ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ପୌରପାଳିକା କାର୍ଯ୍ୟାଳୟ ରେ ଯୁଗ୍ମ ଜନଶୁଣାଣୀ ଶିବିର

ନବରଙ୍ଗପୁର ତା ୦୩/୦୪(ମସିହା) ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ନବରଙ୍ଗପୁର ପୌରପାଳିକା କାର୍ଯ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୌରପାଳିକା ତଥା ବିଭିନ୍ନ ପ୍ରାନ୍ତରୁ ଆସିଥିବା ୭୫ ଜଣଙ୍କର ଆପତି, ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୧୭ ଗୋଟି ଗୋଷ୍ଠୀ ଗତ ହୋଇଥିବା ବେଳେ ୫୮ଗୋଟି ବ୍ୟକ୍ତିଗତ ଆପତ୍ତି, ଅଭିଯୋଗ ରହିଥିଲା। ଏଥିରେ ବାର୍ଦ୍ଧକ୍ୟ ଭତ୍ତା, ପ୍ରଧାନ ମନ୍ତ୍ରୀ ଆବାସ ଗୃହ, ପୌରପାଳିକା ର ଉନ୍ନତୀ କରଣ, କମି ବିବାଦ, ଜଙ୍ଗଲ ଜମି ପଟ୍ଟା, ପାନୀୟ ଜଳ ଯୋଗାଣ ଡ୍ରେନ ବ୍ୟବସ୍ଥା, କର୍ମଚାରୀଙ୍କ ବଦଳି, ଇତ୍ୟାଦି ର ଆପତ୍ତି, ଅଭିଯୋଗ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଶୁଣାଣୀ କରି ଏହାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଡକ୍ଟର ମିଶ୍ର ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ତିନି ଜଣ ଦିବ୍ୟାଙ୍ଗଙ୍କୁ ହୁଇଲ୍ ଚେୟାର, ଆଠ ଜଣକୁ ୟୁ ଡି ଆଇ ଡି ସର୍ଟିପିକେଟ ଜଣକୁ ଟ୍ରାଏ ସାଇକଲ, ଜିଲ୍ଲାପାଳ ଡକ୍ଟର ମିଶ୍ର ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଏହି ଯୁଗ୍ମ ଜନ ଶୁଣାଣୀ ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ, ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ପୌରପାଳିକା ଅଧକ୍ଷ କୁନୁ ନାୟକ, ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ୍, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଅଧିକ୍ଷ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର, ଜିଲ୍ଲା ଯୋଗାଣ ଅଧିକାରୀ ସଞ୍ଜୀବ ସାହୁ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ପୌରପାଳିକା ର କାଉନସିଲର,ସମସ୍ତ କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଶିକ୍ଷା ବିଭାଗର ବିଚିତ୍ର ନୀତି ୫ ଟି ସ୍କୁଲ ରୂପାନ୍ତରିତ ପରେ ବି ଶ୍ରେଣୀ ଗୃହ ଅଭାବ ,ବାରଣ୍ଡାରେ ପଢୁଛନ୍ତି ୧ ରୁ ୫ ଶ୍ରେଣୀର ଛାତ୍ରଛାତ୍ରୀ ,ବର୍ଷା ହେଲେ ସ୍କୁଲ ଛୁଟି

Sunil Chandra Nayak

ଜଙ୍ଗଲ ଅଧିକାର ଗ୍ରାମ୍ୟ କମିଟି ଜରିଆରେ କେନ୍ଦୁପତ୍ର ବିକ୍ରି ଆରମ୍ଭ

Sunil Chandra Nayak

ମୋଟର ସାଇକେଲ ଦୁର୍ଘଟଣା, ୧ ଆହତ

Sunil Chandra Nayak

Leave a Comment

error: Content is protected !!