ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ରେ ଜାତୀୟ ବିଜ୍ଞାନ ଦିବସ

ଧର୍ମଗଡ-ଜାତୀୟ ବିଜ୍ଞାନ ଦିବସ ପାଳନ ଅବସର ରେ ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ରେ ଏକ ଶିକ୍ଷଣ ସାମଗ୍ରୀ ମେଳା ଏବଂ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ କରାଯାଇ ଥିଲା । ବିଜ୍ଞାନ ପ୍ରଦର୍ଶନୀ ରେ ଧର୍ମଗଡ କେନ୍ଦ୍ରୀୟ ବିଦ୍ୟାଳୟ ର ଅଧକ୍ଷ ବଳରାମ ମିଶ୍ର ଏବଂ ବିଜ୍ଞାନ ଶିକ୍ଷକ ନିରଞ୍ଜନ ମୁଦୁଲି ବିଚାରକ ଭାବେ ଉପସ୍ଥିତ ରହି ପ୍ରଦର୍ଶନୀ ରେ ଅଂଶ ଗ୍ରହଣ କରିଥିବା ୪୦ ଟି ପ୍ରକଳ୍ପ ର ମୂଲ୍ୟାୟନ କରିଥିଲେ । ଏହି ଅବସର ରେ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଏବଂ କର୍ମଚାରୀ ଙ୍କୁ ନେଇ ଏକ ବିଜ୍ଞାନ ସଚେତନତା ଧର୍ମୀ ପଦଯାତ୍ରା ସହର ପରିକ୍ରମା କରିଥିଲା । କାର୍ଯ୍ୟକ୍ରମ ର ଦ୍ଵିତୀୟାର୍ଦ୍ଧ ରେ ଶିକ୍ଷାନୁଷ୍ଠାନ ର ସାହିତ୍ୟ ପ୍ରାଚୀର ପତ୍ରିକା “ସୃଜନିକା” ର ଉନ୍ମୋଚନ କରାଯାଇ ଥିଲା । ଉଦଯାପନୀ ସମାରୋହ ର ମୁଖ୍ୟ ଅତିଥି ଭାବେ ପଞ୍ଚାୟତ କଲେଜ ର ଇଂରାଜୀ ଅଧ୍ୟାପକ ଶ୍ରୀ ଲିଙ୍ଗରାଜ ପାତ୍ର ଯୋଗ ଦେଇଥିଲେ । ଏହି ଅବସର ରେ ବିଜ୍ଞାନ ଭିତ୍ତିକ ରଙ୍ଗୋଲି, କୁଇଜ୍ ପ୍ରତିଯୋଗିତା ଏବଂ ବିଜ୍ଞାନ ଧର୍ମୀ ଏକ କ୍ଷୁଦ୍ର ନାଟିକା ପ୍ରଦର୍ଶିତ ହୋଇଥିଲା । ସମସ୍ତ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଅନୁଷ୍ଠାନ ର ଅଧକ୍ଷ ରାମ ଚନ୍ଦ୍ର ବାଗ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ସୁଧାଂଶୁ ଶେଖର ପଣ୍ଡା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ଯରେ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ, ଆଦିତ୍ୟ ନାରାୟଣ ପାତ୍ର, ଅଞ୍ଜୁଶ୍ରୀ ମିଶ୍ର, ଅଭିଜୀତ ମହାନ୍ତି, ସୁଶାନ୍ତ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମ ରେ ସକ୍ରିୟ ସହଯୋଗ କରିଥିଲେ । ଦିତ୍ୱୀୟ ବର୍ଷ ଛାତ୍ର କାହ୍ନୁ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।

 

Related posts

ଆନନ୍ଦପୁର – ଜ୍ୟୋତ୍ସ୍ନା ରାଣୀ ମହାପାତ୍ର ଙ୍କ ଅକାଳ ବିୟୋଗ ରେ ଅଶୃଳ ଶ୍ରଦ୍ଧାଞ୍ଜଳୀ

ବାଇକ ଦୁର୍ଘଟଣାରେ ମହିଳା ଓ ଶିଶୁପର୍ଯ୍ୟବେକ୍ଷିକା ଙ୍କ ମୃତ୍ୟୁ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବୟତ୍ରି ତୃପ୍ତି ରାଣୀ ପାତ୍ର, ସହଦେବଖୁଣ୍ଟା , ବାଲେଶ୍ଵର ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!