ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ପରିଷଦ ପକ୍ଷରୁ ଉତ୍କଳ ଦିବସ

  ନବରଙ୍ଗପୁର–(ମସିହା) ନବରଙ୍ଗପୁର ସ୍ଥିତ ତୃପ୍ତି ଲର୍ଜ ର ବୈଠକ ଗୃହ ରେ ମହାସମାରୋହ ରେ ଉତ୍କଳ ଦିବସ ପାଳନ ହୋଇଯାଇଛି। ଭାଷା ସାହିତ୍ୟ ସଂସ୍କୃତି ସୁରକ୍ଷା ଦିଗରେ କାମ କରୁଥିବା ସର୍ବ ପୁରାତନ ସାହିତ୍ୟ ସଂସ୍ଥା ଉତ୍କଳ ପରିଷଦ ୮୮ତମ ଉତ୍କଳ ଦିବସ କୁ ସ୍ୱତନ୍ତ୍ର ଭାବେ ସମ୍ମାନ ର ସହିତ ଶହ ଶହ ଲୋକଙ୍କ ମଧ୍ୟରେ ପାଳନ କରିଛି। ଏଥରେ ମୁଖ୍ୟ ଅତିଥି ରୂପେ ନବରଙ୍ଗପୁର ଜିଲା ଆଇନଜୀବୀ ସଂଘ ର ସଭାପତି ଶ୍ରୀଯୁକ୍ତ ନରସିଂହ ତ୍ରିପାଠୀ ଯୋଗ ଦେଇ ଆମ ଭାଷା ସାହିତ୍ୟ ସଂସ୍କୁତି କୁ ଭାଷଣ ମଧ୍ୟରେ ନ ରଖି କାମ ମାଧ୍ୟମରେ କରିବାକୁ ଆହ୍ବାନ ଦେଇଥିଲେ।ଆଇନଜୀବୀ ସଂଘ ର ସମ୍ପାଦକ ଶ୍ରୀଯୁକ୍ତ ତପନ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦାନ ପୂର୍ବକ ଓଡିଶାକୁ ଭାରତ ମାନଚିତ୍ର ରେ ସର୍ବାଗ୍ରେ ରଖିବାକୁ ହେଲେ ସମସ୍ତ ଜନସାଧାରଣ କୁ କାର୍ଯ୍ୟ କରିବାକୁ ପଡିବ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ନବରଙ୍ଗପୁର ଉପ-ଆରକ୍ଷୀ ଅଧିକ୍ଷକ ଡ଼ଃ ଚଦ୍ର ଶେଖର ହୋତା ଉପସ୍ଥିତ ରହି ନିଜ ମାତୃଭାଷା କୁ ସବୁ ସ୍ଥାନ ରେ ସବୁ ସମୟ ରେ ପ୍ରାଧାନ୍ୟ ଦେବାକୁ ହେବ ବୋଲି ମତବ୍ୟକ୍ତ କରିଥିଲେ। ଏହି ସଭାରେ ମୁଖ୍ୟ ବକ୍ତା ରୂପେ ଅଧ୍ୟାପକ ମନୋଜ କୁମାର ରଥ ନିଜ ବକ୍ତବ୍ୟ ରେ ଅତୀତର ଓଡିଶା ଆଉ ଆଜିର ଓଡିଶା ଭିତରେ କେତେ ପାର୍ଥକ୍ୟ ଦର୍ଶାଇ ଥିଲେ। ଅତିଥି ରୂପେ ନବରଙ୍ଗପୁର ଜିଲା ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ଶ୍ରୀ ହଳଧର ନିହାଲ ଯୋଗ ଦେଇ ଓଡିଶା ଗଠନ ରେ କବି କଲମ ଥିଲା ଏବଂ ରହିବ ବୋଲି ସମ୍ବୋଧନ ରେ ରଖିଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଜି ରାମ ଯୋଗ ଦେଇ ମାତୃଭାଷା ଓ ମାତୃମାଟି ପାଇଁ ମଣିଷ ର ଦାୟିତ୍ୱ କେତେ କେଉପରି ହେବ ତାହା ଉଦାହରଣ ଦେଇ କହିଥିଲେ।ସଭାପତି ଶ୍ରୀ ପ୍ରେମଚାନ୍ଦ ପଟନାୟକ ସଭାକର୍ଯ୍ୟ ପରିଚାଳନା କରିଥିଲେ। ଶ୍ରୀ ପର୍ଶୁରାମ ସାହୁଙ୍କ ସଂଯୋଜନା ରେ କବିତା ପାଠ ରେ ଶତାଧିକ କବି ନିଜ ନିଜ କବିତା ମାଧ୍ୟମରେ ଓଡ଼ିଶାର ବିଭିନ୍ନ ଦିଗକୁ ଶ୍ରୋତା ଙ୍କୁ ଶୁଣାଇ ଥିଲେ। ଅତିଥି ସ୍ୱାଗତ ଓ ପରିଚୟ ରଖିଥିଲେ ଶ୍ରୀମତୀ ପ୍ରଭାସିନି ମହାନ୍ତି। ଧନ୍ୟବାଦ ପ୍ରସ୍ତାବ ଶ୍ରୀ ମନୋଜ ପଟନାୟକ ରଖିଥିବା ବେଳେ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀ ସୁରେଶ ମିଶ୍ର ପରମ୍ଭିକ ସଙ୍ଗୀତ ଗାନ କରିଥିଲେ। ବିଶିଷ୍ଟ ସମାଜ ସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର ଅନୁପସ୍ଥିତ ସ୍ୱତେ ନିଜର ବାର୍ତା ରେ ଏହିଭଳି କାର୍ଯ୍ୟକ୍ରମ କୁ ସ୍ୱାଗତ ଜଣାଇବା ସହିତ ଓଡିଶା ଦିବସ ପାଳନ ପାଇଁ ଯଥା ସମ୍ଭବ ସହଯୋଗ ର ହାତ ରହିବ ବୋଲି କହିଥିଲେ ଓ ଶ୍ରୀ ଅଖିଳ କୁମାର ଭଟ୍ଟ ମଧ୍ୟ ବାର୍ତା ରେ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ। ଦେବେନ୍ଦ୍ର ପ୍ରଧାନ,ଜଗନ୍ନାଥ ବେହେରା,ଏବଂ ଗୋପାଳକୃଷ୍ଟ ପାଣିଗ୍ରାହୀ ଙ୍କ ଉଦ୍ୟମ କ୍ରମେ ସହର ର ସରକାରୀ ଓକିଲ ସିରାଜ ଅହମଦ, ସତୀଶ ନାୟକ,ଓ ଓକିଲ ସଂଘ କୋଷାଧ୍ୟକ୍ଷ ଶ୍ରୀ ନୀଳ ଦୀନବନ୍ଧୁ ସହିତ ଓକିଲ ସରୋଜ କୁମାର ବିଧାର,ତ୍ରିନାଥ ମାଝି, ଓକିଲ ସଂଗ୍ରାମ କୁମାର ପଣ୍ଡା ସହିତ ଦୁର୍ଗା ପ୍ରଧାନ,ହରିହର ନାୟକ,ହର ଦାସ,ପ୍ରକାଶିନୀ ଚୌଧରି, କାର୍ତିକ ତୁଳ, ଦାଶରଥି ପଟନାୟକ,ନିରଞ୍ଜନ ବିଶ୍ୱାଳ,ହରିଶ ବେହେରା, ଓ ମିତ୍ରଭାନୁ ସତନାମୀ,ଉତ୍କଳ ପରିଷଦ ସମ୍ପାଦକ ଶ୍ରୀ ତପନ ବିଶୋଇ ଉପସ୍ଥିତି ଥିବା ବେଳେ ସହରର ବିଶିଷ୍ଠ ଭଞ୍ଜ ସାହିତ୍ୟିକ ତୁଳସୀ ରାମାୟଣ ଅନୁବାଦକ ଶ୍ରୀ କୁମୁଦ ଚନ୍ଦ୍ର ପଟନାୟକ ଙ୍କୁ ଉତ୍କଳ ପରିଷଦ ର ସର୍ବୋଚ୍ଚ ସମ୍ମାନ ଉତ୍କଳ ଆଭା ରେ ସମ୍ମାନିତ କରାଯାଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ପଂଚାୟତ ଡ୍ରେନ ସଫା ନ ହେବାରୁ ଡ୍ରେନ ରେ ଅଳିଆ ଆବର୍ଜନା ପାଣି ରାଇଘର ବଜାର ର ମୁଖ୍ୟ ରାସ୍ତା ଉପରେ

masiha

୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ

masiha

ମୋ ଗାଁ ମୋ ସମ୍ମାନ ଅଭିଯାନ ମାଧ୍ୟମରେ ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ଶିଶୁ ଦିବସ ପାଳନ 

masiha

Leave a Comment

error: Content is protected !!