ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ପର୍ଶ ‘ଇଂଲିଶ ମିଡିୟମ ସ୍କୁଲର ୧୨ ତମ ବାର୍ଷିକ ଉତ୍ସବ

 ମୟୂରଭଞ୍ଜ – (ମସିହା)ରାଇରଙ୍ଗପୁର ପୌରାଞ୍ଚଳର ଅଗ୍ରଣୀ ‘ସ୍ପର୍ଶ ‘ଇଂଲିଶ ମିଡିୟମ ବିଦ୍ୟାଳୟର ୧୨ ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଦୁବୁଲାବେଡା ଖେଳପଡିଆରେ ଆନନ୍ଦ ଓ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସହ ନିର୍ଦେଶକ ବ୍ରଜ କିଶୋର ସେଠୀଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଜାମଦା କଲେଜର ଇଂରାଜୀ ପ୍ରାଧ୍ୟାପକ ଡ଼କ୍ଟର ରାଜ କିଶୋର ଜେନା ଯୋଗ ଦେଇ ଛାତ୍ର ଛାତ୍ରୀମାନେ ଅଧ୍ଯବସାୟ ଜାରି ରଖିବା ଉଚିତ ବୋଲି ମତ ରଖିଥିଲେ I ମୁଖ୍ୟ ବକ୍ତାଭାବେ ଝରାଡିହି ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା ଜିଲ୍ଲା ଜୁନିୟର ରେଡ କ୍ରସ ଅଧିକାରୀ ସ୍ମୃତି ରଂଜନ ପାଣି ପିସିଏମ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପରୀକ୍ଷା,କେନ୍ଦ୍ରୀୟ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ପୁନମ ହାଁସଦା,ଅଂଜଳୀ ବେଶ୍ରା ପ୍ରମୁଖ ବକ୍ତବ୍ୟ ରଖିଥିଲେ I ପ୍ରାରମ୍ଭରେ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି ବାର୍ଷିକ ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ ।ସାମଗ୍ରିକ ବିକାଶରେ ଖାଲି ପାଠ ପଢ଼ିଲେ ହେବନି ପାଠ ସହିତ ଖେଳ ,କୁଦ, ନିଜର ଅନ୍ତର୍ନିହିତ ପ୍ରତିଭାକୁ ବିକାଶ କରିବା,ସାମ୍ପ୍ରତିକ ପରିସ୍ଥିତିରେ ଆସୁଥିବା ବିପତ୍ତିରୁ ନିଜକୁ ସୁରକ୍ଷା ଦେବା ଓ ପ୍ରତିଯୋଗିତା ମୂଳକ ଭାବନା ରଖି ଆଗକୁ ବଢିବା ସ୍ବପ୍ନ ଦେଖିବା ଉଚିତ ବୋଲି ଅତିଥି ଗଣ କହିଥିଲେ। ଆଦିବାସୀ ଅଧ୍ୟୁଷିତ ବାମନଘାଟୀ ଉପଖଣ୍ଡରେ ଶିକ୍ଷାର ପ୍ରଗତି ରଥକୁ ଆଗେଇ ନେଇଥିବା ଏହି ଇଂଲିଶ ମିଡିୟମ ସ୍କୁଲ ସାରଥୀ ସାଜିଥିବା ରୁ ଅତିଥିଗଣ ବିଦ୍ୟାଳୟ ର କାର୍ଯ୍ୟକର୍ତ୍ତା ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଭୂମିକାକୁ ଭୂରି ଭୂରି ପ୍ରଶଂସା କରିଥିଲେ ।ପ୍ରାର୍ମ୍ଭରେ ସ୍ୱାଗତ ଭାଷଣ ଶିକ୍ଷୟତ୍ରୀ ସୁମନା ଦାସ ପ୍ରଦାନ କରିଥିଲା ବେଳେ ଅତିଥି ମାନଙ୍କ ପରିଚୟ ପ୍ରଦାନ ଶିକ୍ଷକ ବିଷ୍ଣୁ ଦେବ ପ୍ରଦାନ କରିଥିଲେIଅତିଥି ମାନଙ୍କ ଦ୍ୱାରା କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲାI ଏଥିରେ ଶିକ୍ଷକ ରାଜେଶ କୁମାର ପଢିହାରୀ, ବସନ୍ତ ଗୋଛାୟତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ Iଅନୁଷ୍ଠାନ ତରଫରୁ ନୃତ୍ୟଗୁରୁ ତଥା ସାମ୍ବାଦିକ ମେଘନାଦ ହେମ୍ବ୍ରମ ଙ୍କୁ ଅତିଥିଗଣ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ I କାର୍ଯ୍ୟକ୍ରମକୁ ବିଦ୍ୟାଳୟର କେ.ସି ସାର ସଂଯୋଜନା କରିଥିଲା ବେଳେ ହେରେମ୍ବ ହେରେମ୍ବ ପ୍ରସାଦ ମହାନ୍ତ ଧନ୍ୟବାଦ ପ୍ରଦାନ କରିଥିଲେI ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଚିତାକର୍ଷକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷକ ହରିଶ୍ଚନ୍ଦ୍ର ଓ ବେଣୁଧର ପାତ୍ର ପରିବେଷଣ କରିଥିଲେIଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ I

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ବିଶିଷ୍ଠ ସମାଜସେବୀ ଶରତ ଚନ୍ଦ୍ର ମଲ୍ଲ ଙ୍କ ପରଲୋକ 

Sunil Chandra Nayak

ହରମୋହନ ମିଶ୍ର ଙ୍କ ଲିଖିତ ପୁସ୍ତକ ସ୍ପର୍ଶ ଉନ୍ମୋଚିତ

masiha

ଓଡ଼ିଆ ପକ୍ଷ ପାଳନ ଅବସରରେ ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟର ଯୁବ ରେଡକ୍ରସ ତରଫରୁ ରକ୍ତଦାନ ଶିବିର ଆୟୋଜିତ ମୋଟ ୭୮ ୟୁନିଟ୍ ରକ୍ତ ସଂଗୃହୀତ

masiha

Leave a Comment

error: Content is protected !!