ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କାମାକ୍ଷାନଗରରୁ -ପଶ୍ଚିମବଙ୍ଗ ଯାଉଥିଲା କେନ୍ଦୁକାଠ l ପୂର୍ବ ଓ ପଶ୍ଚିମାଞ୍ଚଳ ରେଞ୍ଜ ପକ୍ଷରୁ ଚଢାଉ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ କେନ୍ଦୁ କାଠଗଣ୍ଡି ଜବତ ବନ୍ଧୁକ ଓ ବମ୍ ପକାଇ କେନ୍ଦୁ କାଠ ମାଫିଆ ଫେରାର

କାମାକ୍ଷାନଗର-(ମନିସ )୩୧/୦୩ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳରେଞ୍ଜ ଅର୍ନ୍ତଗତ ମହୁଲି ଗ୍ରାମରୁ ଗତ ରାତ୍ର ୩୦ ତାରିଖ ବିଳମ୍ବିତ ପ୍ରହରରେ ମହୁଲିରୁ ପଶ୍ଚିମବଙ୍ଗ ଯାଉଥିବା ଏକ ୪୦୭ (OR O6 E 7579) ଗାଡ଼ିକୁ ବନବିଭାଗ ଅଟକାଇ ବିଶାଳକାୟ ଗଣ୍ଡି କେନ୍ଦୁ କାଠ ଜବତ କରିଛି । କାଠର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବନବିଭାଗ ଜଣାଇଛନ୍ତି । ବିଷେଶ ସୂତ୍ରରୁ ଖବର ପାଇ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ୍ କୁମାର କରଙ୍କ ନିର୍ଦ୍ଦେଶକ୍ରମେ ପୂର୍ବଞ୍ଚଳ ରେଞ୍ଜ ଅଫିସର ପ୍ରିୟବ୍ରତ ପଟ୍ଟନାୟକ ଓ ପଶ୍ଚିମାଞ୍ଚଳରେଞ୍ଜ ଅଫିସର ବନବିହାରୀ ସର୍ଦ୍ଦାର ଓ ଫରେଷ୍ଟର ରମେଶ ପାଣିଗ୍ରାହୀ ଓ କାଠ ସ୍କ୍ବାଡ଼୍‌ ମିଳିତ ଚଢାଉ ଯୋଗୁ ଧରିବାରେ ସକ୍ଷମ ହୋଇଥିଲେ । କେନ୍ଦୁକାଠ ମାଫିଆମାନେ ବନ୍ଧୁକ ଦେଖାଇ ଓ ବମ୍ ଫୁଟାଇ ଗାଡ଼ି ଛାଡ଼ି ଫେରାର ହୋଇଥିବା ସୂଚନା ମିଳିଛି । ଏବେ କାଠ ସହ ୪୦୭ ଗାଡି ଟି ବନବିଭାଗ କର୍ଯ୍ୟାଳୟ ମଧ୍ୟରେ ରହିଛି । ଉକ୍ତ ଗାଡ଼ି ନମ୍ବରକୁ ଆଧାର କରି ଗାଡ଼ିର ମାଲିକ କିଏ ବନବିଭାଗ ତଦନ୍ତ ଚାଲୁରଖିଛନ୍ତି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବହୁ ଚର୍ଚ୍ଚିତ ଵହଳଦା ଷ୍ଟେଟ ବ୍ୟାଙ୍କରଜ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଘଟଣାର ପର୍ଦ୍ଧାଫାଶ କଲା ମୟୂରଭଞ୍ଜ ପୋଲିସ; ବିହାର ରାଜ୍ୟର ୨ ଦୁର୍ଦାନ୍ତ ଡକାୟତଙ୍କୁ ବାନ୍ଧିଲା ପୋଲିସ ; ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି; ସଫଳତା ପଛରେ ଚଷମା ଓ ଛୁରୀ 

masiha

ବ୍ରାଉନ ସୁଗାର ଜବତ, ଦୁଇ ଜଣ ଙ୍କୁ ଗିରଫ ଓ଼ କୋର୍ଟ ଫରୱାଡ

Sunil Chandra Nayak

ନିଖୋଜ ଥିବା ନିରଞ୍ଜନ ଘରକୁ ଫେରିଲେ

Sunil Chandra Nayak

Leave a Comment

error: Content is protected !!