ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ଼ ଜିଲ୍ଲା ମହିଳା ପତାଞ୍ଜଳି ଯୋଗ ସମିତିର ଆନୁକୁଲ୍ୟରେ ପବିତ୍ର ରାମନବମୀ ଓ ସ୍ବାମୀଜୀଙ୍କ ସନ୍ନ୍ୟାସ ଦୀକ୍ଷା ଦିବସ ପାଳନ

ରାଉରକେଲା/ ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ଆନୁକୁଲ୍ୟରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ଓ ପରମ ପୂଜ୍ୟ ସ୍ୱାମୀଜୀ ମହାରାଜାଙ୍କ ସନ୍ନ୍ୟାସ ଦୀକ୍ଷା ଦିବସ ରାଉରକେଲାର ସେକ୍ଟର ୬ ସ୍ଥିତ କମୁନିଟି ସେଣ୍ଟର ଯୋଗ କେନ୍ଦ୍ର ପରିସରରେ ପାଳନ କରାଯାଇଥିଲା । ମୁଖ୍ୟ ଅତିଥି ରାଜ୍ୟ ସହ ପ୍ରଭାରୀ ଅକ୍ରୁର ମାର୍ଥା ଦୀପ ପ୍ରଜ୍ବଳନ ପୂର୍ବକ ବୈଦିକ ରୀତି ଅନୁଯାୟୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭରେ ଅରବିନ୍ଦ ପଣ୍ଡାଙ୍କ ପୌରହିତ୍ୟରେ ଯଜ୍ଞ କାର୍ଯ୍ୟ କରାଯାଇ ସମସ୍ତଙ୍କ ମଙ୍ଗଳ କାମନା କରାଯାଇ ଥିଲା । ଉପସ୍ଥିତ ସମସ୍ତ ଯୋଗ ଶିକ୍ଷକ, ସାଧକ ସାଧିକା ଭାଇ ଓ ଭଉଣୀମାନେ ଯଜ୍ଞରେ ସାକଲ୍ୟ ଓ ଆହୁତି ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମାର୍ଥା ପବିତ୍ର ଶ୍ରୀ ରାମନବମୀ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଶ୍ରୀରାମଙ୍କ ଆଜି ଜନ୍ମ ତିଥି ଏବଂ ଏହା ଭାରତୀୟମାନଙ୍କ ପାଇଁ ଅତି ପବିତ୍ର ଦିବସ । ଭାରତୀୟ ସଂସ୍କୃତି ଓ ସମାଜରେ ଶ୍ରୀରାମ ହେଇଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ । ତାଙ୍କର ଆଦର୍ଶକୁ ଆମେ ପାଳନ କଲେ ରାମରାଜ୍ୟ ପ୍ରତିଷ୍ଠା କରିପାରିବା । ପରମପୂଜ୍ୟ ସ୍ୱାମୀଜୀ ମହାରାଜଙ୍କ ଆଜି ଦିବସଟି ସନ୍ନ୍ୟାସ ଦୀକ୍ଷା ଗ୍ରହଣ ଦିବସ ରେ ସମସ୍ତେ ଶପଥ ପାଠ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବି. ଏସ. ଟି ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା ମହିଳା ପ୍ରଭାରୀ ନିତମ୍ବିନି ସ୍ୱାଇଁ , ଜିଲ୍ଲା ଯୋଗ ସମିତି ପ୍ରଭାରୀ ପ୍ରଦୀପ୍ତ ସାହୁ, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ, ଜିଲ୍ଲା ମହିଳା ମିଡ଼ିଆ ପ୍ରଭାରୀ ଆରତୀ କର, ମହିଳା ସହପ୍ରଭାରୀ ସୁରଭି ମଲ୍ଲିକ, ମହିଳା ସଂଗଠନ ମନ୍ତ୍ରୀ ସନ୍ଧ୍ୟାରାଣୀ ସାହୁ ଆଦି ନିଜର ବକ୍ତବ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳକରିବା ପାଇଁ ଏହି କେନ୍ଦ୍ରର ବରିଷ୍ଠ ଯୋଗ ଶିକ୍ଷକ ସୁରଭି ମଲ୍ଲିକ, ବିଜୟ ଲକ୍ଷ୍ମୀ ମହନ୍ତ, ଅବନ୍ତି ମିର୍ଦ୍ଧା ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଯୋଗ ଶିକ୍ଷୟତ୍ରୀ ଅନୁସୁୟା ବାରିକ, ରଥ ହରିପାଲଙ୍କ ସମେତ ବହୁସଭ୍ୟ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମିଡ଼ିଆ ପ୍ରଭାରୀ ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

Sahitya Sadhika Poetess Chhabi Rani Pati felicitated.

Sunil Chandra Nayak

ବର୍ଷାରେ ଭାଙ୍ଗିଲା ଘର, ଆଶ୍ରୟ ଚିନ୍ତାରେ ନିରୀହ ଦମ୍ପତି

masiha

କୁଆରମୁଣ୍ଡା ବ୍ଲକ ପରିସରରେ ଯୁଗ୍ମ ଜନଅଭିଯୋଗ ଶୁଣାଣି

Sunil Chandra Nayak

Leave a Comment

error: Content is protected !!