ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ଓଡିଶା ଗୀତରେ ରାଉରକେଲାର ତରୁଣ କୁମାର

ରାଉରକେଲା/ ଏପ୍ରିଲ ୧ ରିଖ ଉତ୍କଳ ଦିବସ ଉପଲକ୍ଷେ ‘ଆମର ମ୍ୟୁଜିକ’ ୟୁଟ୍ୟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଛି “ମୋ ଓଡିଶା-ଟାଇଟଲ ଗୀତ” । ଗୀତଟିକୁ ଓଡିଶାର ୩୦ଟି ଜିଲ୍ଲାର ୩୦ ଜଣ ମେଲୋଡି କଣ୍ଠଶିଳ୍ପୀ ତାଙ୍କ କଣ୍ଠରେ ସଜାଇଛନ୍ତି । ଏହି ଗୀତରେ ସୁନ୍ଦରଗଡ ଜିଲ୍ଲା ତରଫରୁ ରାଉରକେଲାର ଚର୍ଚ୍ଚିତ କଣ୍ଠଶିଳ୍ପୀ ତରୁଣ କୁମାର(ତାରିଣୀ) ଙ୍କୁ କଣ୍ଠଦାନ କରିବାର ସୁଯୋଗ ମିଳିଥିବାର ଜଣାପଡିଛି । ଗୀତଟି ଭୁବନେଶ୍ଵର ସୋମେଶ ଷ୍ଟୁଡିଓରେ ଭଏସ୍‌ ଡବ୍ ହୋଇଥିବାବେଳେ ଗୀତଟିକୁ ରଚନା କରିଛନ୍ତି ସ୍ୱର୍ଯ୍ୟ ମହାପାତ୍ର ଏବଂ ସଙ୍ଗୀତରେ ସଜାଇଛନ୍ତି ଓଲିଉଡର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ । ସୁନ୍ଦରଗଡ ଜିଲ୍ଲା ତରଫରୁ ତରୁଣଙ୍କୁ କଣ୍ଠଦାନ କରିବାର ନିଆରା ସୁଯୋଗ ମିଳିଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିବାରେ ଲାଗିଛି । ୧୪ବର୍ଷ ବୟସରୁ ତରୁଣ ଅର୍କେଷ୍ଟ୍ରା ଜଗତରେ ପାଦ ଦେଇଥିଲେ । ତାଙ୍କ ଦୃଢ ନିଷ୍ଠା ଓ ସଙ୍ଗୀତ ପ୍ରତି ପ୍ରତିବଦ୍ଧତା ଯୋଗୁଁ ସେ କେବେ ପଛକୁ ଦେଖିନାହାଁନ୍ତି ବରଂ ଆଜି ସେ ଓଡ଼ିଶା ଏବଂ ଅନ୍ୟ ରାଜ୍ୟରେ ତାଙ୍କ କଳା ପାଇଁ ବେଶ୍ ପରିଚିତ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମୋ ଅନୁଷ୍ଠାନ ନିକଟକୁ ଛୁଟି ଆସୁଛି ବିଦେଶରୁ ପ୍ରଶଂସାର ସୁଅ, ଆବଶ୍ୟକ ପଡିଲେ ରାଜ୍ୟ ଓ ଦେଶ ବାହାରେ କମ୍ବଳ ବାଣ୍ଟିବ ମୋ ଅନୁଷ୍ଠାନ

masiha

ଏରିଆ ଖବର ପକ୍ଷରୁ ୭ମ ସ୍ଵନକ୍ଷତ୍ର ଦିବସ ପାଳିତ

Sunil Chandra Nayak

ଗୋଳାମୁଣ୍ଡା ଓ କେଗାଁରେ ଚାଲିଛି ଯାନବାହାନ ର କଡ଼ା କଡ଼ି ଚେକିଙ୍ଗ

Sunil Chandra Nayak

Leave a Comment

error: Content is protected !!