ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କାମାକ୍ଷାନଗରରୁ -ପଶ୍ଚିମବଙ୍ଗ ଯାଉଥିଲା କେନ୍ଦୁକାଠ l ପୂର୍ବ ଓ ପଶ୍ଚିମାଞ୍ଚଳ ରେଞ୍ଜ ପକ୍ଷରୁ ଚଢାଉ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ କେନ୍ଦୁ କାଠଗଣ୍ଡି ଜବତ ବନ୍ଧୁକ ଓ ବମ୍ ପକାଇ କେନ୍ଦୁ କାଠ ମାଫିଆ ଫେରାର

କାମାକ୍ଷାନଗର-(ମନିସ )୩୧/୦୩ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳରେଞ୍ଜ ଅର୍ନ୍ତଗତ ମହୁଲି ଗ୍ରାମରୁ ଗତ ରାତ୍ର ୩୦ ତାରିଖ ବିଳମ୍ବିତ ପ୍ରହରରେ ମହୁଲିରୁ ପଶ୍ଚିମବଙ୍ଗ ଯାଉଥିବା ଏକ ୪୦୭ (OR O6 E 7579) ଗାଡ଼ିକୁ ବନବିଭାଗ ଅଟକାଇ ବିଶାଳକାୟ ଗଣ୍ଡି କେନ୍ଦୁ କାଠ ଜବତ କରିଛି । କାଠର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବନବିଭାଗ ଜଣାଇଛନ୍ତି । ବିଷେଶ ସୂତ୍ରରୁ ଖବର ପାଇ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ୍ କୁମାର କରଙ୍କ ନିର୍ଦ୍ଦେଶକ୍ରମେ ପୂର୍ବଞ୍ଚଳ ରେଞ୍ଜ ଅଫିସର ପ୍ରିୟବ୍ରତ ପଟ୍ଟନାୟକ ଓ ପଶ୍ଚିମାଞ୍ଚଳରେଞ୍ଜ ଅଫିସର ବନବିହାରୀ ସର୍ଦ୍ଦାର ଓ ଫରେଷ୍ଟର ରମେଶ ପାଣିଗ୍ରାହୀ ଓ କାଠ ସ୍କ୍ବାଡ଼୍‌ ମିଳିତ ଚଢାଉ ଯୋଗୁ ଧରିବାରେ ସକ୍ଷମ ହୋଇଥିଲେ । କେନ୍ଦୁକାଠ ମାଫିଆମାନେ ବନ୍ଧୁକ ଦେଖାଇ ଓ ବମ୍ ଫୁଟାଇ ଗାଡ଼ି ଛାଡ଼ି ଫେରାର ହୋଇଥିବା ସୂଚନା ମିଳିଛି । ଏବେ କାଠ ସହ ୪୦୭ ଗାଡି ଟି ବନବିଭାଗ କର୍ଯ୍ୟାଳୟ ମଧ୍ୟରେ ରହିଛି । ଉକ୍ତ ଗାଡ଼ି ନମ୍ବରକୁ ଆଧାର କରି ଗାଡ଼ିର ମାଲିକ କିଏ ବନବିଭାଗ ତଦନ୍ତ ଚାଲୁରଖିଛନ୍ତି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିପୁଳ ପରିମାଣର ଦେଶୀ ମଦ ସହିତ ୦୩ ବାଇକ ଜବତ, ୦୩ ଗିରଫ 

masiha

ଏଟିଏମ୍ ଭାଙ୍ଗି ଚୋରି ଉଦ୍ୟମ

Sunil Chandra Nayak

ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ୨୫୦ କେଜି ଗଞ୍ଜେଇ ଜବତ: ଅଭିଯୁକ୍ତ ଫେରାର 

Sunil Chandra Nayak

Leave a Comment

error: Content is protected !!