ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ମୁଖ୍ୟାଳୟ କୁ ଦେଲେ ବ୍ଲକ୍ କୁ କପଟ କଲେ,ନବରଙ୍ଗପୁର ଧର୍ମ ଅନୁଷ୍ଠାନ କୁ ୫ଟି ଙ୍କ ଅନୁଦାନ

ନବରଙ୍ଗପୁର,୩୧/୩(ମସିହା) ନବରଙ୍ଗପୁର ଜିଲ୍ଲା ଗସ୍ତ ରେ ଚଳିତ ମାସ ୧୭ ତାରିଖରେ ମୋ ସରକାର ଙ୍କ ୫ଟି ସଚିବ ଭି କେ ପାଣ୍ଡିଆ ନବରଙ୍ଗପୁର କୁ ୨, ଦିନିଆ ଗସ୍ତ ରେ ଆସିଥିଲେ। ଆସିବା ପରେ ଜିଲ୍ଲାର ୧୦ଟି ବ୍ଲକ୍ ର ବିଭିନ୍ନ ସମସ୍ୟା ସମ୍ପର୍କରେ ବ୍ଲକ୍ ର ତୁଙ୍ଗ ନେତାମାନେ ଅଭିଯୋଗ କରିଥିଲେ। ବିଦ୍ୟାଳୟ ମହା ବିଦ୍ୟାଳୟ ପାଇଁ ହାତ ଖୋଲା ଅନୁଦାନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଯାଇଥିଲେ। ବର୍ତ୍ତମାନ ଅନୁଦାନ ଜିଲ୍ଲା ରେ ଆସି ସାରିଥିବା ସୂଚନା ମିଳିଛି। ବିଭିନ୍ନ ଜାତି ସମାଜ ଧର୍ମ ସମାଜ ତାଙ୍କୁ ସାକ୍ଷାତ କରି ଅନୁଦାନ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଏ କ୍ଷେତ୍ର ରେ ସେ ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟ ଅନୁଦାନ ଯୋଗାଇ ଦେଇଥିବା ବେଳେ, ୧୦ଟି ବ୍ଲକ୍ ର ଧର୍ମ ଅନୁଷ୍ଠାନ କୁ କେବେ ଯୋଗାଇ ଦେବେ ବୋଲି ଜିଲ୍ଲା ପ୍ରଶାସନକୁ ପଚାରିବାରୁ ଏ ସମ୍ପର୍କରେ ଅବଗତ ନାହୁ ବୋଲି କହିଛନ୍ତି। ଆମ୍ ପାଖରେ ଯାହା ସୂଚନା ଅଛି , ନବରଙ୍ଗପୁରେ ଯେଇଏଲ ଚର୍ଚ୍ଚ ପାଇଁ ୧୦ଲକ୍ଷ ନବରଙ୍ଗପୁର ବ୍ରାହ୍ମଣ ସମାଜ କମ୍ୟୁନେଟି ସେଣ୍ଟର ପାଇଁ ୧୦ଲକ୍ଷ, ନବରଙ୍ଗପୁର ନିଳକଣ୍ଠେ ସ୍ୱର ମନ୍ଦିର ଉନ୍ନତି କରଣ ପାଇଁ ୧୦ଲକ୍ଷ, ନବରଙ୍ଗପୁର ମୁସଲିମ୍ କମ୍ୟୁନେଟି ସେଣ୍ଟର ପାଇଁ ୧୦ଲକ୍ଷ, ନବରଙ୍ଗପୁର ତେଲଗୁ କମ୍ୟୁନେଟି ହାଲ୍ ପାଇଁ ୧୦ଲକ୍ଷ, ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ କାଉନସିଲ ନବରଙ୍ଗପୁର ବିଲ୍ଡିଂ ରିପେୟାରିଂ ପାଇଁ ୧୦ଲକ୍ଷ ଅନୁଦାନ ମିଳିଥିବା ସୂଚନା ମିଳିଛି। ବ୍ଲକ୍ ର କୌଣସି ମନ୍ଦିର ଚର୍ଚ୍ଚ ମସଜିଦ ପାଇଁ ଅନୁଦାନ ମିଳି ନ ଥିବା ସୂଚନା ମିଳିଛି।ତେବେ ସେମାନଙ୍କୁ ମଧ୍ୟ ଆସନ୍ତା ଦିନ ମାନଙ୍କ ରେ ଅନୁଦାନ ମିଳିପାରେ ବୋଲି ଶୁଣିବାକୁ ମିଳିଛି ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଧନଞ୍ଜୟଙ୍କ ପୂଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି 

masiha

ଲକ୍ଷ୍ମୀପୁର ଆଦିବାସୀ ଗାଁ କଲ୍ୟାଣ ସମିତି ତରଫରୁ ଗ୍ରାମ ସଫାଇ 

masiha

ବିଧାୟକଙ୍କ ଆପେଣ୍ଡିକ୍ସ ଅପେରସନ ସଫଳ 

masiha

Leave a Comment

error: Content is protected !!