ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ରେ ବେଟ୍ରି ଚାଳିତ ବାଇକ ସୋରୁମ ଉଦଘାଟିତ

ଜୁନାଗଡ଼୬/୪(ମ ନି ସ) :-ଜୁନାଗଡ଼ ସହର ବ୍ଲକ ସମ୍ମୁଖରେ ବେଟ୍ରି ଚାଳିତ ବାଇକ ସୋରୁମ ଉଦଘାଟିତ ହୋଇଯାଇଛି l ବର୍ତ୍ତମାନ ପେଟ୍ରୋଲ ଦର ବୃଦ୍ଧି ପାଉଥିବାରୁ ବେଟ୍ରି ଚାଳିତ ଯାନ ଲୋକେ ବ୍ୟବହାର କରିବା ବୃଦ୍ଧି ପାଇବାରେ ଲାଗିଛି l ଏହାକୁ ଦୃଷ୍ଟିରେ ରଖି ସହରର ବିଶିଷ୍ଟ ସମାଜସେବୀ ସ୍ବର୍ଗତ କୈଳାସ ଅଗ୍ରୱାଲ ଙ୍କ ସୁପୁତ୍ର ଅମିତ ଅଗ୍ରୱାଲ ଓକିନାବା କମ୍ପାନୀର ବେଟ୍ରି ଚାଳିତ ବାଇକ ସୋରୁମ ର ଶୁଭାରମ୍ଭ କରିଛନ୍ତି l ଏହି ଶୁଭ ଉଦଘାଟନ କାର୍ଯ୍ୟକ୍ରମ ତାଙ୍କ ମା ସଂଜୁ ଦେଇ ଅଗ୍ରୱାଲ ଙ୍କ କରକମାଲରେ ହୋଇଥିଲା l ଏହି ବ୍ୟବସାୟ ରେ ତାଙ୍କ ମାଆ ଙ୍କ ଆଶୀର୍ବାଦ ଓ ପ୍ରେରଣା ରହିଥିବା ବେଳେ ଉପଭୋକ୍ତା ଙ୍କୁ ସୁଲଭ ମୂଲ୍ୟରେ ଏବଂ ସହଜରେ ଏହି ବେଟ୍ରି ଚାଳିତ ଯାନ ଯୋଗେଇ ଦେବାକୁ ସବୁମତେ କାର୍ଯ୍ୟ ସମ୍ପାଦନ କରାଯିବ ବୋଲି ପ୍ରୋପ୍ରାଇଟର ଶ୍ରୀ ଅଗ୍ରୱାଲ ପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ସହରର ଅନେକ ବ୍ୟବସାୟୀ ଓ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବିପିୟୁଟିରେ “ବିକଶିତ ଓଡ଼ିଶା ପାଇଁ ବୈଷୟିକ ଶିକ୍ଷାର ରୂପାନ୍ତରଣ : ଏନଇପି ୨୦୨୦ ଦୃଷ୍ଟିକୋଣ” ଶୀର୍ଷକ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ

Sunil Chandra Nayak

ଶିଶୁ ଓ କିଶୋର ଶ୍ରମ ନିଷେଧ ଓ ନିୟନ୍ତ୍ରଣ ସଚେତନତା ଅଭିଯାନ

Sunil Chandra Nayak

ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ

masiha

Leave a Comment

error: Content is protected !!