ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ର ବିଶିଷ୍ଟ ସ୍ୱେଚ୍ଛାସେବୀ ଅର୍ଚ୍ଚନା ଗୋୟଲ ଙ୍କ ବିଜେଡ଼ି ରେ ଯୋଗଦାନ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରରେ ବସବାସ କରୁଥିବା ବିଶିଷ୍ଟ କପଡା ବ୍ୟବସାୟୀ ରାଜ କ୍ଲଥ ଷ୍ଟୋର ର ଶ୍ରୀମତୀ ଅର୍ଚ୍ଚନା ଗୋୟଲ ଆଜି ମଙ୍ଗଳବାର ବିଜେଡି ରେ ଯୋଗଦାନ କରିଛନ୍ତି । ଶ୍ରୀମତୀ ଅର୍ଚ୍ଚନା ଗୋୟଲ ଜଣେ ସଫଳ ଉଦ୍ୟୋଗୀ ମହିଳା ।ସ୍ୱାମୀ ରାଜ ଗୋୟଲ ଙ୍କ ସହିତ ନିଜେ ଅକ୍ଲାନ୍ତ ପରିଶ୍ରମ କରି ଆଜି ର ଦିନରେ ଜଣେ ସଫଳ ବ୍ୟବସାୟୀ ଭାବରର ସ୍ବତନ୍ତ ପରିଚୟ ସୃଷ୍ଟି କରିପାରିଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ପୌର ନିର୍ବାଚନ ରେ ଭାଗ ନେଇ ଖଡ଼ିଆଳ ସହର ର ଉନ୍ନତି କରିବା ପାଇଁ ଶ୍ରୀମତୀ ଗୋୟଲ ମନସ୍ତ କରିଛନ୍ତି । ସେଥିପାଇଁ ମଙ୍ଗଳବାର ବିଜେଡି ରେ ସାମିଲ ହୋଇଛନ୍ତି । ଶ୍ରୀମତୀ ଗୋୟଲ ଯଦି ବିଜେଡି ତରଫରୁ ଖଡ଼ିଆଳ ଏନଏସି ପାଇଁ ଟିକେଟ ଦିଅନ୍ତି ଓ ଖଡ଼ିଆଳ ସହରବାସୀ ମୋତେ ସହଯୋଗ କରିବେ , ତେବେ ଖଡ଼ିଆଳ ସହର ରେ ବର୍ତ୍ତମାନ ରହିଥିବା ଅଧୁରା କାର୍ଯ୍ୟକୁ ସଫଳତାର ସହିତ ସମ୍ପାଦନ କରିବି । ସେଥିପାଇଁ ଖଡ଼ିଆଳ ସହର ଅଧିବାସୀ ଙ୍କ ସାହାଯ୍ୟ ନିହାତି ଆବଶ୍ୟକ ବୋଲି ସେ ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ମଧ୍ୟ ଖଡ଼ିଆଳ ସହର ରେ ପିଇବା ପାନୀୟ ଜଳ ସମସ୍ୟା, ବିଦ୍ୟୁତ ଲୋ ଭୋଲ୍ଟେଜ ସମସ୍ୟା, ରାସ୍ତା ଘାଟ ସମସ୍ୟା , ଶିକ୍ଷା , ସ୍ୱାସ୍ଥ୍ୟ ସମସ୍ୟା, ରାସ୍ତା କଡ଼ ରେ ଗାଈ ଗୋରୁ ପଡ଼ି ରହିବା ସମସ୍ୟା , ନାଲି ନର୍ଦମା ସମସ୍ୟା ରହିଛି । ମୋତେ ବିଜେଡି ଦଳ ଟିକେଟ ଦେଲେ ଓ ଖଡ଼ିଆଳ ବାସୀ ସହଯୋଗ କଲେ ଏସବୁ ସମସ୍ୟା ର ସମାଧାନ ଦୃଢ଼ତା ସହିତ କରି ପାରିବି ବୋଲି ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି । ସେଥିପାଇଁ ବିଜେଡି ଦଳ ମଧ୍ୟ ଜଣେ ସଫଳ ଉଦ୍ୟୋଗୀ ଙ୍କୁ ବାଛିବା ଦରକାର ବୋଲି ପ୍ରକାଶ କରିଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରାଧାନଙ୍କ ରିପୋର୍ଟ

Related posts

ଶ୍ରୀରାମ ସାହୁ ଙ୍କ କବିତା ମାଆନାମ ମଧୁଝରା

ସାହିତ୍ୟ ଅଗଣା

Sunil Chandra Nayak

ନାଳ ଉପରେ ପୋଲ ନ ଥିବାରୁ ପଲସାପଦର ତଥା ଆଖପାଖ ଅଞ୍ଚଳ ଗ୍ରାମବାସୀ ହନ୍ତସନ୍ତ

Sunil Chandra Nayak

Leave a Comment

error: Content is protected !!