ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ଅଘୋଷିତ କବିତା ପ୍ରତିଯୋଗିତା ଫଳାଫଳ, ମୟୂରଭଞ୍ଜକୁ ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

ବାଲେଶ୍ଵର,୦୪/୪/୨୩- ପ୍ରକାଶ ପାଇଲା ଅଘୋଷିତ କବିତା ପ୍ରତିଯୋଗିତାର ଫଳାଫଳ । ପ୍ରଥମ ସ୍ଥାନ ଅଧିକାର କଲା ମୟୂରଭଞ୍ଜ ଜିଲ୍ଲା । ଏଠାରେ ସ୍ମରଣଯୋଗ୍ଯ କି ଗତ ତା ୨୦/୩/୨୦୨୩ ରିଖ ଥିଲା ବିଶ୍ବ ପଖାଳ ଦିବସ । ଏହି ଉପଲକ୍ଷେ ” ମୋ ଅନୁଷ୍ଠାନ ” ହ୍ବାର୍ଟସପ୍ ଗୃପ୍ କୁ କେତେଗୁଡିଏ କବିତା ଆସିଥିଲା । ଯାହାକୁ ଅଘୋଷିତ କବିତା ପ୍ରତିଯୋଗିତାରେ ସ୍ଥାନ ଦିଆଯାଇ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ନିମନ୍ତେ ଚୟନ କରାଯାଇଥିଲା । ଅନୁଷ୍ଠାନର ଦକ୍ଷ ସମୀକ୍ଷା କାରିଣୀ ତାନଶ୍ରୀ ପାଣିଗ୍ରାହୀ, ବାଲେଶ୍ଵର କବିତା ଗୁଡିକୁ ତନ୍ନତନ୍ନ କରି ସମୀକ୍ଷା କରିଥିଲେ । ଯେଉଁଥିରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ମୟୂରଭଞ୍ଜ ଜିଲ୍ଲାର କବୟିତ୍ରୀ ରଶ୍ମିତା ପାତ୍ର । ସେହିପରି ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ନବରଙ୍ଗପୁର ଜିଲ୍ଲାର କବୟିତ୍ରୀ ଉର୍ମିଳା ମହାପାତ୍ର ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ନବରଙ୍ଗପୁର ଜିଲ୍ଲା ଗାନ୍ଧିନଗରର କବୟିତ୍ରୀ ବାସନ୍ତୀ ଲତା ଜେନା । ଓଡ଼ିଆ ମାନଙ୍କର ପ୍ରିୟ ପଖାଳ ବିଷୟରେ ସୁନ୍ଦର କବିତା ଲେଖି ଅଘୋଷିତ କବିତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଏବଂ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ତରଫରୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା । ଆଶାକରେ ସାହିତ୍ୟର ଉନ୍ନତି ନିମନ୍ତେ ସଦାସର୍ବଦା କବି କବୟିତ୍ରୀ ମାନଙ୍କ ଲେଖନୀ ଏହିଭଳି ଜାଗ୍ରତ ରହିଥାଉ । ମହାପ୍ରଭୁ ସେମାନଙ୍କ ଲେଖନୀ ମୁନରେ ଶକ୍ତି ଭରିଦିଅନ୍ତୁ ଆଗକୁ ଆହୁରି ସୁନ୍ଦର ସୁନ୍ଦର ରଚନା କରି ସୁନାମ କରନ୍ତୁ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଚଲାପଥ କୁସୁମିତ ହେଉ ବୋଲି ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି । ଏଥିସହିତ ମୋ ଅନୁଷ୍ଠାନ ପରିବାର ତରଫରୁ ସମସ୍ତ ପ୍ରତିଯୋଗୀଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି । ଏଥିରେ ମୋଟ ୧୪ ଜଣ କବି ଓ କବୟିତ୍ରୀ ଭାଗ ନେଇଥିଲେ । ଅଂଶଗ୍ରହଣକାରୀଙ୍କ ନାମ ଓ ଠିକଣା

୧) ଭାରତୀ ଲେଙ୍କା, ଚକଡା, ବଡ଼ମଙ୍ଗଳା, କେନ୍ଦ୍ରାପଡା

୨) ଅରୁଣ କୁମାର ମହାପାତ୍ର, ଗଞ୍ଜାମ

୩) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ

୪) ବାସନ୍ତୀ ଲତା ଜେନା, ଗାନ୍ଧୀନଗର, ନବରଙ୍ଗପୁର

୫) ରଶ୍ମିତା ପାତ୍ର, ବାରିପଦା, ମୟୂରଭଞ୍ଜ

୬) ରୀତାଅପରାଜିତା ମହାନ୍ତି, ଭୁବନେଶ୍ବର, ଖୋର୍ଦ୍ଧା

୭) ରଶ୍ମିରେଖା ସାହୁ, କଳିଙ୍ଗନଗର, ଭୁବନେଶ୍ୱର

୮) ସଂଯୁକ୍ତା ସାହୁ, ରାହାମା, ଜଗତସିଂହପୁର

୯) ପ୍ରଭାସିନୀ ମହାରଣା, ଉମର, ସାଲେପୁର, କଟକ

୧୦) ମନୋଜ କୁମାର ଦାସ, କେନ୍ଦ୍ରାପଡା

୧୧) ଉର୍ମିଳା ମହାପାତ୍ର, ନବରଙ୍ଗପୁର

୧୨) ମିନତୀ ଦାଶ, ବାରିପଦା, ମୟୂରଭଞ୍ଜ

୧୩) କବିତା ସାହୁ, ଜୟପୁର, କୋରାପୁଟ

୧୪) ମଧୁସ୍ମିତା ସାହୁ, ବ୍ରହ୍ମପୁର, ଗଞ୍ଜାମ

ରଞ୍ଜିତା ସାହୁ, ପାରାଦୀପଗଡ଼, ଜଗତସିଂହପୁର

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଵାମନଘାଟୀ ଉପଖଣ୍ଡ ସ୍ତରୀୟ ସରଗି ଫୁଲ ଏବଂ ଭଲିବଲ ପ୍ରତିଯୋଗିତା

Sunil Chandra Nayak

ସତ୍ୟସାଇ ସେବା ଗୃଫ ପକ୍ଷରୁ ରକ୍ତଦାନ ଶିବିର 

Sunil Chandra Nayak

ସାମ୍ବାଦିକ ଏବଂ ମୋ ଅନୁଷ୍ଠାନ ସମ୍ପାଦକଙ୍କୁ ସମ୍ବର୍ଦ୍ଧିତ କଲା ଜନହିତ ଯୁବକ ସଂଘ

masiha

Leave a Comment

error: Content is protected !!