ପାପଡାହାଣ୍ଡି,3/4, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୂଆକୋଟ ପଂଚାୟତ କିଡିଙ୍ଗଗୁଡା ଠାରେ ସୋମବାର ସାପ କାମୁଡାରେ ଜଣେ ଯୁବତୀ ଆହତ ହୋଇଛନ୍ତି | ତାଙ୍କ ନାମ ଦୂଷିଲା ବଞ୍ଜାରା | ତାଙ୍କୁ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରି ଚିକିତ୍ସା ଜାରି ରହିଛି | ସୂଚନା ମୁତାବକ ଦୂଷିଲା ନିକଟସ୍ତ ପୋଖରୀ କୁ ଗାଧୋଇବା ପାଇଁ ଯାଇଥିଲେ | ଏହି ସମୟରେ ତାଙ୍କୁ ଏକ ସାପ କାମୁଡି ଦେଇଥିଲା, ଏହା ଜାଣିବା ପରେ ସେ ପରିବାର ଲୋକଙ୍କୁ ଜଣାଇଥିଲେ | ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା | ବର୍ତମାନ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣାପଡିଛି |
previous post