ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଠିକାଦାରଙ୍କ ଭୂଲ ପାଇଁ ବିଜେପି ନେତା ଙ୍କ ଜୀବନ ଗଲା

ଚନ୍ଦାହାଣ୍ଡି (ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ଠାରୁ କୋନ୍ଧିଓଡା ଛକ ପଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଦୁଇ ଥାକିଆ ରାସ୍ତା ନିର୍ମାଣ କଲଭର୍ଟ ନିର୍ମାଣ ପାଇଁ ରାସ୍ତା ଖୋଳା ଯାଇ ଅତି ଖାମଖିଆଲ ଭାବ ରେ ନୂଆପଡା- ଅନକାବେଡା ପାଖରେ ଡାଇଭରସନ ରାସ୍ତା ନିର୍ମାଣ କରିଥିବା ରୁ ଦୁର୍ଘଟଣା ଗ୍ରସ୍ତ ହୋଇ ବରିଷ୍ଠ ବି ଜେ ପି ନେତା ଅନ୍ତର୍ଯ୍ୟାମୀ ମନହିରା ଆଜି ପ୍ରାଣ ହରାଇଛନ୍ତି l ଯାହା କୁ ନେଇ ଆଜି ଚନ୍ଦାହାଣ୍ଡି ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି l ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଠିକାଦାର ଙ୍କ ଏତା ଦୃଶ୍ୟ ଖାମଖିଆଲ ମନୋଭାବ କୁ ବିଭିନ୍ନ ମହଲ ରେ ନିନ୍ଦାକରାଯିବା ସହ ତୁରନ୍ତ ଜିଲ୍ଲାପାଳ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା କୁ ଅଞ୍ଚଳବାସୀ ଦାବୀ କରିଛନ୍ତି l ଏବାଦ ରେ ଚନ୍ଦାହାଣ୍ଡି ଥାନା ରେ ମୃତକଙ୍କ ପରିବାର ପକ୍ଷ ରୁ କୌଣସି ଅଭିଯୋଗ କରି ନଥିବା ଭାରପ୍ରାପ୍ତ ଥାନା ଅଧିକାରୀ ଖଗେଶ୍ୱର ଖୋସଲା ପ୍ରକାଶ କରିଛନ୍ତି l

 ମିଳିଥିବା ସୂଚନା ଅନୁସାରେ ଗତ ୩୧ ତାରିଖ ଶୁକ୍ରବାର ଦିନ ବରିଷ୍ଠ ବିଜେପି ନେତା ଅନ୍ତର୍ଯ୍ୟାମୀ ମନହିରା (୪୪) କୌଣସି କାମରେ ନୂଆପଡା ଗ୍ରାମ କୁ ଆସିଥିଲେ l ତାଙ୍କ କାମ ସାରି ସନ୍ଧ୍ୟା ସମୟରେ ବାଇକ ଯୋଗେ ନିଜ ଘର ସନ୍ଧିମୁଣ୍ଡା କୁ ଫେରୁ ଥିଲେ l ନୂଆପଡା – ଅନକାବେଡା ରାସ୍ତା ମଝିରେ ଆର ଡି ବିଭାଗ ଦ୍ୱାରା କଲଭର୍ଟ ନିର୍ମାଣ ପାଇଁ ରାସ୍ତା କୁ ଏକ ମାସ ରୁ ଖୋଳାଯାଇ ନିର୍ମାଣ କାର୍ଯ୍ୟ ଠିକା ନେଇ ଥିବା ଠିକାଦାର ଅତି ଖାମଖିଆଲ ଭାବରେ ବିଲ ମଧ୍ୟରେ କୌଣସି ମୋରୁମ ନ ପକାଇ ଛାଡି ଦେଇ ଥିବାରୁ ଅନ୍ତର୍ଯ୍ୟାମୀ ଙ୍କ ବାଇକ କାଦୁଅ ରେ ଖସି ଯିବାରୁ ସେ ପଡିଯାଇ ଗୁରୁତର ହୋଇ ପଡିବାରୁ ତାଙ୍କୁ ପ୍ରଥମେ ଚନ୍ଦାହାଣ୍ଡି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟବସ୍ଥା ରେ କୌଣସି ସୁଧାର ନ ଆସିବାରୁ ପରିବାର ଲୋକେ ଛତିଶଗଡ ରାୟପୁର ର ଏକ ଘରୋଇ ହସ୍ପିଟାଲ କୁ ଚିକିତ୍ସା ପାଇଁ ନେଇ ଥିଲେ l ସେଠାରେ ଆଜି ଚିକିତ୍ସାଧିନ ଅବସ୍ଥା ରେ ସେ ପ୍ରାଣହରାଇ ଥିଲେ l ଏଠାରେ ଠିକ ଭାବରେ ମୋରୁମ, ବାଲି ଦେଇ ଡାଇଭରସନ ରାସ୍ତା ନିର୍ମାଣ କରା ଯାଇ ନ ଥିବାରୁ ବର୍ଷାରେ ରାସ୍ତା କାଦୁଆ ପଚ ପଚ ହୋଇ ରାସ୍ତା ରେ ଛୋଟ ଛୋଟ ଦୁର୍ଘଟଣା ଦେଖା ଦେଉଥିବା ରୁ ଅନକାବେଡା, ନୂଆପଡା ବାସୀ ବାରମ୍ବାର ଠିକାଦାର ଏବଂ ଆର ଡି ବିଭାଗ ର ଏସ ଡି ଓ କନିଷ୍ଠ ଯନ୍ତ୍ରୀ ଏବଂ ଠିକାଦାର ଗିରିଧାରୀ ଙ୍କୁ ଗୁହାରି କରିଥିଲେ ମଧ୍ୟ ସେମାନେ ଗ୍ରାମବାସୀ ଙ୍କୁ ଆଜିକାଲି କହି ଦିନ ବିତାଉଥିବା ନେଇ ଗ୍ରାମର ବାଲାଜୀ ନାଗ, ଅଭି ରାମ ପାଣ୍ଡେ, ଗୁନସାଗର ପାଣ୍ଡେ ପ୍ରକାଶ କରିଛନ୍ତି l ଏଠାରେ ବି ଜେ ପି ନେତା ଦୁର୍ଘଟଣା ଗ୍ରସ୍ତ ହେବା ପରେ ବାଲି ମୋରମ ଦେଇ ଡାଇଭରସନ ରାସ୍ତା ନିର୍ମାଣ କୁ ନେଇ ସାଧାରଣ ରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି l ଏ ସମ୍ପର୍କ ରେ ବିଭାଗୀୟ ଏସ ଡି ଓ ଙ୍କୁ ପଚାରିବାରୁ ଘଟଣା କୁ ସ୍ୱୀକାର କରିବା ସହ ଡାଇଭରସନ ରାସ୍ତା ଠିକ ଭାବରେ ନିର୍ମାଣ କରାଯିବା ସହ ଖୁବ ଶିଘ୍ର ଖୋଲା ଯାଇଥିବା କଲଭର୍ଟ କାର୍ଯ୍ୟ ସମାପ୍ତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି l ଏ ଦିଗରେ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ସାଧାରଣ ରେ ଦାବୀ ହୋଇଛି।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ

ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଆଡମ୍ବର ସହ ଅନୁଷ୍ଠିତ

masiha

LAST DAY OF CHAITRA PARVA CELEBRATIONS IN SAIPRIYA NAGAR SEES MASSIVE TURNOUT OF DEVOTEES

masiha

Leave a Comment

error: Content is protected !!