ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିହନ ଯାତ୍ରା ସମୟରେ ମଦ ପିଇ ଦ୍ରୁତ ଗତି ରେ ମୋଟର ସାଇକେଲ ଚଲେଇ ଧମକ ଦେବା ଅଭିଯୋଗ ରେ ଯୁବକ ଗିରଫ

ଜୁନାଗଡ଼୬/୪ (ମ ନି ସ)ଜୁନାଗଡ଼ ଥାନା ଅନ୍ତର୍ଗତ ମସିଗାଁ ରେ ବିହନ ଯାତ୍ରା ହେଉଥିବା ସମୟ ରେ | ମସିଗାଁ ଗ୍ରାମ ର ଉମା ନାୟକ ବୟସ (୨୨) ମଦପିଇ ଜୋରରେ ମୋଟର ସାଇକେଲ ଚଳାଉ ଥିଲା । ଏହି ସମୟରେ ଗ୍ରାମର ପରକ୍ଷିତ ପୂଜାରୀ ଉମା ନାଏକ କୁ ମନା କରିବାରୁ ଉମା ନାଏକ ପରକ୍ଷିତ ପୂଜାରୀ ଜିବନରେ ମାରିଦେବାକୁ ଧମକ ଦେବା ସହ ଆକ୍ରମଣ କରିଥିଲେ ଓ ପରୀକ୍ଷିତ ଲୋକଙ୍କୁ ଖାଦ୍ୟ ପରଶୁ ଥିବାବେଳେ ଉକ୍ତ ଖାଦ୍ୟ କୁ ଫିଙ୍ଗିଦେଇଥିଲେ | ଏହାକୁ ନେଇ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି ହୋଇ ଥିଲା ଓ ଖାଦ୍ୟ ଖାଇବା ପାଇଁ ଉପସ୍ଥିତ ଥିବା ଲୋକେ କେହି ମଧ୍ୟ ଖାଦ୍ୟ ଖାଇଲେ ନାହିଁ | ଏହାକୁ ନେଇ ପରୀକ୍ଷିତ ପୁଝାରୀ ଜୁନାଗଡ଼ ଥାନା ରେ ଏତଲା ଦେଇଥିଲେ ଏହି ଏତଲା କୁ ଭିତ୍ତି କରି ଜୁନାଗଡ଼ ପୋଲିସ ଜୁନାଗଡ଼ ଥାନା କେଶ ନଂ ୧୪୭/୨୩ ରୁଜୁ କରି ଏହି ଘଟଣା ର ତଦନ୍ତ କରି ଅଭିଯୁକ୍ତ ଉମା ନlଏକ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜୁନାଗଡ଼ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ପ୍ରକାଶ କରିଛନ୍ତି | ଏଏସ ଆଇ କାଁହୁ ଚରଣ ପଣ୍ଡା ଏହି ଘଟଣା ର ତଦନ୍ତ ଅଧିକାରୀ ରହିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବେକରେ ଓଢଣୀ ବାନ୍ଧି ନାବାଳିକାର ଆତ୍ମହତ୍ୟା

Sunil Chandra Nayak

ପଡୋଶୀ ବୃଦ୍ଧଙ୍କ ଟାଙ୍ଗିଆ ଚୋଟରେ ବୃଦ୍ଧା ମୃତ, ଅଭିଯୁକ୍ତ ଗିରଫ

masiha

ନଦୀରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର

masiha

Leave a Comment

error: Content is protected !!