ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିପଡାରେ ଶ୍ରୀରାମ ନବମୀ ସମାରୋହରେ ପାଳିତ

ଜୁନାଗଡ଼,୧/୪(ମ ନି ସ) ଜୁନାଗଡ଼ ବ୍ଲକ ବୁଢ଼ୀଦର ଦେନ୍ତୁଳିପଡା ଶ୍ରୀ ରାମଚନ୍ଦ୍ର ସଂସ୍କୃତିକ ଅନୁଷ୍ଠାନ ତରଫରୁ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମଉତ୍ସବ ରାମନବମୀ ଯାତ୍ରା ସମାରୋହରେ ପାଳିତ ହୋଇଯାଇଛି।ଦୁଇଦିନ ବ୍ୟାପି ଏହି ମହୋତ୍ସବରେ କଲସଯାତ୍ରା, ନଗର ପରିକ୍ରମା ଓ ପୂଜାକାର୍ଯ୍ୟ ବିଧିମତେ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଡ୍ୟାନ୍ସ ପ୍ରତିଯୋଗିତା ଓ ଲୋକନାଟକ ସିନ୍ଦୁର କହିବ ସ୍ୱାମୀ କାହାର,ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜୁନାଗଡ଼ ବ୍ଲକ ଉପଧକ୍ଷ୍ୟ ପ୍ରମୋଦ ବେହେର। ଉପସ୍ଥିତ ରହିଥିଲେ।ସେହିପରି ଅନୁଷ୍ଠାନର ସଭାପତି ମାଧବ ବାଗ, ଅନ୍ୟତମ ସଦସ୍ୟ କିଶୋର ପାନ, ହରିଶଙ୍କର ବାଗ, ଓ କର୍ତ୍ତା ଭାବେ ଦୁର୍ୟୋଧନ ବିହାର ,ଧନଞ୍ଜୟ ବାଗ, ଓ ମହିଳା ସଂଘ ସଦସ୍ୟା ଯାଜ୍ଞସେନି ବାଗ, ସ୍ୱାତୀ ବିହାର ଏବଂ ଅନୁଷ୍ଠାନର ଅନେକ କର୍ମକର୍ତା ଦାୟିତ୍ୱ ତୁଲାଇ ଥିଲେ। ଏହି ରାମନବମୀ ଯାତ୍ରାରେ ଅନେକ ଅସ୍ଥାୟୀ ଦୋକାନ ବଜାର ଖୋଲିଥିବା ବେଳେ ଆଖପାଖ ଅଂଚଳରୁ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ  

Related posts

PRINCIPAL CHIEF COMMERCIAL MANAGER HOLDS REVIEW MEETING AND INSPECTION AT VISAKHAPATNAM

Sunil Chandra Nayak

ବିଶ୍ବ ମହିଳା ଦିବସରେ ମହିଳାଙ୍କୁ ମିଳିଲା ସମ୍ମାନ

masiha

ଭତ୍ତା ଦେବାରେ ରାଜ୍ୟ ସରକାର ବିଫଳ: ମାନବ ଅଧିକାର ସୁରକ୍ଷା ମଞ୍ଚର ଗଣବିକ୍ଷୋଭ ସହ ଦାବୀପତ୍ର 

Sunil Chandra Nayak

Leave a Comment

error: Content is protected !!