ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁରରେ ବିଜେପିର ୪୩ ତମ ପ୍ରତିଷ୍ଠା ଦିବସ ପାଳିତ

ମୟୂରଭଞ୍ଜ – ୬/୪ (ମସିହା) ରାଇରଙ୍ଗପୁରରେ ବିଜେପି ଆନୁକୁଲ୍ୟରେ ୪୩ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି ।ଏହ ବିଷୟରେ ଭାରତୀୟ ଜନତା ପାର୍ଟିର ପ୍ରାଣ ପ୍ରତିଷ୍ଠାତା ଶ୍ଯାମ ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତୀରେ ଦଳର ନେତୃବୃନ୍ଦ ଓ କର୍ମୀବୃନ୍ଦ ପଶ୍ଚିମ ମୟୂରଭଞ୍ଜ ବିଜେପି ଜିଲ୍ଲା ସଭାପତି ତଥା ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କ ନେତୃତ୍ୱରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ନେତୃବୃନ୍ଦ ମହାନ ଜନନାୟକ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଷ୍ଠ ଦିଗଦର୍ଶନ ଯୋଗୁଁ ଏହି ଦଳ ୪୩ ବର୍ଷ ତଳେ ଭାରତୀୟ ଜନତା ପାର୍ଟି ଗଠିତ ହୋଇଥିଲା ।ତାଙ୍କରି ଯୋଗୁଁ ଭାରତୀୟ ଜନତା ପାର୍ଟି ବିଶ୍ବର ସବୁଠାରୁ ବୃହତ୍ତମ ଦଳ ଭାବେ ଗଣିତ ହୋଇଛନ୍ତି ।ଏହି ଦଳର ସଭ୍ୟ ସଂଖ୍ୟା ବୃନ୍ଦ ୧୮ କୋଟିରୁ ଉର୍ଦ୍ଧ୍ବ ।ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ସଂପାଦକ ନବୀନ ରାମ,ଵର୍ଷିୟାନ ବିଜେପି ନେତା ମନୋରଂଜନ ମହାନ୍ତି, ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର,ମନୋଜ ଦାସ(ଵାପି), ବିକାଶ ମହାନ୍ତ,ଶିବୁ ଅଗ୍ରୱାଲ,ପ୍ରଦୀପ ରାଉତ,ଦିଲିପ ସାହୁ, ପଶ୍ଚିମ ମୟୂରଭଞ୍ଜ ବିଜେପି ଯୁବମୋର୍ଚ୍ଚା ସଭାପତି ତଥା ରାଇରଙ୍ଗପୁର ୧୦ ନମ୍ବର ଓ୍ବାର୍ଡର କାଉନସିଲର ଆଲୋକ ରଂଜନ ମହାନ୍ତ, ୯ ନମ୍ବର ଓ୍ବାର୍ଡର କାଉନସିଲର ଦେବାଶିଷ ନାଏକ, ୫ ନମ୍ବର ଏବଂ ୬ ନମ୍ବର ଓ୍ବାର୍ଡର କାଉନସିଲର,ସାନପାଖଣା ସରପଞ୍ଚ ସାଉନା ମାଝୀ, ଶଶାଙ୍କ କୁମାର,ବିକାଶ ରାୟ, ମନୋରଞ୍ଜନ ମହାନ୍ତି,ସଂଜୟସାହୁ,ଲାଲାବାରିକ,ପରମାନନ୍ଦ ବେହେରା ,ସିକନ୍ଦର‌ ଦାସ,ମିଥିଳା ଟୁଡୁ, ନିରୁପମା ଟୁଡୁ, ସୂର୍ଯ୍ୟମଣି ହାଁସଦା, ମିନତି ଦାସ ପିଙ୍କ୍ ନାଏକ,ବଣ୍ଟି ନାଏକ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମୋଦି ସରକାରଙ୍କ ନିର୍ଦ୍ଦେଶରେ ସି ପି ଆଇ ଏମ୍ ନେତା ପିନାରାୟୀ ବିଜୟନ ଙ୍କ ବାସଭବନରେ ଇ ଡି ରେଡ୍ ବିରୁଦ୍ଧରେ,ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବିରେ ସି ପି ଆଇ ଏମ୍ ର ଆଇନ୍ ଅମାନ୍ୟ ଆନ୍ଦୋଳନ ଓ ବିଶାଳ ବିକ୍ଷୋଭ 

ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନର ଧମକ ଦେଲା କଂଗ୍ରେସ

Sunil Chandra Nayak

ସାମ୍ପ୍ରତିକ ରାଜନୀତି ରେ “ଚାଟୁକାରିତା “ଏକ ବଡ଼ ଚାରିତ୍ରିକ ଆଵଶ୍ୟକତା ନା ବାଧ୍ୟ ବାଧକତା ? ନବୀନ ନନ୍ଦ, ପୁର୍ବତନ ବିଧାୟକ ଙ୍କ ସ୍ମୃତି ଓ ଅନୁଭୂତି

Sunil Chandra Nayak

Leave a Comment

error: Content is protected !!