ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସଭା ସାଂସଦଙ୍କ ଭଟାଙ୍ଗପଦର ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

ଲାଞ୍ଜିଗଡ଼,୧୦/୦୪(ମନିସ)-ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦର ଗ୍ରାମପଞ୍ଚାୟତ ଗସ୍ତ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର । ସାଂସଦ ଶ୍ରୀ କୁମାର ଆଜି ଭଟାଙ୍ଗପଦର ଗସ୍ତରେ ଆସିବା ସହିତ ଭଟାଙ୍ଗପଦରଠାରେ ନବନିର୍ମିତ ମାର୍କେଟ୍ କମ୍ପେ୍ଲକ୍ସ, ଖିନଖୋଲାଠାରେ ନବନିର୍ମିତ ଗୋଷ୍ଠୀଗୃହର ଉଦ୍‌ଘାଟନ କରିଥିଲେ । ସେହିପରି ଭଟାଙ୍ଗପଦର ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ସହିତ ମତ ବିନିମୟ କରିଥିଲେ । ଏହାସହିତ ସାଂସଦ ଭଟାଙ୍ଗପଦର ଗ୍ରାମପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଓ ଜନସାଧାରଣଙ୍କ ସହିତ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ସେଗୁଡିକର ନିରାକରଣ ଦିଗରେ ଆଲୋଚନା କରିଥିଲେ । ଆଜି ସାଂସଦଙ୍କ ଗସ୍ତ ସମୟରେ ପ୍ରଶାସନ ପକ୍ଷରୁ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଭଟାଙ୍ଗପଦର ସରପଞ୍ଚ ଦଶମୀ ମାଝୀ ପ୍ରମୁଖ ଉପସ୍ଥିତ ଥିବାବେଳେ ସାଂସଦଙ୍କ ସହିତ ଜି-୨୦ର ପ୍ରତିନିଧି, ଜିଲ୍ଲାସ୍ତରୀୟ ବିଜେଡି ନେତୃବୃନ୍ଦ ଉପସ୍ଥିତ ଥିଲେ । ଏହି ଅବସରରେ ଭଟାଙ୍ଗପଦର ସମିତିସଦସ୍ୟ ତଥା ଯୁବନେତା ରୂପେନ୍ଦ୍ର ଛତ୍ରିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

କସ୍ତୁରୀ ସାଂସ୍କୃତିକ ମହୋତ୍ସବରେ ସମ୍ମାନିତ ହେବେ ନାଟ୍ୟ ପ୍ରତିଭା

masiha

୪୨ ମୌଜା ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ 

Sunil Chandra Nayak

କଟକ ଜିଲ୍ଲା ସାମ୍ବାଦିକ ସଂଘ ର ତୃତୀୟ ବାର୍ଷିକ ଉତ୍ସବ ପାଳିତ :ସାମ୍ବାଦିକତା କେବଳ ଏକ ବୃତ୍ତି ନୁହେଁ, ବ୍ରତ ବୋଲି ଭାବିବା ଦରକାର 

Sunil Chandra Nayak

Leave a Comment

error: Content is protected !!