ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରେମରେ ଜାତି ସାଜିଲା ପ୍ରତିବନ୍ଧକ:ଜୀବନ ହାରିଲେ ନାବାଳିକା

କାମାକ୍ଷାନଗର -(ମନିସ )୦୪/୦୪_ ପ୍ରେମ ସମ୍ପର୍କ ପାଇଁ ଝୁଲି ପଡ଼ିଲେ ଜଣେ ନାବାଳିକା।ଏହିପରି ଅଭାବନୀୟ ଘଟଣା ଘଟିଛି କାମାକ୍ଷାନଗର ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମରେ ।ସେହି ଗ୍ରାମ ର ଜଣେ ଝିଅ ର ଅନ୍ୟ ଜାତିର ଯୁବକ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା।ଏହା ଜାଣିବା ପରେ ପୁଅ ଘର ପରିବାର ଲୋକ ଓ ଝିଅ ଘର ଲୋକଙ୍କ ମଧ୍ୟରେ କଥା କଟାକଟି ସହ ବଚସା ହୋଇଥିଲା।ଦୁଇ ଜଣ ଙ୍କ ଜାତି ଅଲଗା ହୋଇ ଥିବାରୁ ବିବାହ ପାଇଁ ଉଭୟ ପରିବାର ରାଜି ହୋଇ ନ ଥିଲେ।ଏହା ଫଳରେ ନାବାଳିକା ଜଣକ ମାନସିକ ଭାରସାମ୍ୟ ହରାଇ ନିଜ ଘର ବାରିପଟେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ କାମାକ୍ଷା ନଗର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ତିରିଂ ଥାନା ପରିସରରେ ଆମ ପୋଲିସ ସମିତି ବୈଠକ

masiha

ଆଦିବାସୀ ମହାବିଦ୍ୟାଳୟ ର ୪୦ ତମ ବାର୍ଷିକ ଉତ୍ସବ 

Sunil Chandra Nayak

ଜିରାଳ ମେଡ଼ିକାଲରେ ରୋଗୀଙ୍କୁ ବାଡେଇବାକୁ କହିଲେ ଫାର୍ମାସିଷ୍ଟ

Sunil Chandra Nayak

Leave a Comment

error: Content is protected !!