ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ସଶକ୍ତି କରଣ ପାଇଁ ସ୍ଵାତି ଅନୁଷ୍ଠାନ ପକ୍ଷ ରୁ 2 ଦିନିଆ କର୍ମ ଶାଳା 

“କାହା ଉପରେ ନିର୍ଭର ନ ହୋଇ ଆତ୍ମ ନିର୍ଭର ଶିଳ ହେବା ଜାଣିଲେ ଜିଣିବା , 
ଅତିରିକ୍ତ ଜିଲ୍ଲା ପାଳ –ସୋମ ନାଥ ପ୍ରଧାନ “

ରାୟଗଡା ଅଫିସ,06/04- ମହିଳା ସଶକ୍ତି କରଣ ପାଇଁ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟା ଲୟ ର କନ ଫ ରେନ୍ସ ହଲ ଠାରେ 2 ଦିନିଆ ଆଇନ ସଚେତନତା କର୍ମଶାଳା ୟୁ ଏସ କନସୁଲେଟ ଜେନେରାଲ ହାଇଦ୍ରାବାଦ ର ସହଯୋଗ ରେ ସ୍ୱାତି ଅନୁଷ୍ଠାନ ଦ୍ୱାରା ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି lବୁଧବାର ଦିନ ଏହା ର ଉଦଘାଟନ ହୋଇଥିବା ବେଳେ ଆଜି ଉଦଯାପନୀ ଦିବସ ହୋଇଛି 2 ଦିନ ଧରି ସକାଳ 10 ରୁ ସଂନ୍ଧ୍ୟା 5 ଟା ପର୍ଯ୍ୟନ୍ତ ତାଲିମ ଦାତ୍ରୀ ମାନେ ତାଲିମ ଦେଇଛନ୍ତି lସାଧନା ଫାଉଣ୍ଡେସନ ର ସମ୍ପାଦିକା ସୁଜାତା ମହାପାତ୍ର ମହିଳା ମାନଙ୍କ ଅଧିକାର, ନିର୍ଯାତନା ର ପ୍ରକାର ଭେଦ, ସମ୍ବିଧାନ ରେ ମହିଳା ମାନଙ୍କ ପାଇଁ ଥିବା ନିୟମ ଧାରା,ମହିଳା ମାନଙ୍କ ପାଇଁ ସରକାରୀ ସ୍ତର ରେ ଥିବା ଆଇନ ର ଉପକାରିତା ସବୁ ଭିଡିଓ ଓ ପାୱାର ପଏଣ୍ଟ ମାଧ୍ୟମରେ ଦେଖାଇ ବୁଝାଇଛନ୍ତି lଜଣେ ମହିଳା ନିର୍ଯାତନା ର ଶିକାର ହେଲେ କିପରି ଆଇନ ସହାୟତା ନେଇ ନିଜକୁ ସୁରକ୍ଷା କରି ପାରିବ ସେ ସବୁ ବୁଝାଇ ଛନ୍ତି ଅଂଶ ଗ୍ରହଣ କାରି ଙ୍କ ମଧ୍ୟରେ ଗ୍ରୁପ ଆଲୋଚନା କରି ସରଳି କରଣ କରି ବୁଝାଇ ଛନ୍ତି l ଉକ୍ତ କାର୍ଯ୍ୟ କ୍ରମ ରେ 22 ଜଣ ମହିଳା ଅଂଶ ଗ୍ରହଣ କରିଥିଲେ ଏଥିରେ କର୍ମ ଯିବି ମହିଳା, ଛାତ୍ରୀ, ତୃଣ ମୂଳ ସ୍ତର ରେ କାର୍ଯ୍ୟ ରତ ଆଶା ଦିଦି, ମହିଳା ମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ମହିଳା ମାନେ ସାମିଲ ଥିଲେ l ଏହି କର୍ମ ଶାଳା ଦ୍ୱାରା ମହିଳା ମାନଙ୍କ ସ୍ୱାଧୀନ ଚେତନା ବୁଦ୍ଧି ହେବା ସହ ସ୍ୱାବଲମୀ ହେବା ରେ ସହାୟକ ହେବ ବୋଲି ଅତିଥି ମାନେ ମତ ଦେଇଛନ୍ତି ଆବଶ୍ୟକ ପଡିଲେ ମହିଳା ମାନଙ୍କ ପାଇଁ ଥିବା ଆଇନ ର ବ୍ୟବହାର କରି ମହିଳା ମାନେ ନିଜର ଅଧିକାର ସାବ୍ୟସ୍ତ କରି ପାରିବେ l ଅପର ପକ୍ଷ ରେ ସହଯୋଗୀ ତାଲିମ ଦାତ୍ରୀ ଭାବେ ଶିବାନୀ ପାତ୍ର ପକ୍ସ ଆଇନ ବିଷୟରେ ବୁଝାଇବା ସହ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ ପ୍ରଥମ ଦିନରେ ଏନ ସି ସି ର ଚେର ପର୍ସନ ମଞ୍ଜୁ ମୁଖାର୍ଜୀ, ସୁରକ୍ଷା ଅଧିକାରୀ କାମାକ୍ଷୀ ପାଢ଼ୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଯୋଗ ଦେଇ କାର୍ଯ୍ୟ କ୍ରମ ର ଶୁଭାରମ୍ଭ କରିଥିବା ବେଳେ ଆଜି ଉଦଯାପନୀ ଦିବସ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ପାଳ ସୋମ ନାଥ ପ୍ରଧାନ ଯୋଗ ଦେଇ ମହିଳା ମାନେ ପ୍ରଥମେ ସ୍ୱାବଲମ୍ବୀ ହେବା ନିହାତି ଜରୁରୀ କାରଣ କାହା ଉପରେ ନିର୍ଭର ଶିଳ ନ ହୋଇ ନିଜେ କିଛି କରିବା ଆବଶ୍ୟକ ନିଜେ ନିଜର ସୁରକ୍ଷା କରିବା ଦରକାର ସେଲ୍ଫ ଡ଼ି ଫେନ୍ସ ତାଲିମ ନେବାର ମଧ୍ୟ ଆବଶ୍ୟକତା ରହିଛି ଜାଣିଲେ ଜିଣିବା ବୋଲି ସେ କହିଵା ସହ ଆତ୍ମ ନିର୍ଭର ଶିଳ ହେବାକୁ କହିଥିଲେ ଆଜିର କାର୍ଯ୍ୟ କ୍ରମରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଶିଶୁ ସୁରକ୍ଷା ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ଅଂଶ ଗ୍ରହଣ କାରି ଙ୍କୁ ମାନ ପତ୍ର ସହ ମହିଳା ମାନଙ୍କ ଆଇନ ସଚେତନତା ପାଇଁ ଏକ ବହି ମଧ୍ୟ୍ୟ ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଇଛି ଶେଷରେ ଶିବାନୀ ପାତ୍ର ଧନ୍ୟବାଦ ଅର୍ପଣ କରିଛନ୍ତି l

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ଅଧିନିୟମ- ୨୦୧୬- ସଚେତନତା ଶିବିର

masiha

ଦସ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ବିସାଳ ରାଲି

Sunil Chandra Nayak

ମହିଚଲା ଠାରେ ୨୮ ତମ ଜିଲ୍ଲା ସ୍ତରୀୟ ସ୍କାଉଟ ଓ ଗାଇଡ଼ କ୍ୟାମ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!