ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍କୁଲ ଛାତ୍ରଛାତ୍ରୀଙ୍କୁ ମହାକାଶ ଦେଖାଉଛନ୍ତି ବିଜ୍ଞାନ ଛାତ୍ର

କର୍ଲାମୁଣ୍ଡା: ମହାକାଶ ବିଜ୍ଞାନ ଉପରେ କିଛି ତଥ୍ୟ ପାଇବା ତଥା ବୈଜ୍ଞାନିକ ଜ୍ଞାନର ଗୁଣବତା ହାସଲ କରିବା ପାଇଁ ଗ୍ରାମାଂଚଳର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ କିପରି ଆକର୍ଷିତ ହେବେ ସେଥିପାଇଁ ଆଗେଇ ଆସିଛନ୍ତି ଜଣେ ଉଦୀୟମାନ ଯୁବ ପି.ଏଚ.ଡି (କୋଷ ବିଜ୍ଞାନ) ଛାତ୍ର ପରେଶ ପ୍ରିୟଦର୍ଶନ ରଣା । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ରିଷିଡା ନିବାସୀ ଅବସରପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ରଣା ଙ୍କ ପୁଅ ପରେଶ ନିଜ ଟେଲିସ୍କୋପ ଲେନ୍ସ ମାଧ୍ୟମରେ ବିଭିନ୍ନ ସ୍କୁଲ କୁ ଯାଇ ମହାକାଶ ଦେଖାଇଛନ୍ତି । ଏହାଦ୍ୱାରା ଛାତ୍ରଛାତ୍ରୀ ମାନେ ଚନ୍ଦ୍ର ପୃଷ୍ଠ ଓ ଶନି ବଳୟ ଦେଖିବାକୁ ପାଉଛନ୍ତି ଓ ତାଙ୍କ ମନରେ ନାନାଦି ପ୍ରଶ୍ନ ସୃଷ୍ଟି ହେଉଛି, ଯଦ୍ୱାରା କି ଅଧିକ ଜାଣିବା ପାଇଁ ସେମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହେଉଛି । ପରେଶ ଙ୍କ ମତ ଅନୁସାରେ ଗ୍ରାମାଂଚଳର ପିଲାମାନେ ବିଜ୍ଞାନ ଅଧ୍ୟୟନ କରିବାକୁ ଏବେ ବି ଭୟ କରନ୍ତି, କିନ୍ତୁ ବିଜ୍ଞାନ ଏକ ଭୟ ନୁହେଁ ବରଂ ଏକ ସୁଯୋଗ ବୋଲି ବିଶ୍ୱାସ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ବ୍ୟବହାରିକ ଅଭିଜ୍ଞତା ମାଧ୍ୟମରେ ଶିକ୍ଷାର ଉତ୍ସାହ ଏବଂ ସଚେତନତାର ବିସ୍ତାର କରିବାକୁ ଏହା ଏକ ଉଦ୍ୟମ ବୋଲି ସେ କହନ୍ତି । ପ୍ରକାଶଥାଉକି ପରେଶ ବର୍ତମାନ ସ୍କଟଲାଣ୍ଡ ର ଇଡିନବର୍ଗ ବିଶ୍ୱବିଦ୍ୟାଳୟ ରେ ପି.ଏଚ.ଡି କରୁଥିବାବେଳେ ଗ୍ରାମାଂଚଳରେ ବିଜ୍ଞାନ ର ପ୍ରଚାର ପ୍ରସାର ପାଇଁ ଏକ ଅଭିନବ ଉଦ୍ୟମ ଜାରି ରଖିଛନ୍ତି ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସେବା ଓ ତ୍ୟାଗର ପ୍ରତୀକ : ଇଂ.ଗୋପାଳ କୃଷ୍ଣ ଦାସ 

Sunil Chandra Nayak

ଜଙ୍ଗଲ ନିଆଁ ପ୍ରତିରୋଧ ପାଇଁ, ରାୟଗଡା ଡିଏଫଓ ଏକ ରାତ୍ରି ଗସ୍ତ ନିରୀକ୍ଷଣ

masiha

Super Specialty Clinic Inaugurated at Koraput Medical College

masiha

Leave a Comment

error: Content is protected !!