ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷ ଖାଇ ଯୁବତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

ଥୁଆମୂଳ ରାମପୁର:୦୪/୪ – (ମନିସ):- ବିଷ ଖାଇ ଯୁବତୀ ଜଣଙ୍କର ମୃତ୍ୟୁବରଣ କରିଥିବା ଏକ ଅଭାବନୀୟ ଘଟଣା ଜଣାପଡିଛି। ମିଳିଥିବା ସୂଚନାରୁ ଜଣାପଡିଛି ଯେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧିନରେ ଥିବା କାଠକୁରା ଗ୍ରାମର ଜନୈକ କେଶବ ମାଝୀ ଙ୍କ ଝିଅ ବେଳମତୀ ମାଝୀ (୧୯) ବର୍ଷ କୌଣସି କାରଣ ବଶତଃ ବିଷ ଖାଇ ଗୁରୁତର ହୋଇ ପଡିଥିଲେ। ଝିଅର ଗୁରୁତର ଅବସ୍ଥା ଦେଖି ଆକୁଳର ସହ ପରିବାରର ଲୋକେ ସଙ୍ଗେ ସଙ୍ଗେ ଥୁଆମୂଳ ରାମପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇ ସେଠାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ହିଁ ଯୁବତୀର ମୃତ୍ୟୁ ହୋଇଯାଇଥିଲା। ଏହି ବିଷୟକୁ ନେଇ ସ୍ଥାନୀୟ ଥାନାକୁ ଜଣାଇବାରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ଯବଛେଦ ପାଇଁ ପଠାଇଥିଲେ। ବ୍ଯବଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ପୋଲିସ ପକ୍ଷରୁ ଏନେଇ ଏକ ଅପମୃତ୍ଯୁ ମାମଲା ରୁଜୁ କରି ତଦନ୍ତ ଜାରିରଖି ଥିବା ଜଣାପଡିଛି, ତେବେ ଯୁବତୀ ଜଣକ କେଉଁ କାରଣରୁ ବିଷ ଖାଇ ଆତ୍ମହତ୍ୟା କଲେ ତାହାର କାରଣ ଅସ୍ପଷ୍ଟ ରହିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟରେ କୁଳପତି ସମେତ ଖାଲି ପଡ଼ିଥିବା ଅଧ୍ୟାପକ, ପ୍ରଫେସର ଓ ଶିକ୍ଷା କର୍ମଚାରୀ ପଦବୀ ତୁରନ୍ତ ପୂରଣ କରିବା ଦାବିରେ ସରା ଓଡ଼ିଶା ଦାବି ଦିବସ ପାଳନ 

Sunil Chandra Nayak

ଉତ୍କଳ ଦିବସ ଅବସରରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ସୀତାରାମଙ୍କ ନେତୃତ୍ୱରେ ସାଇକେଲ ରାଲି : ପ୍ରଥମେ ବାଣପୁର ମାଆ ଭଗବତୀଙ୍କୁ କଲେ ଦର୍ଶନ

Sunil Chandra Nayak

“ଆମ ରାଉରକେଲା” ର ଆଲୋଚନା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!