ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନରେଗା କାର୍ଯ୍ୟ ରତ ଥିବା ଶ୍ରମିକ ଙ୍କୁ କାର୍ଯ୍ୟରୁ ବାଦ 

ଗୋଳାମୁଣ୍ଡା/୬/୪/ନିର୍ଭୟ, ନିରପେକ୍ଷ ମସିହା/କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗରୀବ ଖଟିଖିଆ ଓ କୁଳିମଞ୍ଜୁରିଆ ମାନଙ୍କୁ NRE GA କାର୍ଯ୍ୟ ଯୋଗାଇ ଦେଇଛନ୍ତି, ହେଲେ ପଞ୍ଚାୟତ ଅଧୀନରେ ଥିବା GRS, GS, PEO ଙ୍କ ଏକ ଚଟିଆ କାର୍ଯ୍ୟ ଯୋଗୁଁ  ଶହ ଶହ କାର୍ଯ୍ୟରତ ଶ୍ରମିକ କାମ ନପାଇ ପରିବାର ପ୍ରତିପୋଷଣ ରେ ଅସୁବିଧା ଦେଖା ଦେଇଛି ବୋଲି ଆଜି ଗଣମାଧ୍ୟମ ପ୍ରତିନିଧି ଠାରେ ଅଭିଯୋଗ କରିଛନ୍ତି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି,ଗୋଳାମୁଣ୍ଡା ବ୍ଲକ ସ୍ଥିତ ଫୁଣ୍ଡା ପଞ୍ଚାୟତର ଖୋଦ ଫୁଣ୍ଡା ଗ୍ରାମର ପ୍ରାୟ ଶହେଜଣ କାର୍ଯ୍ୟ ରତ ଶ୍ରମିକ ଦୁଇମାସ ହେଉଛି କାମ ନ ପାଇ ପରିବାର ପ୍ରତିପୋଷଣରେ ନାହିଁ ନ ଥିଲା ଅସୁବିଧା ଦେଖା ଦେଇଛି ବୋଲି ଗଣମାଧ୍ୟମ ପ୍ରତିନିଧି ନିକଟରେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଫୁଣ୍ଡା ଗ୍ରାମରେ ମନରେଗା କାର୍ଯ୍ୟ ଚାଲିଛି, କାମ କରିବାକୁ ଗଲେ ଜିଆରଏଶ ଓଁମ ପ୍ରକାଶ ରୋକଠୋକ ମନା କରି ଦେଇଛନ୍ତିି ,ତେଣୁ କି ଉପାୟ କରି ପରିବାର ପ୍ରତିପୋଷଣ କରିବୁ,ଯଦିଓ ଉପଜିଲ୍ଲାପାଳ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ବାହାର ଦେଶକୁ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରି ଯିବୁ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଓ କୌଣସି ପ୍ରକାର ଦୁର୍ଘଟଣା ବାହାର ଦେଶରେ ଘଟେ ତେବେ ବ୍ଲକ ପ୍ରଶାସନ ଦାୟି ବୋଲି କହିଛନ୍ତି, ଏବଂ ଏହାର ସତ୍ୟା ସତ୍ୟ ଘଟଣା ସମ୍ପର୍କରେ ତଦନ୍ତ ନେଇ ପଞ୍ଚାୟତ କର୍ମଚାରୀ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନ ଯାଏ ତେବେ ବାଧ୍ୟ ହୋଇ ଉପଜିଲ୍ଲାପାଳ ସଂମୁଖରେ ଧାରଣା ଦେବୁ ବୋଲି କହିଛନ୍ତି,ଏହି ସମ୍ପର୍କରେ କାର୍ଯ୍ୟ ନିର୍ବାହୀ ଅଧିକାରୀ,ଓ ପିଇଓ ଙ୍କୁୁ ପଚାରିବାରୁ,ସେ କହିଛନ୍ତି ଏବିପିଆର ବ୍ୟାଙ୍କରେ ସୋ କରୁ ନାହିଁ ବୋଲି କହିଛନ୍ତି,ସ୍ଥାନୀୟ ସରପଞ୍ଚଙ୍କୁ ଫୋନ ଯୋଗେ କଲ କରା ଯାଇ ଥିଲା ହେଲେ ଫୋନ ଉଠାଇ ନ ଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତିଶୀଳ ମସିହା

Related posts

ଯୁକ୍ତ ୨ ବିଜ୍ଞାନ, କଳା ଓ ବାଣିଜ୍ୟ ପରିକ୍ଷା ରେ ଛାତ୍ରୀଛାତ୍ର ମାନଙ୍କ ସଫଳତା 

masiha

ଆଦର୍ଶ ପାଠାଗାର ପ୍ରାୟୋଜିତ କୁମାର ପୂର୍ଣ୍ଣିମା ଉତ୍ସବ ଏବେ ସଂଶୟ ମଧ୍ୟରେ 

Sunil Chandra Nayak

ଛତ୍ରପୁର ଠାରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ – ୨୦୨୬ ମହା ସମାରୋହରେ ପାଳିତ 

Sunil Chandra Nayak

Leave a Comment

error: Content is protected !!