ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାୟଗଡା ଜିଲ୍ଲାରେ ଶଙ୍ଖ ନାଦ

ରାୟଗଡା:୨୮/୨ ମ.ନି.ସ:- ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାୟଗଡା ଜିଲ୍ଲାରେ ବାଜିମାରିଛି ବିଜେଡି, ଜିଲ୍ଲାର ୨୨ ଟି ଆସନ ମଧ୍ୟରେ ବିଜେଡି ୧୫ଟି ଜୋନରେ ବିଜୟ ହୋଇଛି। ୬ ଟି ଜୋନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି,ବିଜେପି ଗୋଟିଏ ଆସନ ମଧ୍ୟ ନେଇପାରିନାହିଁ। ୫ ବର୍ଷ ପରେ ବିଜୟୀ ଧାରାକୁ ଫେରିଛି,ଗୁଣପୁର ୨ଟି ଜୋନ କାଶିପୁର,ରାୟଗଡା,ରା–ମନାଗୁଡା,କୋଲନରା,ଗୋଟିଏ ଲେଖାଏଁ ଜୋନକୁ ଛାଡିଦେଲେ ବିଜେଡି ବହୁମତ ବ୍ଯବଧାନରେ ବିଜୟୀ ହୋଇଛି। ୫ ବର୍ଷର ବ୍ଯବଧାନ ପରେ ବିଜେଡି ରାୟଗଡାରେ ଜିଲ୍ଲାପରିଷଦ ଗଠନ କରିବାକୁ ଯାଉଛି। ଆଗରୁ କଂଗ୍ରେସ ର ଗଡ ଥିବା ଚନ୍ଦ୍ରପୁର,ଗୁଡାରିରେ ମଧ୍ୟ ବିଜେଡି ବିଜୟୀ ହୋଇଛି। ବିଷମକଟକ (କ) ଜୋନ ରୁ ବିଜେଡି ପ୍ରାର୍ଥୀ ସୁଜାତା କାଡ୍ରାକା ଏବଂ(ଖ) ଜୋନରୁ ବିଜୟ ଶାନ୍ତି କୁମୁରୀକା ବିଜୟୀ ହୋଇଛନ୍ତି। ମୁନିଗୁଡା (କ)ଜୋନରେ ସନ୍ତୋଷ ସୁନା(ଖ)ଜୋନରେ ବିଜେଡି ପ୍ରାର୍ଥୀନୀ ମାଧବୀ କନ୍ଧପାଣି ବିଜୟୀ ହୋଇଛନ୍ତି। କଲ୍ଯାଣିସିଂପୁରର ଦୁଇଟି ଜୋନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ପଦ୍ମପୁରର ଦୁଇଟି ଜୋନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି, ରାୟଗଡାର ୩ ଟି ଜୋନରେ ମଧ୍ୟରୁ ୨ ଟି ଜୋନରେ ଗୋଟିଏ ବିଜେଡି ଓ ଗୋଟିଏରେ କଂଗ୍ରେସ ହାତକୁ ଯାଇଥିବା ବେଳେ ବିଜେପି ଖାତା ଖୋଲି ପାରିନାହିଁ।

ରାୟଗଡାରୁ ଯୁଗୋଳ କିଶୋର ଜେନାଙ୍କ ରିପୋର୍ଟ

Related posts

ଦ୍ବିଭାଷୀ ଚଳଚ୍ଚିତ୍ର ‘ମାୟାଦର୍ପଣ’ର ସଂଗୀତ ଲୋକାର୍ପିତ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ତୁମେ

Sunil Chandra Nayak

ନୂଆପଡା ଜିଲ୍ଲା ସ୍କାଉଟ ଗାଇଡସ ପକ୍ଷରୁ ଖଡିଆଳ ଠାରେ ଜଳଛତ୍ର

Leave a Comment

error: Content is protected !!