ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ଜଳଛତ୍ର

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ବୁଧବାର ଢେଙ୍କାନାଳ ରଥଗଡ଼ା ଅଂଚଳରେ ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ର ଶୁଭାରମ୍ଭ କରାଯାଇଛି. ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଉଦୟ କୁମାର ମହାପାତ୍ର ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ।

    ଅସହ୍ୟ ତାତି ଓ ଗୁଳୁଗୁଳି ରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଏହି ଜଳଛତ୍ର ଦ୍ୱାରା ଉଠା ଦୋକାନୀ ଗ୍ରାହକ ଓ ଯାତାୟାତ କରୁଥିବା ଯାତ୍ରୀ ମାନେ ଉପକୃତ ହେବେ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ।.ଆଗାମୀ ଦିନ ରେ ଆଉ 3ଟି ଜାଗାରେ ବସଷ୍ଟାଣ୍ଡ, ମୁଖ୍ୟ ଚିକିତ୍ସାଳୟ ଓ ବାଜିଚଉକ ଛକ ରେ ଜଳଛତ୍ର ଖୋଲାଯିବା ସହ ପ୍ରତି ଗୁରୁବାର ଉକ୍ତ ସ୍ଥାନ ରେ ଦହିସର୍ବତ ବଣ୍ଟନ ହେବ ବୋଲି ଟ୍ରଷ୍ଟ ର ଅଧକ୍ଷ ଶିବ ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି .। ଏହି କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ର ସଭପତି ଅଜୟ କୁମାର ସାହୁ. କୋଷାଦକ୍ଷ ଅମରେନ୍ଦ୍ର ଖୁଣ୍ଟିଆ,ସୁବାସ ଦାସ ଶକୁନ୍ତଳା ସାହୁ ରଘୁନନ୍ଦନ ସାହୁ, ରମାକାନ୍ତ ପତି, ଅମରେନ୍ଦ୍ର ସାହୁ, ରତିକାନ୍ତ ସେଠି ଶାନ୍ତିଲତା ବେହେରା ସୁଧାଂଶୁ ବେହେରା ନନ୍ଦିତା ବେହେରା ପ୍ରମୁଖ ସାହାଯ୍ୟ କରିଥିଲେ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

୫ଟି ଦ୍ଵାରା ରୂପାନ୍ତରିତ  ଚିଚିଆ ଉଚ୍ଚ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ  ଦ୍ଵାରା ଲୋକାର୍ପିତ

ପ୍ରଧାନପାଲିରେ ପଞ୍ଚକୁଣ୍ଡ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ 

Sunil Chandra Nayak

ଭଏସ୍ ଅଫ୍ ମିଡ଼ିଆ ଗଞ୍ଜାମ ଜିଲ୍ଲା ପକ୍ଷରୁ ସାଂଗଠନିକ ପ୍ରସ୍ତୁତି ବୈଠକ 

Leave a Comment

error: Content is protected !!