ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ସିଂଦୂରା ଫାଟୁଛି

।। ସିଂଦୂରା ଫାଟୁଛି।।

ସିନ୍ଦୂରା ଫୁଟାଇ ନାଲି ଆକାଶରୁ
ସୂରୁଜ ଦେଉଛି ହସି,
ଚାହୁଁଛି ଯତନେ ପୃଥିବୀ ରାଣୀକୁ
ସତେ ସେକି ତା’ପ୍ରେୟସୀ।।(୧)।।
 ଅନନ୍ୟା ସାଜିଛି ଧରିତ୍ରୀ କୋଳଟା
ଜାତି ଜାତି ଫୁଲ ଫୁଟି,
ମନ ମତାଣିଆ ମହକରେ ସିଏ
ଚିତ୍ତକୁ ନେଉଛି ଲୁଟି।।(୨)।।
ବର୍ଣ୍ଣିବାକୁ ମୋର ଭାଷା ନାହିଁ ଓଠେ
ଅପରୂପ ଛବି ଦେଖି,
ଝରକା ଫାଙ୍କରୁ ଦେଖୁଛି ସୌନ୍ଦର୍ଯ୍ୟ
ଆଖିମୋ’ ଯାଉଛି ଲାଖି।(୩)।।
କବି ହୋଇଥିଲେ ଲେଖନୀଟା ମୋର
ଚାଲିଥାନ୍ତା ଆନନ୍ଦରେ,
ତଥାପି ବସିମୁଁ ଭାବନାରେ ବୁଡି
ଆଙ୍କୁଛି ଛବି ତୂଳୀରେ।।(୪)।।
 ବିମୁଗ୍ଧ ନୟନ ଆନନ୍ଦେ ମଗନ
ଦେଖି ଚାରୁ-ଚିତ୍ର ଛବି,
କିଏ ଚିତ୍ରକର ରହିଛି ଗୋପନେ
ରଚୁଛି ମାୟାକି ଛପି ?।।(୫)।।

      ।। ଚିତ୍ରା ରାଣୀ ପାତ୍ର।।

                   ।। ବାଲେଶ୍ୱର।।

Related posts

ପ୍ରତିମା ଶତପଥି ଙ୍କ କବିତା l lଭାବରେ ଖୋଜୁଛି ଭାବ ମଣିକୁ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା – ଜୟ ହେ ଶ୍ରମିକ ଜୟ 

masiha

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା  l l l ଦଉଡ଼ି l l l

Sunil Chandra Nayak

Leave a Comment

error: Content is protected !!