ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ବ୍ଲକ ର ପୁରା ୪ ଟି ଯୋନ ରେ ବିଜେଡ଼ି ବାଜିମାତ

 ଜୁନାଗଡ଼ ୨/୩(ନି.ପ୍ର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଜୁନାଗଡ଼ ବ୍ଲକର ସବୁ ୪ ଗୋଟି ଜିଲ୍ଲା ପରିଷଦ ଯୋନ ରେ ବିଜେଡ଼ି ବିପୁଳ ସଂଖ୍ୟାରେ ବିଜୟ ଲାଭ କରି ବିରୋଧୀକୁ କଡା ଜବାବ ଦେଇଛି l ଜୁନାଗଡ଼ ପଂଚାୟତ ସମିତି ରେ ରହିଥିବା୪ଗୋଟି ଯୋନ ରେ ନିର୍ବାଚନ ଅନୁଷ୍ଠିତ ହୋଇ ଏଠାରେ ଥିବା ୧ ନଂଆଟିଗାଁ ଯୋନ ରେ ବିଜେଡି ର ସୁଧିରା ମେହେର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷl ଶର୍ମିଷ୍ଠା ମେହେର ଙ୍କୁ ୧୦୮୫୫ଭୋଟ ରେ ହରେଇ ଛନ୍ତି l୨ନଂ ହlବସପୁର ଯୋନ ରେ ବିଜେଡ଼ି ର ଶାମୁକା ରାଣୀ କୁମାର ତାଙ୍କ ନିକଟ ତମ ପ୍ରତିଦ୍ୱନ୍ଦୀ ବଜେପିର ଉମା ରାଣୀ ସିଂ ଙ୍କୁ ୪୮୩୮ ଭୋଟ୍ ରେ ହରାଇ ବିଜୟ ଲାଭ କରିଛନ୍ତି l ସେହିପରି ୩ନଂ ଯୋନ ରେ ବିଜେଡି ର ଲାଲ ବାହାଦୂର ଜlନୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ର ପୂର୍ବତନ ବ୍ଲକ ଅଧ୍ୟକ୍ଷl ନୁର୍ୟ୍ଯ ମାଝୀ ଙ୍କୁ ୫୫୮୦ ଭୋଟ ରେ ହରାଇଥିବାବେଳେ ୪ନଂ ଯୋନ ରେ ବିଜେଡ଼ି ର ସଂଗୀତା ଖର୍ସେଲ ତାଙ୍କ ପ୍ରତିଦ୍ବନ୍ଦୀ ବଜେପି ର ନିରୂପମା ନାଏକ ଙ୍କୁ ୪୨୦୭ ଗୋଟି ଭୋଟ ରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି lବିଜେଡି ର ଏହି ବିପୁଳ ବିଜୟ କୁ ନେଇ ନାନା ପ୍ରକାର କଳ୍ପନା ଜଳ୍ପନା ରେ ଅବସାନ ହୋଇଛି l ଏହି ୪ ଟି ଆସନ ବିଜେଡି ହାସଲ କରି ଜିଲ୍ଲା ପରିଷଦ ଗଠନ ପାଇଁ ସିଧା ସଳଖ ରାସ୍ତା ଖୋଲିଯାଇଛି। ଚଳିତ ପଂଚାୟତ ନିର୍ବାଚନରେ ବିଜେଡିର ଏହି ବିପୁଳ ବିଜୟ ବିରୋଧୀ କଂଗ୍ରେସ ଓ ବିଜେପି କୁ ମୂହତୋଡ ଜବାବ ଦେଇଛି l ନରେନ୍ଦ୍ର ଖିିତି ଙ୍କ ରିପୋର୍ଟ ।

Related posts

ରାଇରଙ୍ଗପୁର ସତସଙ୍ଗ ବିହାର ଆନୁକୁଲ୍ୟରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୫ତମ ଜନ୍ମ ମହା ମହୋତ୍ସବ

Sunil Chandra Nayak

ଭାରତୀୟ ବେରୋଜଗାର ମୋର୍ଚ୍ଚାର ଥାଳି ପିଟ ଆନ୍ଦୋଳନ

Sunil Chandra Nayak

ରୁପ୍ରାରେ ସମ୍ବାଦ ସାହିତ୍ୟଘର  ତରଫରୁ ବୃକ୍ଷରୋପଣ

Leave a Comment

error: Content is protected !!