ଚନ୍ଦାହାଣ୍ଡି (ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଂଚଳରୁ ଉମରା ତୀର୍ଥ ଯାତ୍ରା ନିମନ୍ତେ ଗସ୍ତ କରୁଥିବା ତୀର୍ଥ ଯାତ୍ରୀ ଙ୍କୁ ମୋହରା ସୁନ୍ନୀ ଜାମା ମସଜିଦ ଆନୁକୂଲ୍ୟରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଚଳିତ ବର୍ଷ ମହମ୍ମଦ ହାରୁନ ମାଲକାନି, ତାଙ୍କ ଧର୍ମପତ୍ନୀ ହସିନା ବାଇ , ଝିଅ ଅପସାନା ବାନୋ ଏବଂ ଜ୍ବାଇଁ ମହମ୍ମଦ ନାସିର ଉମରା ତୀର୍ଥ ନିମନ୍ତେ ମକ୍କା ଏବଂ ମଦିନା ଯାତ୍ରା କରିଛନ୍ତି । ଆଜି ଏହି ଅବସରରେ ମୋହରା ମସଜିଦ୍ ପରିସରରେ ମସଜିଦ୍ କମିଟି ତଥା ବନ୍ଧୁ ବାନ୍ଧବ ଙ୍କ ତରଫରୁ ଏକ ସମ୍ବର୍ଦ୍ଧନା ସଭାର ଅୟୋଯନ କରାଯାଇଥିଲା । ଏହି ଅବସରରେ ଉମରା ଯାତ୍ରା କରୁଥିବା ତୀର୍ଥ ଯାତ୍ରୀ ଙ୍କ ଯାତ୍ରା ସୁଗମ ହେଉ ବୋଲି ଉପସ୍ଥିତ ସମସ୍ତ ମୁସଲମାନ ଭାଇ ମାନେ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏମାନେ ୨୨ ଦିନ ମଦିନା ଏବଂ ମକ୍କା ଠାରେ ରହିବେ ବୋଲି ଜଣାପଡିଛି ।ଇଦୁଲ ଫିତର ପାଳନ କରି ସମସ୍ତେ ଫେରିବେ । ଏହି କାର୍ଯ୍ୟକ୍ରମରେ ମହମ୍ମଦ ୟୁନୁସ ଅବଦୁଲ ମଜିଦ, ମହମ୍ମଦ ହନିଫ, ମହମ୍ମଦ ଅସଲମ,ମହମ୍ମଦ ଇଜାଜ,ମହମ୍ମଦ ଇକବାଲ,ଅନିସ ହିଙ୍ଗୋରା, ବୁଶ୍ରା ବାନୋ,ସନ୍ନା ବାନୋ,ମହମ୍ମଦ ହୁସେନ,ମହମ୍ମଦ ସାହିଲ ପ୍ରମୂଖ ଉପସ୍ଥିତ ଥିଲେ ।
ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ


