ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମଧୁ ମାଧବ ତୀର୍ଥ କ୍ଷେତ୍ରରେ ଆଧ୍ୟାତ୍ମିକ ପ୍ରବଚକ ଶ୍ରୀ ଜଗଦାନନ୍ଦ ମହାରାଜଙ୍କ ଦିବ୍ୟବାଣୀ

କୋକସରା,୦୩/୦୪- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାରେ ରହିଥିବା ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ମଧୁ ମାଧବ ତୀର୍ଥ କ୍ଷେତ୍ରରେ ଶ୍ରୀରାମ ନବମୀ ମହୋତ୍ସବ ପାଳନ ହେଉଛି । ଶନିବାର ଓ ରବିବାର ଦୁଇଦିନ ଧରି ଆଧ୍ୟାତ୍ମିକ ପ୍ରବକ୍ତା, ସଂସ୍କୃତି ଗବେଷକ, କାଳୀକୃଷ୍ଣ ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦଜୀଙ୍କ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୁଡହାଣ୍ଡି ଡୋକରୀଚଞ୍ଚରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏକ ପୌରାଣିକ ଓ ଐତିହାସିକ ଧାର୍ମିକ ପୀଠ। କିମ୍ବଦନ୍ତୀ ଅନୁସାରେ ପ୍ରଭୁ ଶ୍ରୀରାମ ଚନ୍ଦ୍ର ୧୪ ବର୍ଷ ବନବାସ ସମୟରେ ଏହି ଜଙ୍ଗଲ ଦେଇ ଯାଇଥିବା ବେଳେ କିଛି ସମୟ ଏହି ଜଙ୍ଗଲ ମଧ୍ୟରେ ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହ ରହିଥିବା ନେଇ ଲୋକଶୃତି ରହିଛି। ମାତା ସୀତାଙ୍କ ପଦଚିହ୍ନ ମଧ୍ୟ ଏହି ମଧୁ ମାଧବ କ୍ଷେତ୍ରରେ ରହିଥିବା ନେଇ ପଥରରେ ଖୋଦିତ ଚିହ୍ନରୁ କିମ୍ବଦନ୍ତୀ ରହିଛି। ପ୍ରକୃତି ରାଣୀର ଅପରୂପ ସୌନ୍ଦର୍ଯ୍ୟ କୋଳରେ ଏଠାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ରହିଛି। ଯେଉଁଠି କେଉଁ ଏକ ଆବାହମାନ କାଳରୁ ପ୍ରଭୁ ଶ୍ରୀରାମ ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କୁ ପୂଜାର୍ଚ୍ଚନା କରାଯାଉଛି।ଐତିହାସିକ ପୌରାଣିକ କଥା ବହନ କରୁଥିବା ଗୁଡହାଣ୍ଡି ଡୋକରୀଚଞ୍ଚରା ମଧୁ ମାଧବ ତୀର୍ଥ ରେ ଶ୍ରୀରାମ ନବମୀ ମହୋତ୍ସବ ୫୧ ବର୍ଷ ର ପହଞ୍ଚିଛି । ୨ ବର୍ଷ କୋଭିଡ କଟକଣା ପରେ ଚଳିତ ବର୍ଷ ଶ୍ରୀରାମ ନବମୀ ମହା ସମାରୋହରେ ପାଳନ ହେଉଛି । ଏହି ଅବସରରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଜଗଦାନନ୍ଦଜୀ ମହାରାଜ ପ୍ରବଚନରେ କହିଥିଲେ ଯଦି ଜୀବନରେ ଶାନ୍ତି ଖୋଜୁଛନ୍ତି , ଆପଣ କାହାକୁ ଅପେକ୍ଷା କରିଛନ୍ତି, ସକାଳ ଯେମିତି ଅପେକ୍ଷା କରିଥାଏ ସଂଧ୍ୟାକୁ, ଜନ୍ମ ଯେମିତି ଅପେକ୍ଷା କରିଥାଏ ମୃତ୍ୟୁକୁ ଆଉ ମୃତ୍ୟୁ ଅପେକ୍ଷା କରିଥାଏ ଜନ୍ମକୁ, ଜନ୍ମ କେବଳ ମାଁ ପେଟରେ ହିଁ ହୋଇଥାଏ କିନ୍ତୁ ମୃତ୍ୟୁ କେଉଁଠି ବି ହୋଇପାରେ। ପ୍ରକୃତରେ ଶାନ୍ତି, ପ୍ରକୃତ ଆନନ୍ଦ ଯଦି ଚାହୁଁଛନ୍ତି ତା’ହେଲେ ଆଧ୍ୟାତ୍ମିକତା ହିଁ ଏକ ମାତ୍ର ମାର୍ଗ ବୋଲି ନିଜ ଦିବ୍ୟ ପ୍ରବଚନ ମାଧ୍ୟମରେ କହିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ପୂଜ୍ୟଶ୍ରୀ ଜଗଦାନନ୍ଦଜୀଙ୍କୁ ଗୁଡହାଣ୍ଡି ଡୋକରୀଚଞ୍ଚରା ଉନ୍ନୟନ କମିଟିର ସଭାପତି ଭଦ୍ରେଶ୍ବର ପାତ୍ର, ଉପ ସଭାପତି ଅଈରୀ ନାଶନ ଚିନ୍ଦା, ଘନଶ୍ୟାମ ନାଏକ, ସହ ସମ୍ପାଦକ ଆଦିତ୍ୟ ପଣ୍ଡା, କୋଷାଧ୍ୟକ୍ଷ ସୁରେଶ ଅଗ୍ରୱାଲ, ଦୁଷ୍ମନ୍ତ ପାଟ୍ଟଯୋଷୀ, କାଳୀକୃଷ୍ଣ ସଙ୍ଘର ସଦସ୍ୟ ମୋହନ ଚରଣ ବିଶି, ଜିତେନ୍ଦ୍ର ପଣ୍ଡା, ଶ୍ରୀ ପ୍ରିୟାନନ୍ଦ, ଶ୍ରୀ ମାଧବାନନ୍ଦ, ଶ୍ରୀ ଗିରିଜାନନ୍ଦ, ଶ୍ରୀ ମୁକୁନ୍ଦାନନ୍ଦ, ଲକ୍ଷ୍ମୀକାନ୍ତ ଖମାରି, ତଣୁକଲାଲ ନାଗ, ନବୀନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ନାମଯଜ୍ଞ ପାଇଁ ଶୁଭଖମ୍ଭ ସ୍ଥାପନ

Sunil Chandra Nayak

ରୁପ୍ରାରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ 

Sunil Chandra Nayak

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା 

Sunil Chandra Nayak

Leave a Comment

error: Content is protected !!