା ପ୍ରସିଦ୍ଧ ସମ୍ପୂର୍ଣ୍ଣ ରାମ ଲୀଳା

Sunil Chandra Nayak

Leave a Comment

error: Content is protected !!