ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ରେ ବେଟ୍ରି ଚାଳିତ ବାଇକ ସୋରୁମ ଉଦଘାଟିତ

ଜୁନାଗଡ଼୬/୪(ମ ନି ସ) :-ଜୁନାଗଡ଼ ସହର ବ୍ଲକ ସମ୍ମୁଖରେ ବେଟ୍ରି ଚାଳିତ ବାଇକ ସୋରୁମ ଉଦଘାଟିତ ହୋଇଯାଇଛି l ବର୍ତ୍ତମାନ ପେଟ୍ରୋଲ ଦର ବୃଦ୍ଧି ପାଉଥିବାରୁ ବେଟ୍ରି ଚାଳିତ ଯାନ ଲୋକେ ବ୍ୟବହାର କରିବା ବୃଦ୍ଧି ପାଇବାରେ ଲାଗିଛି l ଏହାକୁ ଦୃଷ୍ଟିରେ ରଖି ସହରର ବିଶିଷ୍ଟ ସମାଜସେବୀ ସ୍ବର୍ଗତ କୈଳାସ ଅଗ୍ରୱାଲ ଙ୍କ ସୁପୁତ୍ର ଅମିତ ଅଗ୍ରୱାଲ ଓକିନାବା କମ୍ପାନୀର ବେଟ୍ରି ଚାଳିତ ବାଇକ ସୋରୁମ ର ଶୁଭାରମ୍ଭ କରିଛନ୍ତି l ଏହି ଶୁଭ ଉଦଘାଟନ କାର୍ଯ୍ୟକ୍ରମ ତାଙ୍କ ମା ସଂଜୁ ଦେଇ ଅଗ୍ରୱାଲ ଙ୍କ କରକମାଲରେ ହୋଇଥିଲା l ଏହି ବ୍ୟବସାୟ ରେ ତାଙ୍କ ମାଆ ଙ୍କ ଆଶୀର୍ବାଦ ଓ ପ୍ରେରଣା ରହିଥିବା ବେଳେ ଉପଭୋକ୍ତା ଙ୍କୁ ସୁଲଭ ମୂଲ୍ୟରେ ଏବଂ ସହଜରେ ଏହି ବେଟ୍ରି ଚାଳିତ ଯାନ ଯୋଗେଇ ଦେବାକୁ ସବୁମତେ କାର୍ଯ୍ୟ ସମ୍ପାଦନ କରାଯିବ ବୋଲି ପ୍ରୋପ୍ରାଇଟର ଶ୍ରୀ ଅଗ୍ରୱାଲ ପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ସହରର ଅନେକ ବ୍ୟବସାୟୀ ଓ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ପକ୍ଷାଘାତ ରୋଗରେ ଆକ୍ରାନ୍ତ ଧୂରୁବ ଜେନା ଙ୍କୁ ସହାୟତା କରିଲେ ସ୍ବେଛା ସେବୀ ସଂଘଟନ ଆଦ୍ୟାଶା ଫାଉଣ୍ଡେସନ

masiha

ପୁଣି ସ୍ଥିତି ଜାହିର୍ କଲା ଲାଲ୍ ବାହିନୀ : ଆସନ୍ତା ୨୧ ରୁ ପ୍ରତିଷ୍ଠା ଦିବସ ପାଳନ ପାଇଁ ବ୍ୟାନର ମାଧ୍ୟମରେ ଆହ୍ବାନ 

Sunil Chandra Nayak

୧- ବନ୍ଧୁଗାଁ ବ୍ଲକରେ ୪୫ ଟି ଯୁଗ୍ମ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ , ୨- ମୌଳିକ ସୁବିଧାରୁ ବଞ୍ଚିତ ଜାମ୍ବେଡ଼ି ଓ ଗଣ୍ଡେନି ଦୁଇ ଗ୍ରାମବାସୀ 

masiha

Leave a Comment

error: Content is protected !!