ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଜଣା ଗାଡି ଧକ୍କାରେ ଯୁବକ ମୃତ

ଡାବୁଗାଁ, ୪/୪ – (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ବୁଟିଆଗୁଡା ଗ୍ରାମ ନିକଟରେ ଏକ ଅଜଣା ମୋଟର ସାଇକେଲ ଧକ୍କାରେ ମଙ୍ଗଳବାର ଜଣେ ଯୁବକ ର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ସୋମବାର ରାତ୍ରିରେ ମେଦନା ଗ୍ରାମରେ କଳସୀ ଯାତ୍ରା ଶେଷ ଦିନ ଥିବାରୁ ନାଟ (ଆଦିବାସୀ ନାଟକ) ହେଉଥିଲା | ଅଞ୍ଚଳା ଗ୍ରାମର ଗୋପବନ୍ଧୁ ବିନ୍ଧାଣି (୨୯) ନାଟ ଦେଖିବାକୁ ଯାଇଥିଲା | ରାତ୍ର ପ୍ରାୟ ୩ ଘ. ସମୟ ହେବ ନାଟ ଦେଖି ନିଜ ଘର ଅଞ୍ଚଳା ଗ୍ରାମକୁ ଚାଲି ଚାଲି ଫେରୁଥିବା ସମୟରେ ଏକ ଅଜଣା ମୋଟର ସାଇକେଲ ବିପରୀତ ଦିଗରୁ ଆସି ଧକ୍କା ଦେଇ ଚାଲି ଯାଇଥିଲା | ମୋଟର ସାଇକେଲ ଧକ୍କା ହେବାରୁ ଆହତ ହୋଇ ଗୋପବନ୍ଧୁ ରାସ୍ତାରେ ପଡି ରହିଥିଲେ | ପଛରେ ନାଟ ଦେଖି ଫେରୁଥିବା ଅନ୍ୟ ଲୋକ ମାନେ ଆସି ଦେଖି ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା | ଅବସ୍ଥା ଗୁରୁତ୍ତର ହେବାରୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏନେଇ ଅଞ୍ଚଳା ପଞ୍ଚାୟତ ସମିତି ସଭ୍ୟ ବୁଦନ ପନକା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଶବ ଜବତ କରିବା ପରେ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତରକରଯାଇଥିଲା | ଏନେଇ ଥାନା କେସ ନଂ ୬୫/୨୩ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା! ଶ୍ରୀରାମ ଗ୍ରାମରେ ଜାମୁଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର 

masiha

ରାଜ୍ୟ ବାହାର କୁ ଫେରାର ବେଳେ ମାଡି ବସିଲା ପୋଲିସ ନାବାଳିକା ଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ଗିରଫ 

Sunil Chandra Nayak

ଗୋରୁମହିଷାଣୀ ଥାନା! ଷୁଣ୍ଢଳ ଗ୍ରାମବାସୀଙ୍କ ଦ୍ବାରା ରାସ୍ତା ଅଧରେ ଗୋମାଫିଆଙ୍କ ଗୋରୁ ଵୋଝୋଇ ସ୍କୋର୍ପିଓ

masiha

Leave a Comment

error: Content is protected !!