ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ କୁଜାଜାନିଗୁଡା ଆବାସିକ ବିଦ୍ୟାଳୟରେ ପାଣି ପାଇଁ ଛାତ୍ର ଛାତ୍ରୀ ହନ୍ତସନ୍ତ 

ତେନ୍ତୁଳିଖୁଣ୍ଟି ୦୫/୦୩/୨୩ ତେନ୍ତୁଳିଖୁଣ୍ଟି ବ୍ଳକ ପୂଜାରୀ ଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଜାଜାନିଗୁଡା ଅନସୂଚିତ ଜାତି ଓ ଜନଜାତି ଆବାସିକ ଉଚ୍ଚ ବିଦ୍ୟାଳୟ କୁଜାଜାନିଗୁଡା ର ବିଦ୍ୟାଳୟର ରେ ପାନୀୟ ଜଳ ସମସ୍ୟା ପାଇଁ ବହୁ ବାର ଅଭିଯୋଗ ହୋଇ ମଧ୍ୟ କୋୖଣସି ପଦକ୍ଷେପ ନେଇ ନ ଥିବା ଦେଖାଯାଉଛିି।ଏହି ବିଦ୍ୟାଳୟ ରେ 420 ଜଣ ଛାତ୍ରଛାତ୍ରୀ ରହୁଥିବା ସହ ଶିକ୍ଷା ଗ୍ରହଣ କରୁଛନ୍ତି।ସ୍କୁଲରେ ରହିଥିବା ଗଭୀର ନଳକୂପ ର ପାଣି ଛାତ୍ରଛାତ୍ରୀ ଙ୍କ ପାଇଁ ଗାଧୁଆ, ଛାତ୍ରଛାତ୍ରୀ ଙ୍କ ଡ୍ରେସ ସଫା କରିବା ପାନୀୟ ପାଇଁ ଆବଶ୍ୟକତା ଅନୁଯାୟୀ  ପାଣି ହୋଇ ପାରୁ ନାହିଁ  ।

      ଏଣୁ କରି ଛାତ୍ରଛାତ୍ରୀ ମାନେ ବାଧ୍ୟ ହୋଇ ବାହାରେ ରହୁଥିବା କାଜୁ ବଗିଚା ଭିତର ପୋଖରୀ କୁ ଯାଇ ଗାଧୁଆ ସହ ଡ୍ରେସ ପତ୍ର ସଫା କରୁଥିବା ଦେଖିବାକୁ ମିଳୁଛି।  ବିଦ୍ୟାଳୟ ର ଚତୁଃପାଶ୍ୱର୍ରେ କାଜୁ ଜଙ୍ଗଲ ଏବଂ ଛୋଟ ପାହାଡ଼ ରହିଥିବାରୁ ସବୁବେଳେ ଭାଲୁ  ବୁଲାବୁଲି  କରୁଥିବା ନଜିର ରହିଛି ।  ବର୍ଷା ଋତୁରେ ପାଣି ର ସମସ୍ୟା ରହୁନାହିଁ ମାତ୍ର ଗ୍ରୀଷ୍ମ ଋତୁରେ ଆସିଲେ ଫେବୃଆରୀ ରୁ ପାଣି ପାଇଁ ଅସୁବିଧା ଭୋଗୁଥିବା କହିଛନ୍ତି ଛାତ୍ରଛାତ୍ରୀ।ବିଗତ ଦିନରେ ରାଜ୍ୟ ସରକାର ର ଏହି ବିଭାଗ ର ମନ୍ତ୍ରୀ ବିଦ୍ୟାଳୟ କୁ ଗସ୍ତ କରିଥିଲେ ମନ୍ତ୍ରୀ କୁ ବି ଅଭିଭାବକ ସହ ଶିକ୍ଷକ ଶିକ୍ଷୟିତ୍ରୀ  ମନ୍ତ୍ରୀ କୁ ଅବଗତ କରାଯାଇ ଥିଲା । ସମ୍ପୂକ୍ତ ଵିଭାଗ ତରଫରୁ କୋୖଣସି ପଦକ୍ଷେପ ନ ନେବା ଚିନ୍ତା ବିଷୟ ହୋଇଛି l ଅତି ଶିଘ୍ର ଯଦି  ଏହି ବିଦ୍ୟାଳୟ କୁ ପାଣି ବ୍ୟବସ୍ଥା ହୁଏ ତାହା ହେଲେ ଛାତ୍ରଛାତ୍ରୀ  ବହୁ ଅସୁବିଧା ରସମ୍ମୁଖୀନ ହେବେ ବୋଲି ଜଣାପଡିଛି।ଏହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମଣି ରଞ୍ଜନ ଗରଡା କହିଛନ୍ତି ପାଣି ପାଇଁ ପ୍ରତ୍ୟେକ ବର୍ଷ ଉପରିସ୍ଥ ଅଧିକାରୀ କୁ ଲିଖିତ ଦେବା ସହ କହିଛି ବୋଲି ପ୍ରକାଶ କରିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ନବରଂଗପୁର ଠାରେ ନବରଙ୍ଗପୁର ନିର୍ବାଚନ ମଣ୍ଡଳି ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ 

Sunil Chandra Nayak

ରାସ୍ତାରେ ଉପରେ ପଙ୍କ ପଡ଼ି ବଢୁଛି ଦୂର୍ଘଟଣା ; ତେଜୁଛି ଜନ ଅସନ୍ତୋଷ 

Sunil Chandra Nayak

ବିଶ୍ଵ ହିନ୍ଦୁ ପରିଷଦ ର ରାମ ଙ୍କ ଜନ୍ମ ଉତ୍ସବ ପାଳନ

masiha

Leave a Comment

error: Content is protected !!