ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ସିଂଦୂରା ଫାଟୁଛି

।। ସିଂଦୂରା ଫାଟୁଛି।।

ସିନ୍ଦୂରା ଫୁଟାଇ ନାଲି ଆକାଶରୁ
ସୂରୁଜ ଦେଉଛି ହସି,
ଚାହୁଁଛି ଯତନେ ପୃଥିବୀ ରାଣୀକୁ
ସତେ ସେକି ତା’ପ୍ରେୟସୀ।।(୧)।।
 ଅନନ୍ୟା ସାଜିଛି ଧରିତ୍ରୀ କୋଳଟା
ଜାତି ଜାତି ଫୁଲ ଫୁଟି,
ମନ ମତାଣିଆ ମହକରେ ସିଏ
ଚିତ୍ତକୁ ନେଉଛି ଲୁଟି।।(୨)।।
ବର୍ଣ୍ଣିବାକୁ ମୋର ଭାଷା ନାହିଁ ଓଠେ
ଅପରୂପ ଛବି ଦେଖି,
ଝରକା ଫାଙ୍କରୁ ଦେଖୁଛି ସୌନ୍ଦର୍ଯ୍ୟ
ଆଖିମୋ’ ଯାଉଛି ଲାଖି।(୩)।।
କବି ହୋଇଥିଲେ ଲେଖନୀଟା ମୋର
ଚାଲିଥାନ୍ତା ଆନନ୍ଦରେ,
ତଥାପି ବସିମୁଁ ଭାବନାରେ ବୁଡି
ଆଙ୍କୁଛି ଛବି ତୂଳୀରେ।।(୪)।।
 ବିମୁଗ୍ଧ ନୟନ ଆନନ୍ଦେ ମଗନ
ଦେଖି ଚାରୁ-ଚିତ୍ର ଛବି,
କିଏ ଚିତ୍ରକର ରହିଛି ଗୋପନେ
ରଚୁଛି ମାୟାକି ଛପି ?।।(୫)।।

      ।। ଚିତ୍ରା ରାଣୀ ପାତ୍ର।।

                   ।। ବାଲେଶ୍ୱର।।

Related posts

ଡୁଇଟ ଡେଭିଡ ଫୀଳିପ ଙ୍କ କବିତା//ମୋ ଯିଶୁ //

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଏକତା ମନ୍ତ୍ରରେ

Sunil Chandra Nayak

ଚନ୍ଦ୍ର ଶେଖର ଶବର ଙ୍କ କବିତା // ବସନ୍ତ ନିବାସ

Sunil Chandra Nayak

Leave a Comment

error: Content is protected !!