ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହୁ ମାଛି ଆକ୍ରମଣ ରେ ଗୋଟିଏ ପରିବାରର ୪ ଜଣ ଗୁରୁତର ଆହତ, ଚିକିତ୍ସା ପାଇଁ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି

ନୂଆପଡା,//  ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଗୋଡ଼ଧାପଦର ଗ୍ରାମର ହୃଦା ପଣ୍ଡା ଏବଂ ତାଙ୍କ ଦୁଇ ନାତି ବିରିଘାଟ ଗ୍ରାମ ସ୍ଥିତ ସୁନ୍ଦର ନଦୀ ଘାଟ କୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ଗାଧୋଇ ଫେରୁ ଥିବା ବେଳେ ମହୁ ମାଛି ଆକ୍ରମଣ କରିଥିଲେ। ଫଳରେ ହୃଦା ପଣ୍ଡା ଏବଂ ତାଙ୍କ !ଅଢେଇ ବର୍ଷର ଦୁଇ ନାତି ନାତୁଣୀଙ୍କୁ ମହୁ ମାଛି ଆକ୍ରମଣ କରିଥିଲା। ଫଳରେ ଗୋଟିଏ ପରିବାର ୪ ଜଣ ଗୁରୁତର ହୋଇଥିଲେ। ଚାରି ଜଣ ସଦସ୍ୟଙ୍କୁ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣାପଡିଅଛି। ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଉନ୍ନତି ଘଟିଅଛି। ସମସ୍ତେ ସୁସ୍ଥ ଥିବା ପରିବାର ପକ୍ଷରୁ ପ୍ରକାଶ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରିଷିଡ଼ା: ଶୀତ କାଳିନ ସ୍ୱତନ୍ତ୍ର ଶିବିର ଉଦଯାପିତ

masiha

ବଜ୍ରପାତରେ ଗଲା ଜୀବନ

masiha

ରାଷ୍ଟ୍ରପତି ଭଵନରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଚରଣ ହେମ୍ବ୍ରମ ଙ୍କୁ ନିଜ ଗାଁ ମାଟିରେ ଉତ୍ସସ୍ବିତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!