ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟ ର ବିଚାରପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ଏକ ୧୭ ବର୍ଷିଆ ନାବାଳିକା ଦୁଷ୍କର୍ମ ମାମଲାର ୧୭ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଏବଂ ସାଇଣ୍ଟିଫିକ୍ ରିପୋର୍ଟ ଆଧାରରେ ବିଚାର କରି ଦୁର୍ଗାପ୍ରସାଦ ପ୍ରଧାନ ୨୭ବର୍ଷ ପିତା ଯୁଧିଷ୍ଠିର ପ୍ରଧାନ, ନାରାୟଣୀ ସାହି ଫୁଲବାଣୀ କୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ଏକ ଲକ୍ଷ୍ୟ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ଛଅମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟ ରେ ଉଲ୍ଲେଖ କରିଛନ୍ତି। ସରକାର ଙ୍କ ତରଫ ରୁ ପୋସ୍କୋ କୋର୍ଟ ର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।

      ସୂଚନା ଅନୁସାରେ ଅଭିଯୁକ୍ତ ବିବାହ ର ପ୍ରଲୋଭନ ଦେଖାଇ ପୀଡ଼ିତା କୁ ନିଜ ଘରକୁ ବହୁତ ଥର ନେଇ ଦୁଷ୍କର୍ମ କରିଥିଲା। ଯାହା ଫଳରେ ପୀଡ଼ିତା ଗର୍ଭବତୀ ହୋଇଥିଲା। ବାରମ୍ବାର ଅନୁରୋଧ ପରେ ମଧ୍ୟ ଅଭିଯୁକ୍ତ ବିବାହ କରିବାକୁ ପ୍ରତ୍ୟାଖ୍ୟାନ କରିବାରୁ ସାତ ମାସ ଗର୍ଭବତୀ ପୀଡ଼ିତା ଫୁଲବାଣୀ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲା । ଫୁଲବାଣୀ ଟାଉନ ଥାନାଧିକାରୀ ଅଭିଯୋଗ କୁ ଭିତ୍ତି କରି ଥାନା କେଶ୍ ନ°-୨୪୯/ ୧୪.୧୦.୨୦୧୬ ରେ ଏକ ମକଦ୍ଦମା ରେଜିଷ୍ଟ୍ରି କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ରେ ହାଜର କରାଇଥିଲେ। ଆଜି ତା ୩୧.୦୩.୨୦୨୩ରିଖ ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଆଶାକର୍ମୀ ଙ୍କୁ ଦୁଷ୍କର୍ମ ଉଦ୍ୟମ,ପୁଲିସ ର ତଦନ୍ତ ରେ ଅସନ୍ତୋଷ ପ୍ରକାଶ କରି ସଙ୍ଘ ପକ୍ଷରୁ ଥାନା ର ଦ୍ୱାରସ୍ଥ

masiha

ରାଇରଙ୍ଗପୁର ହରେକୃଷ୍ଣ ମହତାବ ଭବନ ସମ୍ମୁଖସ୍ଥ ଠିପି ଖୋଲା ବିଦେଶୀ ମଦ ଦୋକାନ ଚୋରୀ ଉଦ୍ୟମ

masiha

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢାଉ: ଧରାପଡିଲେ ଗ୍ରାମରକ୍ଷୀ, ଖସିଗଲେ ଏଏସ୍‌ଆଇ

masiha

Leave a Comment

error: Content is protected !!